ମେଟ୍ରୋ

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର ପାଇଁ ଡାକ୍ତରୀ ପରାମର୍ଶ ଜରୁରୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ବ୍ୟବହାର ନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର(କୋଭିଡ୍‌-୧୯) ସୁବ୍ରତୋ…

କଣ୍ଟେନ୍‌ମେଣ୍ଟ ଜୋନ୍‌ ଲାଗି ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କରୋନା ମୁକାବିଲା ଲାଗି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହେଉଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍‌ କରାଯାଇ ପ୍ରବେଶ ଏବଂ…

ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ। ଦିନକ ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କ ନିକଟରେ କରିଥିବା ଦାବିକୁ…

୨୦ ଯାଏ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାରଦ ୩୯ରୁ ୪୧ ଡିଗ୍ରୀ ସେଲସିୟସ୍‌କୁ ଟପିଯାଇଛି। କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରର ସର୍ବୋଚ୍ଚ ତାପମାତ୍ରା…

ଉପଭୋକ୍ତାଙ୍କୁ ସେସୁର ୪% ରିହାତି: ମାର୍ଚ୍ଚ, ଏପ୍ରିଲ୍‌ର ବିଲ୍‌ରେ ଅତିରିକ୍ତ ଭାବେ ମିଳିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶରେ ଲକ୍‌ଡାଉନ ଜାରି ରହିଛି। ବନ୍ଦ ଯୋଗୁ ଜନସାଧାରଣ ସେମାନଙ୍କର ବିଦ୍ୟୁତ୍‌ ବିଲ୍‌ ନିର୍ଦ୍ଧାରିତ ସମୟରେ ପଇଠ କରିନାହାନ୍ତି। ଲକ୍‌ଡାଉନକୁ ଦେଖି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିିଲିଟି(ସେସୁ) ଉପଭୋକ୍ତାଙ୍କ ପାଇଁ ମାର୍ଚ୍ଚ ଏବଂ ଏପ୍ରିଲ…

ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ୍‌,୧୭ା୪: ଆସନ୍ତା ୨୦ ତାରିଖରୁ ସକାଳୁଆ କୋର୍ଟ ଚାଲିବ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ତରଫରୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ କୋର୍ଟଗୁଡ଼ିକ ସକାଳୁଆ ଚାଲିବ, ସେଗୁଡ଼ିକ ଘଣ୍ଟାଏ ଲେଖାଏଁ, ଅର୍ଥାତ ସକାଳ ୯ଟାରୁ ୧୦ଟା…

କରୋନା ମୁକାବିଲା ପାଇଁ କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ: ଏନ୍‌ଡିଆର୍‌ଏଫ୍‌ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ଖୋଲାଯାଉ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ(ଏନ୍‌ଡିଆର୍‌ଏଫ୍‌) ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ କରାଯାଉ, ଯଦ୍ଦ୍ବାରା ସ୍ବାସ୍ଥ୍ୟ ବିପର୍ଯ୍ୟୟ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କୁ ଉଚିତ୍‌ ତାଲିମ ଦିଆଯାଇପାରିବ। ଗୁରୁବାର…

କର୍ତ୍ତବ୍ୟରେ ଅବହେଳା: ନିମାପଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ନିମାପଡା, ୧୬ା୪(ବ୍ୟୁରୋ/ଡି.ଏନ୍‌.ଏ.): କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ ନିର୍ଦ୍ଦେଶାନାମାକୁ ପାଳନ ନ କରିବା ଯୋଗୁ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନଚରଣ ଜେନାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ…

ଘରୋଇ ହିଂସା: ପୀଡିତାଙ୍କ ସହାୟତା ନିମନ୍ତେ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ବାଟ୍‌ସ୍‌ଆପ୍‌ ନମ୍ବର

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ ପ୍ରଶାସନଠାରୁ ଆରମ୍ଭକରି ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି।…

କରୋନା ମୁକାବିଲା: ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ମହାମାରୀ କରୋନା ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର ପ୍ରକୋପ ଓଡ଼ିଶା ଉପରେ ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପ୍ରଭାବରେ ଓଡ଼ିଶାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ଜଣ ଅସୁସ୍ଥ ଅଛନ୍ତି। ୧୯ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।…

କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ, ଘରେ ରଖି ଚିକିତ୍ସା କରିବା ହୋଇପାରେ ସମସ୍ୟାବହୁଳ: ସୁରେଶ ମହାପାତ୍ର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କର ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ପରିବାରଲୋକେ ଦେଖା କରିପାରିବେ ନାହିଁ। ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏଯାବତ ସୁସ୍ଥ ହୋଇ ଫେରୁଥିବା ସମସ୍ତେ…

କୋଭିଡ-୧୯ ପଜିଟିଭ୍‌ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି। ଏଣୁ ରାଜ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ୍‌ମାନଙ୍କ ଚିକିତ୍ସା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?