ବିଭିନ୍ନ ଧର୍ମର ତୀର୍ଥସ୍ଥଳୀ ବିକାଶ ପାଇଁ ୨୩ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଧର୍ମର ୨୩ଟି ତୀର୍ଥସ୍ଥଳୀର ବିକାଶ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରୁ ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ…
ଓଟିଡିସି ଆରମ୍ଭ କଲା ‘ଗୋ ଗ୍ଲୋବାଲ’
ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପଦକ୍ଷେପ ନେଇଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ଡେଷ୍ଟିନେଶନ ଓ୍ବେଡିଂ ପ୍ୟାକେଜ୍ ପରେ ପ୍ରଥମଥର ଲାଗି ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣ ପ୍ୟାକେଜ୍ ‘ଗୋ ଗ୍ଲୋବାଲ’ର ଶୁଭାରମ୍ଭ କରାଯାଇଛି। ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର,…
ଚତୁର୍ଥ ଆସନ କାହାର
ଭୁବନେଶ୍ୱର,୨୮।୨(ବ୍ୟୁରୋ): ଦେଶର ୫୫ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆସନ୍ତା ୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କ୍ରମରେ ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ।…
ସମଲେଶ୍ୱରୀଙ୍କ ପୀଠରେ ଖୁବ୍ଶୀଘ୍ର ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’
ଭୁବନେଶ୍ୱର,୨୮|୨(ବ୍ୟୁରୋ): ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ଥିବା ପ୍ରମୁଖ ଧାର୍ମିକ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ…
ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଓଡ଼ିଶାକୁ ପ୍ରଥମ ପୁରସ୍କାର
ଭୁବନେଶ୍ୱର,୨୮।୨: ଅଣୁ,କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଓଡ଼ିଶା ଏମ୍ଏସ୍ଏମ୍ଇ ବିଭାଗ ଜାତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡକରୀଙ୍କଠାରୁ ରାଜ୍ୟ ପ୍ରମୁଖ ଶାସନ ସଚିବ…
ଏସ୍ସିବି ଅଧୀକ୍ଷକ ହେବେ ଅନ୍ନଦା ପଟ୍ଟନାୟକ
କଟକ ଅଫିସ୍,୨୮।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍ସିବି)ର ନୂଆ ଅଧୀକ୍ଷକ ଭାବେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଅନ୍ନଦା ପଟ୍ଟାନାୟକଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ…
ଆଜି ଆସୁଛନ୍ତି ଅମିତ୍ ଶାହା, ଜନତା ମଇଦାନ ସଭାରେ ଯୋଗଦେବେ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୦ ମିନିଟ୍ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଭାଜପା କର୍ମକର୍ତ୍ତା ପୁଷ୍ପଗୁଚ୍ଛ…
ମରାମତି କାର୍ଯ୍ୟ ପାଇଁ ବାତିଲ ହେବ ଟ୍ରେନ୍ ସେବା
ଭୁବନେଶ୍ୱର,୨୮।୨(ବ୍ୟୁରୋ): ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି କେତେକ ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି। ସୂଚନା ମୁତାବକ, ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସମ୍ବଲପୁରଠାରୁ ଫେବୃୟାରୀ ୨୭ରୁ…
ଗୁଗଲ୍ ଟ୍ରାନ୍ସଲେଟରରେ ‘ଓଡ଼ିଆ’ ଭାଷା
ଭୁବନେଶ୍ୱର,୨୮।୨(ବ୍ୟୁରୋ): ବହୁଦିନର ପ୍ରତୀକ୍ଷା ପରେ ଗୁଗଲ୍ ଟ୍ରାନ୍ସଲେଟର୍ରେ ସାମିଲ ହୋଇଛି ଓଡ଼ିଆ ଭାଷା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ସର୍ଚ୍ଚଇଞ୍ଜିନ୍ ଗୁଗଲ୍ର ଅନୁବାଦ ବିଭାଗରେ ୫ ନୂଆ ଭାଷାକୁ ସାମିଲ କରାଯାଇଥିବା ବେଳେ ଏଥିରେ ଓଡ଼ିଆ ମଧ୍ୟ ରହିଛି। ଗତ ୪ବର୍ଷ ମଧ୍ୟରେ…
୧୫ ଦିନ ଧରି ପାଳନ କରାଯିବ ବିଜୁ ଜୟନ୍ତୀ: ବିଜେଡି
ଭୁବନେଶ୍ୱର,୨୭।୨(ବ୍ୟୁରୋ): ପ୍ରବାଦ ପୁରୁଷ ବିଜ ପଟ୍ଟନାୟକଙ୍କ ଜୟନ୍ତୀ ୧୫ ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଜେଡି କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ମାର୍ଚ୍ଚ ୫ରୁ ୨୦ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଜୀବନୀକୁ…
ଏଣିକି ଉପରିସ୍ଥ ଅଧିକାରୀଙ୍କ ସୁପାରିସରେ ହେବ ଗ୍ରୁପ୍-୩ କର୍ମଚାରୀଙ୍କ ପଦୋନ୍ନତି
ଭୁବନେଶ୍ୱର,୨୭।୨(ବ୍ୟୁରୋ): ଏଣିକି ରାଜ୍ୟର ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ଦରକାର ପଡ଼ିବନି ସିସିଆର୍। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କେବଳ ଉପରସ୍ଥ ଅଧିକାରୀ ସୁପାରିସ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ସେ…
ସନ୍ଧ୍ୟାରେ ନବୀନ-ଧର୍ମେନ୍ଦ୍ର ସାକ୍ଷାତ
ଭୁବନେଶ୍ୱର,୨୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟାରେ ଲୋକ ସେବା ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବ। ଏହି ଅବସରରେ ଜାପାନ ରାଷ୍ଟ୍ରଦୂତ ଓ ଇସ୍ପାତ…
Archives


