ବିପଦ ଆଣିପାରେ ରକ୍ଷାକବଚ

ଭୁବନେଶ୍ୱର, ୧୬ା୪: କରୋନା ଲଢେଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ରାଜ୍ୟର ହଜାର ହଜାର ସ୍ବାସ୍ଥ୍ୟକର୍ମୀ। ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଟେଣ୍ଡାଣ୍ଟ୍‌ ଓ କର୍ମଚାରୀ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଘାତକ ଭାଇରସ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସେବା ଜାରି ରଖିଛନ୍ତି। ହେଲେ ସେମାନଙ୍କ ସୁରକ୍ଷା କବଚ ସାଜୁଥିବା ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ (ପିପିଇ) କିଟ୍‌ର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ବ୍ୟବହାର କରୁଥିବା ପିପିଇ କିଟ୍‌ ଲୋକାଲ କମ୍ପାନୀର ବୋଲି ଅଭିଯୋଗ ଉଠୁଛି। ବର୍ତ୍ତମାନ କରୋନା ଚିକିତ୍ସାରେ ପିପିଇ କିଟ୍‌ ଓ ଭେଣ୍ଟିଲେଟରର ଜରୁରୀ ଆବଶ୍ୟକତା ରହିଛି। ସାରା ବିଶ୍ୱରେ ଏବେ ଏହି ସରଞ୍ଜାମ ଅଭାବ ଦେଖାଦେଇଛି। ଚାହିଦାକୁ ଦୃଷ୍ଟିରେ ରଖି ବଡ଼ ବଡ଼ କମ୍ପାନୀଗୁଡ଼ିକ ଭେଣ୍ଟିଲେଟର ନିର୍ମାଣ କରୁଥିବାବେଳେ ସ୍ଥାନୀୟ ଉଦ୍ୟୋଗୀ ପିପିଇ କିଟ୍‌ ପ୍ରସ୍ତୁତ କରୁଛନ୍ତି। ଓଡ଼ିଶାରେ ପିପିିଇ କିଟ୍‌ ତିଆରି କରୁଥିବା ବହୁ ବାୟୋମେଡିକାଲ ଇଞ୍ଜିନିୟର ଓ ସଂସ୍ଥା ଏବେ ପିପିଇ କିଟ୍‌ ପ୍ରସ୍ତୁତବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ଗାଇଡ୍‌ଲାଇନ୍‌କୁ ଅନୁକରଣ କରୁନାହାନ୍ତି। ରାଜ୍ୟ ସରକାର ମଧ୍ୟ ଏହାର ମାନ ଯାଞ୍ଚ ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଉକ୍ତ ପିପିଇ କିଟ୍‌ ସଂକ୍ରମଣକୁ ପ୍ରତିରୋଧ କରିବା ପରିବର୍ତ୍ତେ ବିପଦକୁ ଆମନ୍ତ୍ରଣ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅଭିଯୋଗ ମୁତାବକ, ରାଜ୍ୟର କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ କର୍ମଚାରୀଙ୍କୁ ସ୍ବତନ୍ତ୍ର ପିପିଇ କିଟ୍‌ ପ୍ରଦାନ କରାଯାଇନାହିଁ। ଅଧିକାଂଶ ସ୍ଥାନରେ ସ୍ବାସ୍ଥ୍ୟକର୍ମୀମାନେ ଏଚ୍‌ଆଇଭି, ହେପାଟାଇଟସ୍‌ ବି ଓ ହେପାଟାଇଟସ୍‌ ସି ପାଇଁ ଉଦ୍ଦିଷ୍ଟ ୟୁନିଭର୍ସାଲ କିଟ୍‌ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ଏସବୁ କରୋନା ଭୂତାଣୁ ଲାଗି ଆଇସିଏମ୍‌ଆର୍‌ ସାର୍ଟିଫାଏଡ୍‌ କିଟ୍‌ ନୁହେଁ ବୋଲି ଜଣେ ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି। କରୋନା ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ପିପିଇ ଭଳି ଏହାର ବଡି ଫ୍ଲୁଇଡ୍‌ ପ୍ରୁଫ୍‌ ନୁହେଁ। ଏଥିରେ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ ମହାରାଷ୍ଟ୍ରରେ ଏଭଳି ନକଲି ପିପିଇ କିଟ୍‌ ପାଇଁ ବହୁ ସଂଖ୍ୟାରେ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ ହୋଇଥିଲେ। ଓଡ଼ିଶା ସରକାର ଯଦି ଏଭଳି ଭୁଲ୍‌ କରନ୍ତି ତା’ହେଲେ ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମିତ ହେବା ଯଥେଷ୍ଟ ଆଶଙ୍କା ରହିଛି। ଏଥିସହ ଆଗକୁ ରାଜ୍ୟର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପୂରା ବିଗିଡ଼ି ଯିବ ବୋଲି ସେ କହିଛନ୍ତି।

ବହୁ ପାରାମେଡିକାଲ କର୍ମଚାରୀ ଏବେ ଲୋକାଲ କମ୍ପାନୀ ତଥା ସ୍ଥାନୀୟ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ପିପିଇ କିଟ୍‌ ବ୍ୟବହାର କରୁଛନ୍ତି। କିଛି ବେସରକାରୀ ହସ୍ପିଟାଲ ନିଜ କର୍ମଚାରୀଙ୍କୁ ଏହି ଲୋକାଲ୍‌ ମେଡ୍‌ ପିପିଇ କିଟ୍‌ ଯୋଗାଇଛନ୍ତି। ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ସ୍ବତନ୍ତ୍ର ଗ୍ଲୁ ବା ଅଠା ବ୍ୟବହାର କରାଯାଇ ଗାଉନ୍‌ ପ୍ରସ୍ତୁତ କରିବାର ନିୟମ ରହିଥିଲେ ମଧ୍ୟ ଏହାକୁ ଅଧିକାଂଶ ମାନୁନାହାନ୍ତି। ଅଠା ପରିବର୍ତ୍ତେ ଏହାକୁ ସିଲେଇ କରାଯାଇଥିବାରୁ ଭୂତାଣୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ଅନ୍ୟ କେତେକ କିଟ୍‌କୁ ନେଇ ମଧ୍ୟ ଅଭିଯୋଗ ଉଠୁଛି। ତେବେ ଏଭଳିସ୍ଥଳେ ପିପିଇ କିଣିବା ପୂର୍ବରୁ ସାବଧାନ ଓ ସତର୍କ ରହିବାକୁ କହିଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌(ଆଇଏମ୍‌ଏ)। ଆଇସିଏମ୍‌ଆର୍‌ ସାର୍ଟିଫାଏଡ୍‌ କମ୍ପାନୀ ଦ୍ୱାରା ତିଆରି ହୋଇଛି କି ନାହିଁ, ବଡି ଫ୍ଲୁଇଡ୍‌ ପ୍ରୁଫ୍‌ କି ନୁହେଁ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ଗାଇଡ୍‌ଲାଇନ୍‌କୁ ଏହା ଅନୁକରଣ କରିଛି କି ନାହିଁ, ଏସବୁ ଭଲଭାବେ ଯାଞ୍ଚ କରି ବ୍ୟବହାର କରିବାକୁ କହିଛି ଆଇଏମ୍‌ଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri