କୋଭିଡ-୧୯ ପଜିଟିଭ୍‌ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି। ଏଣୁ ରାଜ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ୍‌ମାନଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ରଖିଛନ୍ତି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର।

ସେ କହିଛନ୍ତି, କୋଭିଡ ହସ୍ପିଟାଲରେ ନିୟୋଜିତ ହେଉଥିବା ସମସ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଉଛି। ଦରକାର ମୁତାବକ ସ୍ବାସ୍ଥ୍ୟ ଉପକରଣ ଯୋଗାଇ ଦିଆଯାଇଛି। ଏପରିକି ରୋଗୀ ସେବା ନିମନ୍ତେ ମକ୍‌ ଡ୍ରିଲ କରାଯାଉଛି। ବିଶେଷକରି ସେମାନେ ରହିବା ପାଇଁ ସବୁ ସ୍ଥାନରେ ହୋଟେଲର ବ୍ୟବସ୍ଥା କରାଯାଉଛି। ଚିକିତ୍ସା କରିବାର ୧୪ ଦିନ ପରେ ସେମାନେ ପୁଣି ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ସେଥିପାଇଁ ମଧ୍ୟ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେମାନଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖାଯାଉଥିବା ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri