ମହାନଦୀ ବିପଦ: ଆଜି ମୁଣ୍ଡଳୀରେ ପ୍ରବାହିତ ହେବ ୧୦.୫୦ ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ପଡ଼ୋଶୀ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଓଡ଼ିଶା ପାଇଁ ବିପଦ ହୋଇ ମାଡ଼ିଆସୁଛି ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍‌ ଖୋଲାଯାଇଥିବାରୁ ମହାନଦୀ ଭୟଙ୍କର ରୂପଧାରଣ କରିଛି। ଫଳରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲା ପରେ ଉପକୂଳର କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଓ ନୟାଗଡ ଜିଲା ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା, ଖରସ୍ରୋତା ଆଦି ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେବା ଯୋଗୁ ଉତ୍ତର ଓଡ଼ିଶାରୁ ଆରମ୍ଭକରି ଉପକୂଳ ଯାଏ ଶୁକ୍ରବାରଠାରୁ ଜଳପ୍ରଳୟ ସୃଷ୍ଟିହୋଇଛି। ଶନିବାର ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜିଲାର ଅନେକ ଗ୍ରାମ ପାଣିଘେରରେ ଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିରହିଛି।

ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ୯୫ ହଜାର ୬୦୦କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ଚ୍ୟାନେଲ ଦେଇ ୭ ଲକ୍ଷ ୬୨ ହଜାର ୧୯୫ କ୍ୟୁସେକ ଜଳ ଛଡ଼ାଯାଉଛି। ଏଥିଯୋଗୁ ମହାନଦୀ ଫୁଲିବାରେ ଲାଗିଛି। ମହାନଦୀର ଖଇରମାଳଠାରେ ୯ ଲକ୍ଷ ୯୩ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀଠାରେ ୯ ଲକ୍ଷ ୪୮ ହଜାର ୯୦୫ ଏବଂ ବରମୂଳଠାରେ ୮ ଲକ୍ଷ ୮୮ କ୍ୟୁସେକ ପାଣି ବହୁଛି। ଏଥିଯୋଗୁ ମହାନଦୀ ଅସମ୍ଭାଳ ସ୍ତରକୁ ଚାଲି ଆସିଲାଣି। ମହାନଦୀର ନରାଜଠାରେ ବିପଦସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ୨୬.୭୬ ମିଟର ଉପରେ ପ୍ରବାହିତ ହେଉଛି। ଏଠାରେ ବନ୍ୟାଜଳ ବଢ଼ିବାରେ ଲାଗିଛି। ମହାନଦୀର ଶାଖା କାଠଯୋଡ଼ି, ବିରୂପା, ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ, ଭାର୍ଗବୀ, ଦୟା, କୁଆଖାଇ ନଦୀ ଉଛୁଳିବାରେ ଲାଗିଛି। ଏହି ନଦୀକୂଳରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ବୈତରଣୀ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟରେ ଚାଲୁଥିଲେ ମଧ୍ୟ କମିବାରେ ଲାଗିଛି। ଏହି ନଦୀର ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ୧୭.୭୯ ମିଟରରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ସୁବର୍ଣ୍ଣରେଖାର ରାଜଘାଟଠାରେ ବନ୍ୟାଜଳ ବିପଦସଙ୍କେତ ତଳେ ବହୁଛି। ମାତ୍ର ବାଲେଶ୍ୱର ଜିଲାର ଜଳାକାନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ଚାଲୁଛି। ଜଳକା ନଦୀର ବିପଦସଙ୍କେତ ସ୍ତର ୫.୫୦ ମିଟର ଥିବା ବେଳେ ୬.୩୨ ମିଟର ପ୍ରବାହିତ ହେଉଛି।

ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନ(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା, ବନ୍ୟା ଯୋଗୁ କାନ୍ଥପଡ଼ି ଓ ନଦୀରେ ଭାସି ଯାଇ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁହୋଇଛି। ବନ୍ୟା ଯୋଗୁ ୮ ଲକ୍ଷ ଲୋକ ଓ ୪ ଲକ୍ଷ ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଥିବାବେଳେ ୩ ଲକ୍ଷ ଚାଷ ଜମି ଜଳମଗ୍ନ ହୋଇଛି। ୮ ହଜାର ଘର ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘରଭଙ୍ଗା କ୍ଷତି ତୁରନ୍ତ ଆକଳନ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିଛାଡ଼ିବା ପରେ ରାଜସ୍ବ ବିଭାଗ ଓ କୃଷି ବିଭାଗର ଅଧିକାରୀମାନେ ଚାଷଜମି କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ତୁରନ୍ତ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ ସରକାର ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବେ। ଯେଉଁମାନେ ଆଶ୍ରୟସ୍ଥଳରେ ରହିଛନ୍ତି ସେମାନଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଲଘୁଚାପ ଯୋଗୁ ରାଜ୍ୟର ୫ଟି ନଦୀରେ ବନ୍ୟା ଆସିଛି। ସୁବର୍ଣ୍ଣରେଖା ନଦୀରେ ବିପଦସଙ୍କେତ ସ୍ତର ୧୦.୩୬ ଥିବାବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ତାହା ୯.୬ ମିଟରକୁ ଖସିଆସିଛି। ୧୦୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ରବିବାର ଘରକୁ ଫେରିଯିବେ। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ସ୍ତର ୮.୧୩ ମିଟର ଥିବା ବେଳେ ଗତ ୨୭ ତାରିଖ ସୁଦ୍ଧା ତାହା ୮.୪୦ ମିଟର ଉପରେ ପ୍ରବାହିତ ହେଉଥିଲା। ଏବେ ୬.୨୨ ମିଟର ତଳେ ପ୍ରବାହିତ ହେଉଛି। ଏଥିଯୋଗୁ ବାଲେଶ୍ୱର ଜିଲାର ସଦର ବ୍ଲକର ୧୦ ଗ୍ରାମ ପାଣି ଘେରରେ ରହିଛି। ୨୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଯାଜପୁର ଜିଲାର ବରୀ, ବିଞ୍ଝାରପୁର ଏବଂ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ଯେଉଁ ବଡ଼ଧରଣର ସମସ୍ୟା ଆସିଥିଲା ସେଥିରେ ସୁଧାର ଆସିଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲାର ୬୧୦ଗ୍ରାମ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ବୈତରଣୀ ବନ୍ୟା ଯୋଗୁ ଯାଜପୁର ଜିଲାରେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ୨୯ଟି ଘାଇ ସୃଷ୍ଟି ହୋଇଛି। ସ୍ଥିତି ସଙ୍ଗିନ ରହିଛି। ବ୍ରାହ୍ମଣୀ ନଦୀର ଜେନାପୁରଠାରେ ବନ୍ୟାଜଳ ବିପଦସଙ୍କେତ(୨୩ ମିଟର) ନିକଟ ଦେଇ ପ୍ରବାହିତ ହେଉଛି। ବ୍ରାହ୍ମଣୀ ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲାର ଆଳି ଓ ଡେରାବିଶ ବ୍ଲକର କେତେକ ଗ୍ରାମ ଜଳମଗ୍ନ ରହିଛି।

ମହାନଦୀ, ତେଲ ଓ ଅନ୍ୟାନ୍ୟ ନଦୀର ଜଳକୁ ମିଶାଇ ରବିବାର ସକାଳେ ମୁଣ୍ଡଳୀଠାରେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ। ମହାନଦୀ ବନ୍ୟାରେ ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲା ମଧ୍ୟ ପ୍ରଭାବିତ ହୋଇଛି। ମହାନଦୀ ପଛୁଆ ପାଣିରେ ସମ୍ବଲପୁର ଜିଲାର ନଦୀନାଳ ଫୁଲିଉଠିଛି। ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ପରିସ୍ଥିତି ଜଟିଳ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ବିଭିନ୍ନ ସ୍ଥାନରେ ୧୪ଟି ଆଶ୍ରୟସ୍ଥଳୀ ଖୋଲାଯାଇ ପ୍ରାୟ ୧୮ଶହ ଲୋକଙ୍କୁ ରଖାଯାଇଛି । ଲୋକମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସ୍ଥିତି ଉପରେ ଜିଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri