ମେଟ୍ରୋ

ଖତ କରି ବିକିଦେଲେ, ହିସାବ ଲୁଚାଇଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ‘ମୋ ସାଇକେଲ’ ପରି ‘ସିଟି ବସ୍‌’ ଯୋଜନା ମଧ୍ୟ ବାଟବଣା ହୋଇ କବାଡିଖାନାକୁ ଯାଇଛି। ପୋଖରୀପୁଟସ୍ଥିତ ଡିପୋରେ ୩ବର୍ଷ ପଡିରହିବା ପରେ ବସ୍‌ଗୁଡିକୁ ସ୍କ୍ରାପ୍‌ ଦରରେ ବିକ୍ରି କରିଦିଆଯାଇଛି। ୧୨୫ ବସ୍‌ ମଧ୍ୟରୁ ୧୨୨ଟିକୁ କୋଲକାତାର ଏକ ସ୍କ୍ରାପେଜ୍‌…

ରାଜ୍ୟରେ ଆଇନ ତା’ ବାଟରେ ଯାଉନାହିଁ: ଭାଜପା

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉନାହିଁ। ଶାସକ ବିଜେଡିର ତୁଙ୍ଗନେତା ଏହାର ବଡ଼ ବାଧକ ସାଜିଛନ୍ତି ା ରାଜ୍ୟରେ ଘଟିଯାଉଥିବା ପ୍ରମୁଖ ହତ୍ୟାକାଣ୍ଡ ଓ ଦୁର୍ନୀତି ପଛରେ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି…

ଗଡ଼ିଲା ୧୧୦ ଅତ୍ୟାଧୁନିକ ବସ୍‌

ଭୁବନେଶ୍ୱର,୪।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ଏଜି ଛକସ୍ଥିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ ନୂଆ ଅତ୍ୟାଧୁନିକ ବସ୍‌ର ଶୁଭାରମ୍ଭ କରିଛନ୍ତି। ଯାତ୍ରୀଙ୍କୁ ବସ୍‌ଯାତ୍ରାର ଆରାମଦାୟକ ଅନୁଭୂତି ପ୍ରଦାନ କରିବା ଲାଗି ବସ୍‌ଗୁଡ଼ିକରେ…

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୮୦୪୦ରେ ପହଞ୍ଚିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା…

ଆକ୍ରାନ୍ତ ହେଉଛନ୍ତି ପିଲା; ଆଜି ୬୮୧ ସଂକ୍ରମିତରେ ଅଛନ୍ତି ୧୧୮ଜଣ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୧୮ ଆକ୍ରାନ୍ତ ଅଛନ୍ତି। ୬୮୧ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୯୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୮୩ ଲୋକାଲ କେସ…

ବଦଳିଲା ଯୁକ୍ତ ୩ ନାମଲେଖା ତାରିଖ

ଭୁବନେଶ୍ୱର,୩।୯: ବଦଳିଲା ଯୁକ୍ତ ୩ ନାମଲେଖା ପ୍ରଥମ ଚୟନ ପ୍ରକ୍ରିୟା। ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ଶୁକ୍ରବାର ସ୍ପଷ୍ଟ ସୂଚନା ଦିଆଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୧ରୁ ୧୫…

ସବ୍‌ସିଡି ନାଁରେ ୬ କୋଟି ଠକେଇ

ଭୁବନେଶ୍ୱର,୩।୯(ବ୍ୟୁରୋ): ଚାଷୀଙ୍କ ନାଁରେ ସବ୍‌ସିଡି ଉଠାଇ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧି ଶାଖା(ଇଓଡବ୍ଲ୍ୟୁ) ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ସଦର ଥାନାର…

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ରୁଟ୍‌ରେ ‘ମୋ ବସ’

ଭୁବନେଶ୍ୱର,୩।୯(ବ୍ୟୁରୋ): ‘ମୋ ବସ’ ସେବା ଆଉ ୩ଟି ନୂଆ ରୁଟ୍‌ରେ ଉପଲବ୍ଧ ହେବ । କ୍ରୁଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇ ଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ କର୍ତ୍ତୃପକ୍ଷ କହିଛନ୍ତି। ଲୋକଙ୍କ ଆବଶ୍ୟକତାକୁ…

ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର,୩ା୯(ବ୍ୟୁରୋ): ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ। ବିଧାନସଭାର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକାର୍ଯ୍ୟ ଅଚଳ ହୋଇଛି। ଷ୍ଟାଫ୍‌ ସିଲେକ୍ସନ କମିଶନ ଦୁର୍ନୀତିକୁ ନେଇ ବିରୋଧୀମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ସଦସ୍ୟଙ୍କ ହୋ-ହଲ୍ଲା…

ବିନୋଦିନୀ ଦେବୀ ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

ଭୁବନେଶ୍ୱର,୩।୯ (ବ୍ୟୁରୋ): ଆସନ୍ତା ୫ ତାରିଖରୁ ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ ଆରମ୍ଭ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ଲାଗି ଚଳିତ ବର୍ଷ ପୁରସ୍କାର ଘୋଷଣା ହୋଇଛି।…

ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ଜାତୀୟ ଟିବି ନିରାକାରଣ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ରାଜ୍ୟ ପୁରସ୍କୃତ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଗୁରୁବାର ଜାତୀୟ ଟିବି…

ଆଇନର ଆଶ୍ରୟ ନେଲେ ଦୂତୀ

ଭୁବନେଶ୍ୱର,୩।୯(କ୍ରୀଡ଼ା ପ୍ରତିନିଧି): ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସହ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଏବେ ନିଜକୁ ଅସହଜ ମନେକରୁଛନ୍ତି। ତାଙ୍କ ପାରିବାରିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri