‘ଓଡ଼ିଆ ଭାଷା, ସ୍ବାର୍ଥକୁ ଗୁରୁତ୍ୱ ଦିଅ’
ଭୁବନେଶ୍ୱର, ୨ା୧୦(ବ୍ୟୁରୋ): ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ପଡ଼ୋଶୀ। ଫଳରେ କେତେବେଳେ ପାଣି, କେତେବେଳେ ସୀମା ତ ଆଉ କେବେ ଓଡ଼ିଆ ଭାଷାକୁ ନେଇ ଉପୁଜୁଛି ଜଟିଳ ସ୍ଥିତି। କୋରାପୁଟ ଜିଲାର ସୀମାନ୍ତ କୋଟିଆକୁ ନେଇ ଆନ୍ଧ୍ର ସରକାରଙ୍କ ସହ…
୨୪୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବ୍ୟବସାୟ ଅନୁକୁଳ ବାତାବରଣ ଯୋଗୁ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆକର୍ଷିତ ହେବାରେ ଲାଗିଛନ୍ତି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ କମିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ୧୪୧୧.୫୮…
ଓଏସ୍ଏସ୍ଟିଇଟି ପରୀକ୍ଷାରେ ତ୍ରୁଟି ଅଭିଯୋଗ
କଟକ ଅଫିସ, ୨।୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ କରାଯାଇଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍ଏସ୍ଟିଇଟି)ରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଏବିଭିପି ସହଯୋଗରେ ଶୁକ୍ରବାର ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ରାଷ୍ଟ୍ରୀୟ ଦଳିତ ପଛୁଆବର୍ଗ ମହାସଂଘର ପୁଣି ଧାରଣା
ବାରଙ୍ଗ, ୨।୧୦(ଡି.ଏନ୍.ଏ.): ଜମି ଜାଲିଆତି ନେଇ ନ୍ୟାଯ୍ୟ ଦାବି ନ ମିଳିବା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥିବା ପ୍ରତିବାଦରେ ରାଷ୍ଟ୍ରୀୟ ଦଳିତ ପଛୁଆ ବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଶୁକ୍ରବାର ପୁଣି…
ବନ କର୍ମଚାରୀଙ୍କୁ ମାଡ଼ମାରି ଆଣ୍ଠେଇ ଦେଲେ
ବାଣପୁର, ୨।୧୦(ଡି.ଏନ୍.ଏ.): ବରବରା ଧୂଆଁନଳୀ ଜଙ୍ଗଲରୁ ଶାଗୁଆନ ଗଛ କଟାକୁ ନେଇ ଶୁକ୍ରବାର ସ୍ଥାନୀୟ ଫରେଷ୍ଟରଙ୍କ ସହ ବନ କର୍ମଚାରୀଙ୍କୁ କେତେଜଣ ଗ୍ରାମବାସୀ ମାଡ଼ ମାରି ଆଣ୍ଠେଇ ଦେଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳେ ବରବରା…
ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ
ନିମାପଡ଼ା, ୨।୧୦(ଡି.ଏନ୍.ଏ.): ଚାରିଛକ ଫାଣ୍ଡି ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ବେଲପଡ଼ା ଗ୍ରାମର ମମତା ସାହୁଙ୍କ ଗୁରୁବାର ରାତିରେ ମୃତ୍ୟୁ ଘଟିଛି। ତେବେ ମମତାଙ୍କ ବାପଘର ଲୋକେ ଏହି କଥା ଜାଣିବା ପରେ ଝିଅକୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା…
୧୧ ହଜାର କିଲୋ ପ୍ଲାଷ୍ଟିକ, ପଲିଥିନ ନଷ୍ଟ କରାଯିବ
ପୁରୀ ଅଫିସ, ୨।୧୦: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗ ଆହ୍ବାନ କ୍ରମେ ଶୁକ୍ରବାର ନେହେରୁ ଯୁବକେନ୍ଦ୍ର ପୁରୀ ପକ୍ଷରୁ ସ୍ବଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ବିଦ୍ୟାଳୟରେ ତାଲା, ବାହାରେ ପଢ଼ିଲେ ଛାତ୍ରୀଛାତ୍ର
କଣାସ,୨।୧୦(ସ୍ବ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାନପୁଟ ପଞ୍ଚାୟତର ବାରଦାରେ ଥିବା ବାରଦା-ବାଦଲପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନଙ୍କ ମଧ୍ୟରେ ଦୀର୍ଘଦିନ ହେବ କୌଣସି କଥାକୁ ନେଇ ତିକ୍ତତା ଲାଗି ରହିଛି। ଅଧିକାଂଶ ସମୟ ବିଦ୍ୟାଳୟରେ ଶିକ୍ଷକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବାରୁ ଦଶମ ଶ୍ରେଣୀର…
ରାସ୍ତାରେ ଗୋରୁ, ଯାତ୍ରୀ ହନ୍ତସନ୍ତ
ନିମାପଡ଼ା, ୨।୧୦(ଡି.ଏନ୍.ଏ.): ନିମାପଡ଼ା ବଡ଼ବଜାର, ଥାନା ଛକ, ବ୍ଳକ, ତହସିଲ ଅଫିସ ଛକ, ଦୋଳବେଦୀ ଛକ, ଟାଉନ କ୍ଲବ ଛକ ଦୀର୍ଘଦିନ ଧରି ବୁଲା ଗୋରୁ, ଷଣ୍ଢଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଏହି ଛକଗୁଡ଼ିକର ମୁଖ୍ୟରାସ୍ତାରେ ଗୋରୁ ଦିନତମାମ ଶୋଇ ରହୁଥିବାରୁ…
ୟୁଜିସି-ଏନ୍ଇଟି ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ୱର, ୨।୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ଏନ୍ଇଟି ଡିସେମ୍ବର-୨୦୨୦ ଓ ଜୁନ୍-୨୦୨୧ ସେସନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଯଥାକ୍ରମେ ଅକ୍ଟୋବର ୬ରୁ ୮ ତାରିଖ ଏବଂ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାର ଥିଲା।…
୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ
କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ସ୍କୁଲଗୁଡିକ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ ନେଇପାରିବେ। ତେବେ…
ପୂର୍ବତନ ବାଚସ୍ପତି ଶରତ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର, ୨।୧୦(ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ସାହିତି୍ୟକ ଶରତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଶହୀଦନଗରସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅମର ଶତପଥୀ,…
Archives


