କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ, ଘରେ ରଖି ଚିକିତ୍ସା କରିବା ହୋଇପାରେ ସମସ୍ୟାବହୁଳ: ସୁରେଶ ମହାପାତ୍ର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କର ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ପରିବାରଲୋକେ ଦେଖା କରିପାରିବେ ନାହିଁ। ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏଯାବତ ସୁସ୍ଥ ହୋଇ ଫେରୁଥିବା ସମସ୍ତେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ତେବେ ଏଥିରେ ଲୋକମାନେ ସୁସ୍ଥ ହେଉଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ। ବୟସ୍କଙ୍କ କ୍ଷେତ୍ରରେ ହେବାକୁ ଥିବା ଅସବୁଧା ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ସେହିଭଳି ଘରେ ରଖିି କରୋନା ପଜିଟିଭ୍‌ଙ୍କ ଚିକିତ୍ସା କରାଯାଇପାରିବ କି ନା ପ୍ରଶ୍ନରେ ସେ କହିଛନ୍ତି, ଯେଉଁ ଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ବାହାରୁଛନ୍ତି, ସେଠାରେ ଏଭଳି କରାଯାଉଛି। ଓଡ଼ିଶାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏଣୁ ରୋଗୀଙ୍କୁ ଘରେ ରଖି ଚିକିତ୍ସା କରିବା ସମସ୍ୟାବହୁଳ ହୋଇପାରେ। ଏହାଦ୍ୱାରା ପରିବାରର ଅନ୍ୟ ସଦସ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ। ଏଣୁ ପଜିଟିଭ ବ୍ୟକ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଡାକ୍ତରଖାନାରେ ରହି ଚିକିତ୍ସା କରାଇବା ଉଚିତ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri