ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ: ଜେଲ ବିଭାଗରେ ୬୦୮ ପଦବୀ ଖାଲି

ଭୁବନେଶ୍ୱର,୩୦। ୮(ବ୍ୟୁରୋ): ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ କାରାଗାର ପରିସଂଖ୍ୟାନ ରିପୋର୍ଟ-୨୦୧୯ ଶନିବାର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟ ଜେଲ ବିଭାଗର ଖାଲି ପଡିଥିବା ପଦବୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ବଜେଟ୍‌ ଅନୁଦାନ ମଧ୍ୟ ହ୍ରାସ ପାଇଛି। ୨୦୧୮ରେ ଅନୁମୋଦିତ ଜେଲ୍‌ କର୍ମଚାରୀ ସଂଖ୍ୟା ୨୯୮୬ ଥିବାବେଳେ ୨୩୭୮ଜଣ ରହିଥିଲେ। ଫଳରେ ମୋଟ ୫୩୮ ପଦବୀ ଖାଲିପଡିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୬୦୮ରେ ପହଞ୍ଚତ୍ଛି। ବିଶେଷକରି ୨୦୧୮ରେ ଜେଲ (ଏକ୍‌ଜିକ୍ୟୁଟିଭ୍‌) କର୍ମଚାରୀଙ୍କ ସଂଖ୍ୟା ୨୦୧୧ ରହିଥିବାବେଳେ ୨୦୧୯ରେ ୧୯୬୨କୁ ହ୍ରାସ ପାଇଛି। ସେହିଭଳି ୨୦୧୯ରେ ଅନୁମୋଦିତ ଅଫିସର କ୍ୟାଡ଼ର ସଂଖ୍ୟା ୪୬୪ ଥିବାବେଳେ ରହିଛନ୍ତି ୨୫୫ଜଣ ଅର୍ଥାତ୍‌ ୨୦୯ ଅଫିସର ପୋଷ୍ଟ ଖାଲି ପଡିଛି। ଅନୁମୋଦିତ ଜେଲ ଅଧୀକ୍ଷକ ପଦବୀ ୯୨ ଥିବାବେଳେ ଅଛନ୍ତି ୯୧ଜଣ। ଅନୁମୋଦିତ ଆସିଷ୍ଟାଣ୍ଡ ଅଧୀକ୍ଷକ ପଦବୀ ୧୦୫ ଥିବାବେଳେ ଅଛନ୍ତି ମାତ୍ର ୫୫ ଜଣ। ସୁଧାର କର୍ମଚାରୀଙ୍କ ସଂଖ୍ୟା ୨୦୧୮ରେ ୧୨୦ ଥିବାବେଳେ ୨୦୧୯ରେ ଏହା ୧୦୮କୁ ହ୍ରାସ ପାଇଛି। ତେବେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଓ୍ବେଲଫେୟାର ଅଫିସରଙ୍କ ପଦବୀ ଅଧା ଖାଲି ପଡିଛି। ଅନୁମୋଦିତ ସଂଖ୍ୟା ୬୦ ଥିବାବେଳେ ୩୧ ଜଣ ଓ୍ବେଲ୍‌ଫେୟାର ଅଫିସର ଅଛନ୍ତି।

ଅନ୍ୟପକ୍ଷରେ ଜେଲ୍‌ରେ ଏକାଧିକ ମାନସିକ ରୋଗୀ ଅଛନ୍ତି। ଏଥିସହ ଦୀର୍ଘଦିନ ଧରି ଜେଲ୍‌ ଦଣ୍ଡ ଭୋଗିବା ସମୟରେ ବହୁ କଏଦୀ ମାନସିକ ଭାରସାମ୍ୟ ହରାଉଛନ୍ତି। ସେମାନଙ୍କ ପାଇଁ ୨୦୧୮ରେ ୪ ଅନୁମୋଦିତ ମନସ୍ତତ୍ତ୍ୱବିତ ପଦବୀ ରହିଥିବାବେଳେ ସରକାର ମାତ୍ର ଜଣଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ୨୦୧୯ରେ ଏହି ପଦବୀ ସଂଖ୍ୟା ୩କୁ ହ୍ରାସ କରାଯାଇଥିବାବେଳେ ସେହି ଜଣେ ହିଁ କାର୍ଯ୍ୟ କରୁଛନ୍ତି। ସାମାଜିକ କର୍ମୀଙ୍କ ଅନୁମୋଦିତ ୧୦୧ ପଦବୀ ଥିବାବେଳେ ୭୬ଜଣ ଅଛନ୍ତି। ତେବେ ରାଜ୍ୟ ସରକାର କାରଗାରରେ ଡାକ୍ତର ପଦବୀ ସଂଖ୍ୟା ବୃଦ୍ଧି କରିଛନ୍ତି। ୯୪ଟି ଅନୁମୋଦିତ ଡାକ୍ତରୀ ପଦବୀ ଥିବାବେଳେ ୨୦୧୮ରେ ୪୨ଜଣ କାର୍ଯ୍ୟ କରୁଥିବାବେଳେ ୨୦୧୯ରେ ୬୧କୁ ବୃଦ୍ଧି ପାଇଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଲା, ଓଡ଼ିଶାର ସମ୍ବଲପୁରରେ ଏକମାତ୍ର ମହିଳା କାରଗାର ରହିଛି। କିନ୍ତୁ ସେଠାରେ କୌଣସି ଜଣେ ହେଲେ ମେଡ଼ିକାଲ ଷ୍ଟାଫ୍‌ ନ ଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି।

ଅନ୍ୟପକ୍ଷରେ ୨୦୧୮-୧୯ ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା ଜେଲ ନିର୍ଦ୍ଦେଶାଳୟ କମ୍‌ ବଜେଟ ପାଇଛି। ୨୦୧୮ରେ ରାଜ୍ୟ ଜେଲ ବିଭାଗ ପାଇଁ ମୋଟ ମଞ୍ଜୁରୀପ୍ରାପ୍ତ ବଜେଟ ୨୦୨.୪ କୋଟି ଥିବାବେଳେ ୨୦୧୯ରେ ୧.୩ ପ୍ରତିଶତ କମ୍‌ ଅର୍ଥାତ୍‌ ୧୯୯.୭କୋଟିକୁ ହ୍ରାସ ପାଇଛି। ଏହି ସମୟରେ ଜେଲ ବିଭାଗ ଅନୁମୋଦିତ ୧୯୯.୭ କୋଟି ଟଙ୍କା ମଧ୍ୟରୁ ୧୭୦.୫ କୋଟି ଟଙ୍କା ଖର୍ଚ୍ଚ କରିଛି। କହିବାକୁ ଗଲେ ମଞ୍ଜୁର ହେଉଥିବା ବଜେଟକୁ ରାଜ୍ୟ ଜେଲ ବିଭାଗ ଠିକ୍‌ ଭାବେ ଖର୍ଚ୍ଚ କରିବାରେ ବିଫଳ ହେଉଥିବା ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?