ଭୋଟ୍ ମାଗିବା ଆଳରେ ଟଙ୍କା, ଅଳଙ୍କାର ଲୁଟ୍
କୋଡ଼ିଙ୍ଗା,୧୬।୨(ଡି.ଏନ୍.ଏ.): ଭୋଟ୍ ମାଗିବା ଆଳରେ ଘରୁ ଲୁଟିନେଲେ ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା। ଏପରି ଘଟଣା ନବରଙ୍ଗପୁର ଜିଲା କୋଡିଙ୍ଗା ଥାନା ଜାହାଜଭଟ୍ଟାରେ ସୋମବାର ରାତିରେ ଘଟିଛି। ଖବର ପାଇ ପୋଲିସ ମଙ୍ଗଳବାର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍…
ଫେବୃୟାରୀ ରାତିରେ ରହିବ ହାଲୁକା ଥଣ୍ଡା
ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଚଳିତ ମାସ ଆରାମଦାୟକ ରହିବ। ରାତିରେ ହାଲୁକା ଥଣ୍ଡା ଅନୁଭୂତ ହେବା ବେଳେ ଦିନରେ ସାମାନ୍ୟ ଗରମ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ତେବେ ରାତ୍ରର ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ…
ଖବରଦାତା ସବନମ୍ଙ୍କ ପରିବାରକୁ ମିଳିଲା କୋଭିଡ୍ ମୃତ୍ୟୁ ସହାୟତା ରାଶି
ଭୁବନେଶ୍ୱର,୧୫।୨(ବ୍ୟୁରୋ): କୋଭିଡ୍ରେ ପ୍ରାଣ ହରାଇଥିବା ଖବରଦାତା ସବନମ୍ ସିରିନ୍ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମଙ୍ଗଳବାର ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଅନୁକମ୍ପା ରାଶିକୁ ସବ୍ନମ୍ଙ୍କ ସ୍ବାମୀ କମରୁଦ୍ଦିନ୍ ଖାଁଙ୍କୁ…
ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ଥିଲେ ବୈଷ୍ଣବ ପରିଡ଼ା
ଭୁବନେଶ୍ୱର,୧୬।୨(ବ୍ୟୁରୋ): ସାହିତ୍ୟ ସୃଜନର ବିଷୟ ହୋଇଥିବାରୁ ଏହା ରାଜନୀତିକୁ ଅଧିକ ମାର୍ଜିତ କରିଥାଏ। ରାଜନୀତିକୁ ଉଚିତ୍ ମାର୍ଗଦର୍ଶନ ଦେବାରେ ସାହିତ୍ୟ ସହାୟକ ହୋଇଥାଏ। ସାହିତ୍ୟ ଓ ରାଜନୀତିର ଯୁଗଳଯାତ୍ରାର ଉଦାହରଣୀୟ ବ୍ୟକ୍ତିତ୍ୱ ହେଲେ ସ୍ବର୍ଗତ ବୈଷ୍ଣବ ଚରଣ ପରିଡ଼ା। ଉଭୟ କ୍ଷେତ୍ରରେ…
ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ
ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରେ ବାରାସିଂଘା ବିଟ୍ ଅନ୍ତର୍ଗତ ବାଲିକିଆରୀ ରିଜର୍ଭ ଫରେଷ୍ଟରୁ ହାତୀର ଗଳିତ ମୃତଦେହ ଜବତ ଘଟଣାରେ ବନ ବିଭାଗ ତରଫରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଠଗଡ଼ ଡିଏଫ୍ଓ ମଙ୍ଗଳବାର ଫରେଷ୍ଟର ବିବେକାନନ୍ଦ…
ମେୟର ପ୍ରାର୍ଥୀ ବ୍ୟବହାର କରିବେ ୬ ଗାଡ଼ି
ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀମାନଙ୍କ ପ୍ରଚାର ସକାଶେ ଉପଯୋଗ ହେବାକୁ ଥିବା ଗାଡ଼ି ନିର୍ଦ୍ଧାରଣ କରିଛନ୍ତି। ମେୟର ପ୍ରାର୍ଥୀ ସର୍ବାଧିକ ୬ ଓ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ…
ମଦ ପାଣିରେ ଭାସୁଛି ଗାଁ ଗଣ୍ଡା : ୩.୮୩ ଲକ୍ଷ ଲିଟର ମଦ ଜବତ
ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତ ପ୍ରକାର ରଣକୌଶଳ ଆପଣାଇଛନ୍ତି। ଟଙ୍କା ପଇସା, ଭୋଜିଭାତ…
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଆରମ୍ଭ
ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସକାଳ ୭ ଟାରୁ ବୁଥ୍ଗୁଡ଼ିକରେ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍ରେ ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ,…
ପୋଲିଂ ଅଧିକାରୀଙ୍କୁ ମତଦାନ ସୁଯୋଗ ମିଳୁ
ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଭାରତୀୟ ସମ୍ବିଧାନରେ ମତଦାନ ହେଉଛି ନାଗରିକର ଗଣତାନ୍ତ୍ରିକ ଅଧିକାର। ଏଥିରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ। ଏପରିକି ନିର୍ବାଚନ କମିଶନଙ୍କ ମଧ୍ୟ ଏହି କ୍ଷମତା ନାହିଁ। ନିର୍ବାଚନ ପରିଚାଳନା ପାଇଁ ସରକାରୀ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ମାନବ ସମ୍ବଳର…
ଦୁର୍ନୀତିକୁ ନୀତି କରୁଛନ୍ତି ରାଜ୍ୟ, କେନ୍ଦ୍ର ସରକାର: ନିରଞ୍ଜନ
ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି…
ଏମ୍ବିବିଏସ୍, ବିଡିଏସ୍ ନାମଲେଖା: ୧ମ ତାଲିକା ପ୍ରକାଶ
ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ପାଇଁ ୧ମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ୧୨ଟି ମେଡିକାଲ କଲେଜରେ ଉଭୟ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ରାଜ୍ୟ କୋଟା ସିଟ୍ରେ ମୋଟ ୧,୪୬୬ଟି…
ଅପରାଧୀକୁ ଖସାଇବାକୁ ଷଡ଼ଯନ୍ତ୍ର ଚାଲିଛି: ଭାଜପା
ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗସ୍ତକୁ ନେଇ ଟାର୍ଗେଟ କରିଛି ଭାଜପା। ସରକାରୀ ଗସ୍ତ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ମନ୍ତ୍ରୀ ମିଶ୍ର ଅକ୍ଟୋବର ୮ରୁ ୧୧ ପର୍ଯ୍ୟନ୍ତ…
Archives


