ବମିଖାଲ ଅଞ୍ଚଳର ବୋଲି ଫେରାଇଦେଲା ହସ୍ପିଟାଲ, ଚାଲିଗଲା ଜୀବନ

ଭୁବନେଶ୍ୱର,୩।୫(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମଧ୍ୟ ଲୋକେ ଏହି ଅଞ୍ଚଳ ନଁା ଶୁଣିଲେ ଭୟ କରୁଛନ୍ତି। ଏପରିକି ହସ୍ପିଟାଲ, ଡାକ୍ତରମାନଙ୍କ ମନରେ ମଧ୍ୟ ଛନକା ପଶୁଛି। ସୋମବାର ଏହି ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କୁ ଏକ ଘରୋଇ ହସ୍ପିଟାଲ ଚିକିତ୍ସା ନ କରି ଫେରାଇ ଦେଇଥିବାରୁ ଅଧାବାଟରେ ଜୀବନ ଚାଲିଯାଇଛି। ଅନ୍ୟପଟେ ପୁଅ ମଧ୍ୟ ଲକଡାଉନ ଯୋଗୁ ନ ଆସିପାରିବାରୁ ଶେଷରେ ଝିଅ ବାପାର ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଛି। ଏପରିକି ଘର ମାଲିକ କି ସ୍ଥାନୀୟ ଲୋକେ ବି ସହଯୋଗ କରି ନ ଥିଲେ।
ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ରବୀନ୍ଦ୍ର ନାୟକ(୬୦) ଝିଅ ଓ ସ୍ତ୍ରୀଙ୍କ ସହ ବମିଖାଲ ନିକଟ ବାସୁଦେବ ନଗରରେ ଭଡ଼ାରେ ରୁହନ୍ତି। ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଗତ ୨୭ତାରିଖ ରାତିରେ ରବୀନ୍ଦ୍ରଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହାଦେଖି ଝିଅ ସୌଦାମିନୀ ୧୦୮କୁ ଫୋନ୍‌ କରିଥିଲେ ମଧ୍ୟ ସହାୟତା ମିଳି ନ ଥିଲା। ପରେ ସେ ୧୦୪ ଏବଂ ୧୦୦କୁ ଫୋନ୍‌ କରିଥିଲେ ସେଠାରୁ ନିରାଶ ହେବା ପରେ ଓଲା ଭଡ଼ା କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ବମିଖାଲ ରହୁଥିବା ଜାଣିବା ପରେ ଉକ୍ତ ହସ୍ପିଟାଲ ଫେରାଇ ଦେଇଥିଲେ। ଏହାପରେ ବିଳମ୍ବିତ ରାତିରେ ଝିଅ ଅନ୍ୟ ଏକ ଘରୋଇ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚିକିତ୍ସା କରିବାରେ ବିଳମ୍ବ କରିଥିଲେ। ଏପରି କି ଇସିଜି ରିପୋର୍ଟରେ ବ୍ୟତିକ୍ରମ ଦେଖାଯିବା ପରେ ଅନ୍ୟ ହସ୍ପିଟାଲ ନେବାକୁ ଡାକ୍ତର କହିଥିଲେ। ହେଲେ ବାଟରେ ନେବା ସମୟରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଝିଅ ମୃତଦେହ ଘରକୁ ନେଇଥିଲେ ମଧ୍ୟ ଘର ମାଲିକ ମନା କରିଥିଲେ। ଏପରିକି ଗ୍ୟାରେଜରେ ମଧ୍ୟ ରଖିବାକୁ ଦେଇ ନ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ ନ କରିବାରୁ କିଛି ବାଟ ନ ପାଇ ସୌଦାମିନୀ ବାପାଙ୍କ ମୃତଦେହ ନେଇ ସତ୍ୟନଗର ମଶାଣିକୁ ଯାଇଥିଲେ। ସେଠାରେ ରାସ୍ତାକଡ଼ରେ ରଖି ପାରଳାଖେମୁଣ୍ଡିରେ ରହୁଥିବା ଭାଇଙ୍କ ଆସିବାକୁ ଅପେକ୍ଷା କରିଥିଲେ। ହେଲେ ଲକଡାଉନ ପାଇଁ ସ୍ଥାନୀୟ ପ୍ରଶାସନ ଭାଇକୁ ନ ଛାଡିବାରୁ ଝିଅ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଏହାପରେ ମା ଓ ଝିଅ ଯାଜପୁର ଯାଇଥିବା ଜଣାପଡିଛି। ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ହେବା ପରେ ସରକାରଙ୍କ ଚେତା ପଶିଥିଲା। ଘରୋଇ ହସ୍ପିଟାଲ ପାଇଁ ଏକ ଗାଇଡଲାଇନ୍‌ ଜାରି କଲେ। ସମସ୍ତ ଘରୋଇ ହସ୍ପିଟାଲ ଜରୁରୀ ସେବା ଯୋଗାଇ ଦେବେ। ବିଭିନ୍ନ ଆଳ କରି ବିଦା କରିଦେବେ ନାହିଁ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

ଭୁବନେଶ୍ୱର, ୭।୯: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri