ମେଟ୍ରୋ

ରାଜ୍ୟବାସୀଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ସମସ୍ତ ମୁସଲମାନ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ଭାବେ ଦୂର...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ବୁଧବାର ରାଜ୍ୟରେ କରୋନାଜନିତ ୬୯ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୨୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ...

ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା: ଗତ ୨୪ଘଣ୍ଟାରେ ୨ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପର ତଳ ମୁହାଁ ହେଉଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ଭିତରେ ରହୁଛି। ଇତିମଧ୍ୟରେ ମଙ୍ଗଳବାର ରାଜ୍ୟରେ ୨,୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟାରେ...

ନୀଳାଚଳକୁ ଫେରିଲେ ମହାପ୍ରଭୁ: ବଡଦାଣ୍ଡରେ ଲାଗିଲା ତିନିରଥ

ପୁରୀ ଅଫିସ୍‌,୨୦।୭: ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ନୀଳାଚଳକୁ ଫେରିଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡଦାଣ୍ଡରେ ଲାଗିଛି ତିନି ରଥ। ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ, ପରେ ସୁଭଦ୍ରାଙ୍କ...

ରାଜ୍ୟରୁ ପୁଣି ୫୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୫୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି ପାଇଛି। ୫୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ...

ରାଜ୍ୟରେ ପୁଣି ୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର୨୦,।୭(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ସୋମବାର ଏହି ସଂଖ୍ୟା ୨ ହଜାର ତଳେ ରହିଥିବା ବେଳେ ଆଜି ୨ ହଜାର ଉପରେ ରହିଛି। ମଙ୍ଗଳବାର ୨୦୮୫ ଜଣ କରୋନା ଆକ୍ରାନ୍ତ...

ଖୁବ୍‌ଶୀଘ୍ର ଜଗନ୍ନାଥଙ୍କୁ ଜେରା କରାଯିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ବେକ କାଟି ହତ୍ୟା ଘଟଣାକୁ ୨ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହୋଇଯାଇଥିଲେ ମଧ୍ୟ କାରଣକୁ ନେଇ ସ୍ପଷ୍ଟ ହୋଇପାରୁ ନାହିଁ। ଅନ୍ୟପଟେ ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ...

ନିରଞ୍ଜନଙ୍କ ବିରୋଧରେ ଆଉ ୫ ଅଭିଯୋଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମାମଲାରେ ବିଲ୍ଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗୁରୁବାର ଶହୀଦନଗର ଥାନା ପୋଲିସ ଗିରଫ କରିଥିଲା। ତେବେ ସେ ଜେଲ୍‌ ଯିବାପରେ ତାଙ୍କ...

ଭୁବନେଶ୍ୱରରେ ୧୭୧୭ ବର୍ଷାଜଳ ଅମଳ ପ୍ରକଳ୍ପ

ଭୁବନେଶ୍ୱର, ୧୯।୭ (ବ୍ୟୁରୋ): ସହରାଞ୍ଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୧୭୧୭ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଛି। ଓଡ଼ିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କର୍ମ ତପତ୍ର...

୩୫ହଜାର ହେକ୍ଟର ଜମିରେ ହେବ ଜଳସେଚନ

ଭୁବନେଶ୍ୱର,(ବ୍ୟୁରୋ)/ବାରିପଦା ଅଫିସ,୨୦।୭:  ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ଜୀବନରେଖା। ବର୍ତ୍ତମାନ ସୁଦ୍ଧା...

‘ଶିଳ୍ପବିହୀନ ଜିଲାକୁ ଦିଆଯିବ ପ୍ରାଥମିକତା’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ବେଳେ ଶିଳ୍ପବିହୀନ ଜିଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା ସହ ଅର୍ଥନୈତିକ ସନ୍ତୁଳନ...

ଓଏସ୍‌ଏସ୍‌ଟିଇଟି ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସୋମବାର ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୧ ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରିଛି। ସୋମବାର ଏନେଇ ବୋର୍ଡ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri