ବିଦେଶରେ ‘ମୋ ସ୍କୁଲ’:ଓଡ଼ିଆଙ୍କଠାରୁ ସାହାଯ୍ୟ ପାଇଁ ପ୍ରୟାସ
ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ଅବଗତ କରାଇବା ସହ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଥିପାଇଁ ‘ମୋ ସ୍କୁଲ’ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ନିଆସ୍ଥିତ ମିଲିପିଟାସଠାରେ…
କନ୍ଧମାଳରେ ଖୋଲିବ ‘କିସ୍’ର ଶାଖା:‘କିସ୍’ ଓ ‘ଏମ୍ଡିଏଚ୍’ ମଧ୍ୟରେ ବୁଝାମଣା
ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):କନ୍ଧମାଳ ଜିଲା ଫୁଲବାଣୀ ସହରରେ ଖୁବ୍ଶୀଘ୍ର କିସ୍ର ଏକ ଶାଖା ଖୋଲିବାକୁ ଯାଉଛି। ଭାରତର ଲୋକପ୍ରିୟ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍ଡିଏଚ୍ ଓ କିସ୍ ସହଯୋଗରେ ଏହି ନୂତନ ଶାଖା ଖୋଲାଯିବ। ଗୁରୁବାର ଏନେଇ ନୂଆଦିଲ୍ଲୀରେ କିସ୍ ଓ ଏମ୍ଡିଏଚ୍…
ଉଚ୍ଚଶିକ୍ଷା ବିଭାଗରେ ୫-ଟି କଡ଼ାକଡ଼ି
ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଉଚ୍ଚଶିକ୍ଷା ବିଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି କାର୍ଯ୍ୟକ୍ରମକୁ କଡ଼ାକଡ଼ି ଲାଗୁ କରାଯିବ। ଅଧ୍ୟାପକ ଏବଂ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ଗୁରୁତ୍ୱ ଦିଆଯିବ। ଅଧ୍ୟାପକ ଉପସ୍ଥାନ ରେକର୍ଡ ପାଇଁ ବାୟୋମେଟ୍ରିକ୍ ପଦ୍ଧତି ବ୍ୟବହାର କରାଯିବ। ସେହିପରି କାର୍ଯ୍ୟଦିବସରେ ଶିକ୍ଷାନୁଷ୍ଠାନରେ ୭ ଘଣ୍ଟା ସମୟ…
ଓଏସ୍ଏସ୍ସି ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ସି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଡିସେମ୍ବର ୧୮ରେ ହେବାକୁ ଥିବା ଡାଟା ଏଣ୍ଟ୍ରି ଅପରେଟର(ଏଚ୍ଓଡି)-୨୦୧୫ର ସାର୍ଟିଫିକେଶନ୍ ଭେରିଫିକେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସେହିଭଳି ଡିସେମ୍ବର ୨୨ରେ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆର୍ବିଆଇ ଗଭର୍ନର
ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶକ୍ତିକାନ୍ତ ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସୌଜନ୍ୟମୂଳକ ଆଲୋଚନା…
ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା
ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ପୁରୀ ପରେ ରାଜ୍ୟ ସରକାର ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ବିକାଶ କରିବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ…
ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଜାରି: କିଛି ଅବୈଧ ନିର୍ମାଣ ଛାଡ଼ିବାକୁ ନେଇ ଉତ୍ତେଜନା
ପୁରୁଣା ଭୁବନେଶ୍ୱର,୧୨।୧୨(ଡି.ଏନ୍.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍ସି, ବିଡିଏ, ମନ୍ଦିର ପ୍ରଶାସନର ମିଳିତ ଟିମ୍ ଗୁରୁବାର ପୂର୍ବାହ୍ନ ୧୦ଟାରେ ମନ୍ଦିର ଦକ୍ଷିଣ ଦ୍ୱାରପଟୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ଥିବା ୬ଟି ଦଳିତ…
ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା: ହେବ ଅଭୟାରଣ୍ୟ, ବେକରେ ଲାଗିବ ରେଡିଓ କଲାର
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ବିଗତ ଦିନରେ ବିଦ୍ୟୁତ୍ ସଂସ୍ପର୍ଶରେ ହେଉ ଅଥବା ଟ୍ରେନ୍ ଧକ୍କାରେ ହାତୀଙ୍କ ଅକାଳ ମୃତ୍ୟୁକୁ ନେଇ ରା୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସରକାର ହାତୀଙ୍କ ସୁରକ୍ଷା ପାଇଁ ନୂତନ ଉଦ୍ୟମ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ…
ସିଏବି ବିଲ୍କୁ ସମର୍ଥନ: ବିଜେଡିକୁ ସମାଲୋଚନା କଲେ କଂଗ୍ରେସ, ଆର୍ଜେଡି
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ବିଲ୍(ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ଲୋକ ସଭାରେ ସୋମବାର ବିଲ୍ଟି ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଯାଇଛି। ଉଭୟ ସଦନରେ ସିଏବି ବିଲ୍କୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ଏହାକୁ ନେଇ…
ଆଜିଠୁ ୫-ଟିରେ ସାମିଲ ହେଲା କୃଷି ବିଭାଗ: ଚାଷୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟିରେ ଗୁରୁବାର ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ। ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଚାଷ ଓ ଚାଷୀଙ୍କ ଉପରେ ସରକାର…
ମାଷ୍ଟର ସେଫ୍ରେ ଓଡ଼ିଆ ପୁଅ ଅବିନାଶ: ବିଚାରକଙ୍କୁ ‘ଚିକେନ୍ ବେସର’ ଖୁଆଇ କଲେ ଚକିତ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଲୋକପ୍ରିୟ ରାନ୍ଧଣା ଶୋ’ ‘ମାଷ୍ଟର ସେଫ୍ ସିଜନ-୬’ରେ ଓଡ଼ିଆ ପୁଅ ଅବିନାଶ ନାୟକଙ୍କ କମାଲ। ଜାତୀୟ ଟେଲିଭିଜନ ସଂସ୍ଥା ଷ୍ଟାର ପ୍ଲସ୍ରେ ପ୍ରସାରିତ ହେଉଥିବା ଏହି ଶୋ’ରେ ଅବିନାଶ ଅଡିସନ ରାଉଣ୍ଡରେ ମନୋନୀତ ହୋଇଛନ୍ତି। ଏପରି କରିବାରେ ସେ ଓଡ଼ିଶାରୁ…
୫-ଟି ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ: କଡ଼ାକଡ଼ି ଯାଞ୍ଚ ହେବ ଶିକ୍ଷକଙ୍କ ବାୟୋମେଟ୍ରିକ୍ ଉପସ୍ଥାନ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୫-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ ୧୭ ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି। ଆକ୍ସନ ପ୍ଲାନରେ ସ୍କଲାରସିପ୍ କାଉନ୍ସିଲ ଗଠନ ପାଇଁ ଉଲ୍ଲେଖ ରହିଛି। ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍…

