ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ପଟ୍ଟନାୟକ କହିଛନ୍ତି, ଗାନ୍ଧିଜୀ ଆମକୁ ଅସହଯୋଗ ଓ ଅହିଂସାର ଶିକ୍ଷା ଦେଇଥିଲେ। ମାତ୍ର ବର୍ତ୍ତମାନ ସମୟରେ ଏହି ଦୁଇଟି ଯାକ ଉଭାନ ହୋଇ ଯାଇଛି। ପ୍ରତିଦିନ ଗଣମାଧ୍ୟମରେ ହଣାକଟା, ଝିଅକୁ ମାରିଦେବା, ନାରୀ ନିର୍ଯାତନା ଭଳି ଖବର ଦେଖିବାକୁ ମିଳୁଛି। ଏଭଳି ଗଣତନ୍ତ୍ର ପ୍ରତିଷ୍ଠା କରିବା କଥା କ’ଣ ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ କି ଏବଂ ଏହାଦ୍ୱାରା ସାଧାରଣ ଲୋକଙ୍କର କ’ଣ ଲାଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁବ୍ରତ ବାଗ୍ଚୀ ଏବଂ ତାଙ୍କ ସହଧର୍ମିଣୀ ସୁସ୍ମିତା ବାଗ୍ଚୀଙ୍କୁ ସେ ପ୍ରଶଂସା କରି କହିଲେ, ସେମାନେ ତାଙ୍କ ଦ୍ୱାରା ଅର୍ଜିତ ଅର୍ଥକୁ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା ପାଇଁ ଚେଷ୍ଟିତ। କିନ୍ତୁ ଜଣେ ରାଜନୀତିରେ ମିଶି ଔଷଧ ହେଉ ଅବା ଡାକ୍ତରଖାନା ବେପାରକୁ ମାଧ୍ୟମ କରି କୋଟି କୋଟି ଟଙ୍କା କମାଉଛନ୍ତି। ଓଡ଼ିଶା ଏବେ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଛୋଟରୁ ଛୋଟ ସରକାରୀ କର୍ମଚାରୀଙ୍କ ଘରୁ ବିପୁଳ ଟଙ୍କା ବାହାରୁଛି। ଆମେ ଯେଉଁମାନେ ରାଜନୀତି କରୁଛୁ ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ। ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତ୍ତମାନର ବିଜେଡି ବିଧାୟକଙ୍କୁ ପଞ୍ଚାୟତକୁ ଆସିଥିବା ଅର୍ଥ ବାବଦରେ ପଚାରିଥିଲେ। ଏଥିଯୋଗୁ ବିଜେଡି ବିଧାୟକ ତାଙ୍କୁ ମାରିବା ଓ ଅପମାନିତ କରିବା ଘଟଣା ଆମ ଗଣତନ୍ତ୍ର ପ୍ରତି ଉପହାସ। ସମ୍ପ୍ରତି ନିର୍ବାଚନ ବେଳେ ଗୋଟିଏ ଗୋଟିଏ ପଞ୍ଚାୟତରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଆସୁଛି କେଉଁଠୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଗାଁ ମଜଲିସରେ ଲେଖିଥିଲେ ‘ଦୁର୍ନୀତିକୁ ନୀତି କରିଦେଲେ ଭଲ ହେବ’। ସମ୍ଭବତଃ ଏହାକୁ ବିଜେଡି ଓ ଭାଜପା ପାଳନ କରୁଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷଣ କଥା କହିଥିଲା, କିନ୍ତୁ ପାଳନ କଲା ନାହିଁ। ତେବେ କଂଗ୍ରେସ ପଛୁଆ ବର୍ଗରୁ ୪୪. ୭୮ ପ୍ରତିଶତ ପ୍ରାର୍ଥୀ ଦେଇଛି। ରାଜ୍ୟରେ ୨୨ ବର୍ଷର ବିଜେଡି ସରକାର ଓ କେନ୍ଦ୍ରରେ ୮ବର୍ଷର ଭାଜପା ସରକାର କେବଳ ଲୋକଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣା ଦେଇଛନ୍ତି। ଏଣୁ ଜନସାଧାରଣ ଉପଯୁକ୍ତ ନେତାଙ୍କୁ ଭୋଟ ଦେବା ପାଇଁ ସେ ଆହ୍ବାନ କରିଛନ୍ତି। ଅପରପକ୍ଷରେ ନିରଞ୍ଜନ ରାଜନୀତିରୁ ସନ୍ନ୍ୟାସ ନେବା ସମ୍ପର୍କରେ କହିଛନ୍ତି, ସେ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ। ତେଣୁ ହାତ ଗୋଡ଼ ଚାଲିଥିବା ଯାଏ ବିନା ପଦବୀରେ ମଧ୍ୟ ରାଜନୀତି ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।
Posted inପଞ୍ଚାୟତ ଇଲେକ୍ସନ, ମେଟ୍ରୋ, ରାଜ୍ୟ View All

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍ ଭ୍ୟାନ: ୧୫ ଗୁରୁତର
ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍ ଯାଉଥିବା ଏକ ପିକଅପ୍ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ
ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ
ଭୁବନେଶ୍ୱର,୪।୧୧ (ସତ୍ୟଜିତ୍ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍
ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍ ଲାଗି ଚାଷୀଙ୍କୁ ସତର୍କ
ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର
ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...
Archives
