ଲାପ୍ଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍ଟପ୍ ପ୍ରଦାନ କରିଛନ୍ତି। ଏହି ସମସ୍ତ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।…
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସା ୭ଟା ୩୦ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା ୩୦ରେ…
ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ: ଶେଷରେ ଆଖିବୁଜିଲେ ଯବାନ କୃଷ୍ଣଚନ୍ଦ୍ର
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ। ଶେଷରେ ବ୍ରେନ୍ ଷ୍ଟ୍ରୋକ୍ରେ ଶିକାର ହୋଇ କଟକ ବଡ଼ ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକ ଆଖିବୁଜିଛନ୍ତି। ପୁଅର ଚିକିତ୍ସା ପାଇଁ ସର୍ବସ୍ବାନ୍ତ…
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ୍ ଚିକିତ୍ସା ପ୍ରସଙ୍ଗ: ୬ ହସ୍ପିଟାଲ ସହ ପୋଲିସ କମିଶନରଙ୍କ ଆଲୋଚନା
ଭୁବନେଶ୍ୱର,୭।୧୨(ବ୍ୟୁରୋ): ବିଳମ୍ବ ଯୋଗୁ ଅନେକ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି। କିପରି ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ଆରମ୍ଭ ହେବ ସେଥିପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏମ୍ସ, ଆମ୍ରି,…
ରାଜ୍ୟକୁ ଲୋଡ଼ା ଅଧିକ ଅଫିସର
ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର ତଦାରଖ କରିଥାଆନ୍ତି। ସେହିପରି ମୋଟରଯାନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ, ଟ୍ରାଫିକ୍ ପରିଚାଳନା, ଅପରାଧ ନିୟନ୍ତ୍ରଣ…
କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଏଭଳି ଘଟଣା ଘଟିଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏକ…
‘କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ’
ଭୁବନେଶ୍ୱର,୭।୧୨(ବ୍ୟୁରୋ): କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ। ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ଦୟାନଦୀ କୂଳରେ ଥିବା ଶିଳାଲେଖରେ କଳିଙ୍ଗ ଯୁଦ୍ଧ ହୋଇଥିବା ନେଇ କିଛି ଉଲ୍ଲେଖ ନାହିଁ। ଶ୍ରୀଲଙ୍କା ଇତିହାସରେ…
୫-ଟି ସଚିବଙ୍କ ଗସ୍ତ ପରେ ତତ୍ପର ପ୍ରଶାସନ: ବିଏମ୍ସି ଭାଙ୍ଗିଲା ନିଜ ବେଆଇନ ନିର୍ମାଣ
ପୁରୁଣା ଭୁବନେଶ୍ୱର,୭।୧୨(ଡି.ଏନ.ଏ.): ୫-ଟି ସଚିବଙ୍କ ଗୁରୁବାର ଅଚାନକ ଗସ୍ତ ନେଇ ଏକାମ୍ର କ୍ଷେତ୍ରରେ ବିଭିନ୍ନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍ସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ମିଳିତ ଉଚ୍ଛେଦ ଟିମ୍ ସହାୟତାରେ ନିଜେ ବିଏମ୍ସି ନିର୍ମାଣ…
ଏଫ୍ଆଇଏଚ୍ ପୁରସ୍କାର: ପ୍ଲେୟର ଅଫ୍ ଦି ଇୟର ଦୌଡ଼ରେ ମନପ୍ରୀତ
ଲାଉସାନେ, ୭ା୧୨(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। ଏଫ୍ଆଇଏଚ୍ ପ୍ଲେୟର ଅଫ୍ ଦି ଇୟର ପାଇଁ ତାଙ୍କ ନାମ ଶୁକ୍ରବାର ସୁପାରିସ କରାଯାଇଛି। ଅନ୍ୟ ଦୁଇ ଭାରତୀୟ ବିବେକ…
ଶିକ୍ଷା ପାଇଁ ଶୋଇବା ସମୟ କମୁଛି
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ଓଡ଼ିଶା ଅଭିବାଭକ ମହାସଂଘ ପକ୍ଷରୁ ‘ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶିଶୁ ସ୍ବାସ୍ଥ୍ୟ’ ଶୀର୍ଷକ କର୍ମଶାଳା ଶୁକ୍ରବାର ଇମେଜ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥିଭାବେ ଯୋଗଦେଇ କହିଥିଲେ, ବେସରକାରୀ ବିଦ୍ୟାଳୟମାନେ ସକାଳ…
ଏୟାରଫିଲ୍ଡ ଥାନା ଏଏସ୍ଆଇଙ୍କ ନାଁରେ ମାମଲା
ଭୁବନେଶ୍ୱର,୭।୧୨(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡିଏନ୍ଏ): ଜଣେ ଠିକାଦାରଙ୍କୁ ଠକିବା ଅଭିଯୋଗରେ ଏୟାରଫିଲ୍ଡ ଥାନାର ଏଏସ୍ଆଇ ନବଘନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଖରୀପୁଟରେ ରହୁଥିବା ଠିକାଦାର ଅନୁପ କୁମାର ରଥଙ୍କ ଅଭିଯୋଗକ୍ରମେ ଏୟାରଫିଲ୍ଡ ଥାନା ପୋଲିସ ଆଇପିସି ଦଫା ୪୨୦, ୫୦୬, ୨୯୪…
ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ: ସ୍ବେଚ୍ଛାସେବୀଙ୍କ ସେବା ପ୍ରଶଂସନୀୟ: ଅଗ୍ନିଶମ ଡିଜି
ଭୁବନେଶ୍ୱର,୭।୧୨(ବ୍ୟୁରୋ): ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ୫୬ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ନିଶମ ଡିଜି ସୁନିଲ ରୟ ବିପର୍ଯ୍ୟୟ ସମୟରେ ବେସାମରିକ ପ୍ରତିରକ୍ଷା…

