ମହାନଦୀ ବିପଦ: ଆଜି ମୁଣ୍ଡଳୀରେ ପ୍ରବାହିତ ହେବ ୧୦.୫୦ ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ପଡ଼ୋଶୀ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଓଡ଼ିଶା ପାଇଁ ବିପଦ ହୋଇ ମାଡ଼ିଆସୁଛି ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍‌ ଖୋଲାଯାଇଥିବାରୁ ମହାନଦୀ ଭୟଙ୍କର ରୂପଧାରଣ କରିଛି। ଫଳରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲା ପରେ ଉପକୂଳର କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଓ ନୟାଗଡ ଜିଲା ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା, ଖରସ୍ରୋତା ଆଦି ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେବା ଯୋଗୁ ଉତ୍ତର ଓଡ଼ିଶାରୁ ଆରମ୍ଭକରି ଉପକୂଳ ଯାଏ ଶୁକ୍ରବାରଠାରୁ ଜଳପ୍ରଳୟ ସୃଷ୍ଟିହୋଇଛି। ଶନିବାର ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜିଲାର ଅନେକ ଗ୍ରାମ ପାଣିଘେରରେ ଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିରହିଛି।

ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ୯୫ ହଜାର ୬୦୦କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ଚ୍ୟାନେଲ ଦେଇ ୭ ଲକ୍ଷ ୬୨ ହଜାର ୧୯୫ କ୍ୟୁସେକ ଜଳ ଛଡ଼ାଯାଉଛି। ଏଥିଯୋଗୁ ମହାନଦୀ ଫୁଲିବାରେ ଲାଗିଛି। ମହାନଦୀର ଖଇରମାଳଠାରେ ୯ ଲକ୍ଷ ୯୩ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀଠାରେ ୯ ଲକ୍ଷ ୪୮ ହଜାର ୯୦୫ ଏବଂ ବରମୂଳଠାରେ ୮ ଲକ୍ଷ ୮୮ କ୍ୟୁସେକ ପାଣି ବହୁଛି। ଏଥିଯୋଗୁ ମହାନଦୀ ଅସମ୍ଭାଳ ସ୍ତରକୁ ଚାଲି ଆସିଲାଣି। ମହାନଦୀର ନରାଜଠାରେ ବିପଦସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ୨୬.୭୬ ମିଟର ଉପରେ ପ୍ରବାହିତ ହେଉଛି। ଏଠାରେ ବନ୍ୟାଜଳ ବଢ଼ିବାରେ ଲାଗିଛି। ମହାନଦୀର ଶାଖା କାଠଯୋଡ଼ି, ବିରୂପା, ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ, ଭାର୍ଗବୀ, ଦୟା, କୁଆଖାଇ ନଦୀ ଉଛୁଳିବାରେ ଲାଗିଛି। ଏହି ନଦୀକୂଳରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ବୈତରଣୀ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟରେ ଚାଲୁଥିଲେ ମଧ୍ୟ କମିବାରେ ଲାଗିଛି। ଏହି ନଦୀର ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ୧୭.୭୯ ମିଟରରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ସୁବର୍ଣ୍ଣରେଖାର ରାଜଘାଟଠାରେ ବନ୍ୟାଜଳ ବିପଦସଙ୍କେତ ତଳେ ବହୁଛି। ମାତ୍ର ବାଲେଶ୍ୱର ଜିଲାର ଜଳାକାନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ଚାଲୁଛି। ଜଳକା ନଦୀର ବିପଦସଙ୍କେତ ସ୍ତର ୫.୫୦ ମିଟର ଥିବା ବେଳେ ୬.୩୨ ମିଟର ପ୍ରବାହିତ ହେଉଛି।

ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନ(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା, ବନ୍ୟା ଯୋଗୁ କାନ୍ଥପଡ଼ି ଓ ନଦୀରେ ଭାସି ଯାଇ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁହୋଇଛି। ବନ୍ୟା ଯୋଗୁ ୮ ଲକ୍ଷ ଲୋକ ଓ ୪ ଲକ୍ଷ ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଥିବାବେଳେ ୩ ଲକ୍ଷ ଚାଷ ଜମି ଜଳମଗ୍ନ ହୋଇଛି। ୮ ହଜାର ଘର ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘରଭଙ୍ଗା କ୍ଷତି ତୁରନ୍ତ ଆକଳନ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିଛାଡ଼ିବା ପରେ ରାଜସ୍ବ ବିଭାଗ ଓ କୃଷି ବିଭାଗର ଅଧିକାରୀମାନେ ଚାଷଜମି କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ତୁରନ୍ତ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ ସରକାର ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବେ। ଯେଉଁମାନେ ଆଶ୍ରୟସ୍ଥଳରେ ରହିଛନ୍ତି ସେମାନଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଲଘୁଚାପ ଯୋଗୁ ରାଜ୍ୟର ୫ଟି ନଦୀରେ ବନ୍ୟା ଆସିଛି। ସୁବର୍ଣ୍ଣରେଖା ନଦୀରେ ବିପଦସଙ୍କେତ ସ୍ତର ୧୦.୩୬ ଥିବାବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ତାହା ୯.୬ ମିଟରକୁ ଖସିଆସିଛି। ୧୦୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ରବିବାର ଘରକୁ ଫେରିଯିବେ। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ସ୍ତର ୮.୧୩ ମିଟର ଥିବା ବେଳେ ଗତ ୨୭ ତାରିଖ ସୁଦ୍ଧା ତାହା ୮.୪୦ ମିଟର ଉପରେ ପ୍ରବାହିତ ହେଉଥିଲା। ଏବେ ୬.୨୨ ମିଟର ତଳେ ପ୍ରବାହିତ ହେଉଛି। ଏଥିଯୋଗୁ ବାଲେଶ୍ୱର ଜିଲାର ସଦର ବ୍ଲକର ୧୦ ଗ୍ରାମ ପାଣି ଘେରରେ ରହିଛି। ୨୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଯାଜପୁର ଜିଲାର ବରୀ, ବିଞ୍ଝାରପୁର ଏବଂ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ଯେଉଁ ବଡ଼ଧରଣର ସମସ୍ୟା ଆସିଥିଲା ସେଥିରେ ସୁଧାର ଆସିଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲାର ୬୧୦ଗ୍ରାମ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ବୈତରଣୀ ବନ୍ୟା ଯୋଗୁ ଯାଜପୁର ଜିଲାରେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ୨୯ଟି ଘାଇ ସୃଷ୍ଟି ହୋଇଛି। ସ୍ଥିତି ସଙ୍ଗିନ ରହିଛି। ବ୍ରାହ୍ମଣୀ ନଦୀର ଜେନାପୁରଠାରେ ବନ୍ୟାଜଳ ବିପଦସଙ୍କେତ(୨୩ ମିଟର) ନିକଟ ଦେଇ ପ୍ରବାହିତ ହେଉଛି। ବ୍ରାହ୍ମଣୀ ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲାର ଆଳି ଓ ଡେରାବିଶ ବ୍ଲକର କେତେକ ଗ୍ରାମ ଜଳମଗ୍ନ ରହିଛି।

ମହାନଦୀ, ତେଲ ଓ ଅନ୍ୟାନ୍ୟ ନଦୀର ଜଳକୁ ମିଶାଇ ରବିବାର ସକାଳେ ମୁଣ୍ଡଳୀଠାରେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ। ମହାନଦୀ ବନ୍ୟାରେ ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲା ମଧ୍ୟ ପ୍ରଭାବିତ ହୋଇଛି। ମହାନଦୀ ପଛୁଆ ପାଣିରେ ସମ୍ବଲପୁର ଜିଲାର ନଦୀନାଳ ଫୁଲିଉଠିଛି। ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ପରିସ୍ଥିତି ଜଟିଳ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ବିଭିନ୍ନ ସ୍ଥାନରେ ୧୪ଟି ଆଶ୍ରୟସ୍ଥଳୀ ଖୋଲାଯାଇ ପ୍ରାୟ ୧୮ଶହ ଲୋକଙ୍କୁ ରଖାଯାଇଛି । ଲୋକମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସ୍ଥିତି ଉପରେ ଜିଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?