ମେଟ୍ରୋ

ଭୁବନେଶ୍ୱରରୁ ପୁଣି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ: ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ମୋଟ ୬୭ ଓ୍ବାର୍ଡରୁ ୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୨୧ରେ ପହଞ୍ଚିଛି। ଓ୍ବାର୍ଡ ନଂ.୨ ରୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୧୯ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡାରୁ ୨୦୫, କୋରାପୁଟରୁ ୧୬୯, ମୟୂରଭଞ୍ଜରୁ ୧୫୦, କଟକରୁ ୧୨୯, ବାଲେଶ୍ୱରରୁ ୧୦୦, ନୟାଗଡରୁ୯୫,…

ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ସାଙ୍ଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ଲୋକମାନଙ୍କ ସହ ରହିବାକୁ ଦଳୀୟ ବିଧାୟକମାନଙ୍କୁ ରବିବାର ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ସବୁ ପିଲା ଆମ ପରିବାରର। ଏ କଷ୍ଟ…

୯ ଜିଲାରୁ ୧୨ ମୁଣ୍ଡ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ଆଉ ୧୨ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୫୩ ବର୍ଷୀୟ ବ୍ୟକ୍ତି, କଟକର ୬୩ ବର୍ଷୀୟ ବୃଦ୍ଧ, ଗଞ୍ଜାମର(୩୫ ବର୍ଷୀୟ ବ୍ୟକ୍ତି, ୩୦ ବର୍ଷୀୟ ବ୍ୟକ୍ତି, ୬୫ ବର୍ଷୀୟ ବୃଦ୍ଧ, ୫୦ ବର୍ଷୀୟ ବ୍ୟକ୍ତି), ଯାଜପୁରର…

୨୮ ଜିଲାକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ୨୯ ଜିଲାରୁ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଖୋର୍ଦ୍ଧାର ସର୍ବାଧିକ ୬୮୪ଜଣ ଥିବା ବେଳେ ଅନୁଗୋଳର ୨୫, ବାଲେଶ୍ୱରର ୧୩୮, ବରଗଡ଼ର ୧୨୪, ଭଦ୍ରକର ୪୦, ବଲାଙ୍ଗୀରର ୩୫, କଟକର ୩୩୭, ଦେବଗଡ଼ର ୨,…

ବନ୍ଧନ ବ୍ୟାଙ୍କ୍‌ ଅଧିକାରୀଙ୍କଠାରୁ ଟଙ୍କା ଲୁଟ୍‌ ମାମଲା: ଗ୍ୟାଙ୍ଗ୍‌ ଲିଡର ପାଟୁ ସମେତ ୪ ଗିରଫ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ବନ୍ଧନ ବ୍ୟାଙ୍କ୍‌ର ଯୋଗାଯୋଗ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାଡ୍‌। ଏଥିରେ ପାଟୁ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିବା ପରେ ଖଣ୍ଡଗିରି ପୋଲିସ ସହ ମିଳିତ…

ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ଥିଲେ ବିଧାୟକଙ୍କ ପିଏସ୍‌ଓ

ଭୁବନେଶ୍ୱର, ୩୦। ୮ (ବ୍ୟୁରୋ): କରୋନା ମହାମାରୀରେ ୨୪ଜଣ ପୋଲିସ କର୍ମଚାରୀ ଓ ୩ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉଜଣେ କରୋନା ଯୋଦ୍ଧା ଆଖି ବୁଜିଛନ୍ତି। ସେ ହେଲେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ…

ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ: ଜେଲ ବିଭାଗରେ ୬୦୮ ପଦବୀ ଖାଲି

ଭୁବନେଶ୍ୱର,୩୦। ୮(ବ୍ୟୁରୋ): ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ କାରାଗାର ପରିସଂଖ୍ୟାନ ରିପୋର୍ଟ-୨୦୧୯ ଶନିବାର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟ ଜେଲ ବିଭାଗର ଖାଲି ପଡିଥିବା ପଦବୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ବଜେଟ୍‌ ଅନୁଦାନ ମଧ୍ୟ ହ୍ରାସ…

ଜେଇଇ ପାଇଁ ହେବନି ଲକ୍‌ଡାଉନ, ଶଟ୍‌ଡାଉନ୍‌

ଭୁବନେଶ୍ୱର,୩୦। ୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ(ମେନ୍‌) ଏବଂ ୧୩ ତାରିଖରେ ଏନ୍‌ଇଇଟି(ୟୁଜି) ପ୍ରବେଶିକା ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୮ ସହର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁରରେ ୨୬ଟି…

ମହାନଦୀ ବିପଦ: ଆଜି ମୁଣ୍ଡଳୀରେ ପ୍ରବାହିତ ହେବ ୧୦.୫୦ ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ପଡ଼ୋଶୀ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଓଡ଼ିଶା ପାଇଁ ବିପଦ ହୋଇ ମାଡ଼ିଆସୁଛି ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍‌ ଖୋଲାଯାଇଥିବାରୁ ମହାନଦୀ ଭୟଙ୍କର ରୂପଧାରଣ କରିଛି। ଫଳରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲା ପରେ…

ଭୁବନେଶ୍ୱରରୁ ପୁଣି ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଶନିବାର ୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱରରୁ ଆଜି ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୮୮ କରୋନା ଆକ୍ରାନ୍ତ : ରାୟଗଡାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡା ଜିଲାରୁ ସର୍ବାଧିକ ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡରୁ ୧୩୮,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?