ବନ୍ଧନ ବ୍ୟାଙ୍କ୍‌ ଅଧିକାରୀଙ୍କଠାରୁ ଟଙ୍କା ଲୁଟ୍‌ ମାମଲା: ଗ୍ୟାଙ୍ଗ୍‌ ଲିଡର ପାଟୁ ସମେତ ୪ ଗିରଫ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ବନ୍ଧନ ବ୍ୟାଙ୍କ୍‌ର ଯୋଗାଯୋଗ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାଡ୍‌। ଏଥିରେ ପାଟୁ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିବା ପରେ ଖଣ୍ଡଗିରି ପୋଲିସ ସହ ମିଳିତ ଚଢ଼ାଉ କରି ପୁରୀ ଓ ଭୁବନେଶ୍ୱର ଉପକଣ୍ଠରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ ବନ୍ଧୁକ, ୪ ଗୁଳି ଓ ଗୋଟିଏ ବାଇକ ଜବତ ହୋଇଛଇ। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍‌ ଲିଡର ତଥା ପୁରୀ ଜିଲା ଗୋପ ଅଞ୍ଚଳର ସାହାଜାହାନ ଖାନ୍‌ ଓରଫ ପାଟୁ (୪୫), ନିମାପଡାର ଏସ୍‌.କେ ସାହିଦ(୨୧), ଯଦୁପୁର ଅଞ୍ଚଳର ଜଲାଉଦ୍ଦିନ ଖାନ୍‌ ଓରଫ ରାଜା (୨୧) ଓ ନିମାପଡାର ପ୍ରଶାନ୍ତ ଭୋଇ ଓରଫ ପୁନି (୨୮)। ପାଟୁ ନାମରେ ବିଭିନ୍ନ ଥାନାରେ ୧୯ ମାମଲା ରହିଥିବାବେଳେ ସାହିଦଙ୍କ ନାମରେ ୯ , ରାଜା ନାମରେ ୩ ଓ ପ୍ରଶାନ୍ତ ନାମରେ ୮ଟି ମାମଲା ରହିଥିବା ତଦନ୍ତରୁ ଜଣାପଡିଛି। ଖଣ୍ଡଗିରି ପୋଲିସ କେସ୍‌ ନଂ.୪୭୦/୨୦ ଦଫା ୩୯୨ ଲଗାଇ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ଅନୁଯାୟୀ, ବନ୍ଧକ ବ୍ୟାଙ୍କ୍‌ର ଯୋଗଯୋଗ ଅଧିକାରୀ ମନୋରମା ବରାଳ ଗ୍ରାହକଙ୍କଠାରୁ ଟଙ୍କା କଲେକ୍ସନ କାର୍ଯ୍ୟ କରନ୍ତି। ସବୁଦିନ ପରି ଗତ ୫ ତାରିଖ ରାତି ୮ଟାରେ ସରକନ୍ତରା ଓ ଯଦୁପୁରରୁ ଟଙ୍କା କଲେକ୍ସନ କରିବା ପରେ ବରମୁଣ୍ଡା ଗଁାରେ ଥିବା ଆଉକେତେଜଣ ଗ୍ରାହକଙ୍କ ଘରକୁ ଟଙ୍କା ଆଣିବାକୁ ସ୍କୁଟିରେ ଯାଉଥିଲେ। ତାଙ୍କୁ ଏକ ବାଇକ୍‌ରେ ପିଛା କରୁଥିବା ୩ଜଣ ଲୁଟେରା ରାତି ପ୍ରାୟ ୧୧ଟା ୪୦ରେ ବରମୁଣ୍ଡା ଗାଁ ନିକଟରେ ଅଟକାଇଥିଲେ। ପରେ ବାଇକରେ ବସିଥିବା ଜଣେ ଲୁଟେରା ବନ୍ଧୁକ ବାହାର କରି ତାଙ୍କ ମୁଣ୍ଡରେ ଲଗାଇ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିଲେ। ଏନେଇ ମନୋରମା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିସିପି ଉମାଶଙ୍କର ଦାଶ ସ୍ପେଶାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଏକାଧିକ ସ୍ଥାନରୁ ହୋଇଥିବା ଲୁଟ୍‌ର ସିସିଟିଭ ଫୁଟେଜ ଯାଞ୍ଚବେଳେ ପାଟୁ ଗ୍ୟାଙ୍ଗର ସଦସ୍ୟ ସମ୍ପୃକ୍ତ ଥିବା ସୁରାକ ମିଳିଥିଲା। ତେଣୁ ପାଟୁ ଗ୍ୟାଙ୍ଗ ସଦସ୍ୟଙ୍କ ତାଲିକା ଖୋଲିବା ପରେ ସେଥିରୁ ରାଜାଙ୍କ ନାମ ଆସିଥିଲା। ପୂର୍ବରୁ ରାଜା ମଧ୍ୟ ଏକାଧିକ ଡକାୟତି ମାମଲାରେ ଗିରଫ ହୋଇଥିଲେ। ତେବେ ସେ ଯଦୁପୁରରେ ରହୁଥିବାବେଳେ ବନ୍ଧନ ବ୍ୟାଙ୍କ୍‌ ଯୋଗାଯୋଗ ଅଧିକାରୀ ମନୋରମା ଘଟଣା ଦିନ ରାଜାଙ୍କ ଘର ନିକଟରୁ ଟଙ୍କା କଲେକ୍ସନ କରି ଫେରିଥିଲେ। ଏହା ଜାଣିପାରି ରାଜା ତାଙ୍କ ଗ୍ୟାଙ୍ଗ୍‌ ଲିଡର ପାଟୁଙ୍କୁ ଜଣାଇଥିଲେ। ପରେ ପାଟୁ, ରାଜା ଓ ଅନ୍ୟଜଣେ ବାଇକରେ ମନୋରମାଙ୍କ ପିଛା କରି ବରମୁଣ୍ଡା ଗଁା ନିକଟରେ ଲୁଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?