ମେଟ୍ରୋ

କଳିଙ୍ଗା ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁରଟ୍‌ରୁ ଫେରୁଥିବା ବସ୍‌ର ରୁଟ୍‌ ବଦଳାଯିବ

ଭୁବନେଶ୍ୱର,୩।୫(ବ୍ୟୁରୋ): କଳିଙ୍ଗା ଘାଟିରେ ଦୁଇଟି ବସ୍‌ ଦୁର୍ଘଟଣା ହେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘାଟି ରାସ୍ତା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଡ୍ରାଇଭର ଉକ୍ତ ରାସ୍ତା ବିଷୟରେ ଅଭ୍ୟସ୍ତ ନୁହନ୍ତି। ଏଣୁ…

ସରକାରୀ କଟକଣା ଖିଲାପ କଲେ ଆଜିଠାରୁ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲାକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପ୍ରତି ବାହାର ରାଜ୍ୟରୁ ପ୍ରବାସୀମାନେ ଫେରୁଥିବା ହେତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପ୍ରବାସୀଙ୍କ ଫେରିବା ପାଇଁ ସ୍ବତନ୍ତ୍ର ବସ୍‌ ଓ ଟ୍ରେନ୍‌ର…

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଗିରଫ, ସରକାରୀ ସହାୟତା ମନା

ଭୁବନେଶ୍ୱର,୩।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଚିନ୍ତା ବଢ଼ାଇଲେଣି ପ୍ରବାସୀ ଓଡ଼ିଆ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ଏବେ ରାଜ୍ୟକୁ ଫେରୁଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ…

ବିନା ପାସ୍‌ରେ ଓଡ଼ିଶାରେ ପ୍ରବେଶ ମନା, ଭୁଲ ରୁଟ୍‌ରେ ଗଲେ ସିଜ୍‌ ହେବ ବସ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩।୫(ବ୍ୟୁରୋ): ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ସୁରୁଖୁରୁରେ ଫେରାଇ ଆଣିବା ସହ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ପ୍ରବାସୀଙ୍କ ଫେରିବା ପାଇଁ ବସ୍‌ ଏବଂ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି।…

ଭାରତୀୟ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁଷ୍ପ ବର୍ଷା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସହ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ସ୍ବେଚ୍ଛାସେବୀମାନେ। ବିଶେଷକରି ସ୍ବାସ୍ଥ୍ୟକର୍ମୀମାନେ ପ୍ରତ୍ୟକ୍ଷ ଭାବେ ଏହି ଲଢ଼େଇକୁ ସାମ୍ନା କରୁଛନ୍ତି। ଏହାକୁ ନେଇ ସେମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ଅଭିହିତ କରାଯାଇଛି। ଦେଶରେ କରୋନା…

ବମିଖାଲ ଅଞ୍ଚଳର ବୋଲି ଫେରାଇଦେଲା ହସ୍ପିଟାଲ, ଚାଲିଗଲା ଜୀବନ

ଭୁବନେଶ୍ୱର,୩।୫(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମଧ୍ୟ ଲୋକେ ଏହି ଅଞ୍ଚଳ ନଁା ଶୁଣିଲେ ଭୟ କରୁଛନ୍ତି। ଏପରିକି ହସ୍ପିଟାଲ, ଡାକ୍ତରମାନଙ୍କ ମନରେ ମଧ୍ୟ ଛନକା ପଶୁଛି। ସୋମବାର ଏହି ଅଞ୍ଚଳରୁ ଆସିଥିବା ଜଣେ…

ବିଗିଡ଼ିଗଲା ରାଜଧାନୀ ଚିତ୍ର: ଥୁଣ୍ଟା ହୋଇଯାଇଥିଲା ସବୁଜ ରାଜଧାନୀ, ରାଶନ ପାଇଁ ଲାଗିଥିଲା ୩୦ଦିନ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଗତବର୍ଷ ମେ’ ୩ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ର ବିଶେଷ ପ୍ରଭାବ ଭୁବନେଶ୍ୱରରେ ପଡ଼ିଥିଲା। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଥିଲା। ଉଜୁଡ଼ି ଯାଇଥିଲା ରାଜଧାନୀର ଚିତ୍ର। ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ୍‌ ଓ…

ରାଜ୍ୟର ୧୪ ସହରରେ କମିଛି ପ୍ରଦୂଷଣ: ଭୁବନେଶ୍ୱର, ବ୍ରହ୍ମପୁରରେ ସର୍ବାଧିକ ୬୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ରାଜ୍ୟର ୧୪ ସହରରେ ଏବେ ବାୟୁ ପ୍ରଦୂଷଣ ମାତ୍ରା କମିଛି। କେତେକ ସହରର ବାୟୁର ଗୁଣବତ୍ତା ଭଲ ରହିଥିବାବେଳେ ଆଉ କେତେକ ସହରରେ ସନ୍ତୋଷଜନକ ସ୍ଥିତିରେ…

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ…

‘ଫନୀ’କୁ ବର୍ଷେ: ଉଜାଡ଼ି ଦେଇଥିଲା ୧୪ ଜିଲା

ଭୁବନେଶ୍ୱର,୩।୫(ବ୍ୟୁରୋ): ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଘଣ୍ଟାକୁ ୧୭୫ରୁ ୧୮୫ କି.ମି. ବେଗରେ ପବନ ସୁ ସୁ ଗର୍ଜନ କରି ତାଣ୍ଡବ…

ରାଜଧାନୀକୁ ଟପିଲା ଯାଜପୁର: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା, ଆଜି ଗୋଟିଏ ଦିନରେ ୮ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ବରୀ ବ୍ଲକ ଅଞ୍ଚଳରେ। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ: ଓଡ଼ିଶା ଆସୁଛନ୍ତି ୧୧୫୦ ଜଣ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପାଇଁ ରାଜ୍ୟ ସରକାର ଏକ ନୂଆ ଅଭିଯାନ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ କରିଛନ୍ତି। ପ୍ରବାସୀଙ୍କୁ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଅଣାଯିବ ଏବଂ ନିଜ ପଞ୍ଚାୟତରେ ୧୪ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?