ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ପଟ୍ଟନାୟକ କହିଛନ୍ତି, ଗାନ୍ଧିଜୀ ଆମକୁ ଅସହଯୋଗ ଓ ଅହିଂସାର ଶିକ୍ଷା ଦେଇଥିଲେ। ମାତ୍ର ବର୍ତ୍ତମାନ ସମୟରେ ଏହି ଦୁଇଟି ଯାକ ଉଭାନ ହୋଇ ଯାଇଛି। ପ୍ରତିଦିନ ଗଣମାଧ୍ୟମରେ ହଣାକଟା, ଝିଅକୁ ମାରିଦେବା, ନାରୀ ନିର୍ଯାତନା ଭଳି ଖବର ଦେଖିବାକୁ ମିଳୁଛି। ଏଭଳି ଗଣତନ୍ତ୍ର ପ୍ରତିଷ୍ଠା କରିବା କଥା କ’ଣ ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ କି ଏବଂ ଏହାଦ୍ୱାରା ସାଧାରଣ ଲୋକଙ୍କର କ’ଣ ଲାଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁବ୍ରତ ବାଗ୍ଚୀ ଏବଂ ତାଙ୍କ ସହଧର୍ମିଣୀ ସୁସ୍ମିତା ବାଗ୍ଚୀଙ୍କୁ ସେ ପ୍ରଶଂସା କରି କହିଲେ, ସେମାନେ ତାଙ୍କ ଦ୍ୱାରା ଅର୍ଜିତ ଅର୍ଥକୁ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା ପାଇଁ ଚେଷ୍ଟିତ। କିନ୍ତୁ ଜଣେ ରାଜନୀତିରେ ମିଶି ଔଷଧ ହେଉ ଅବା ଡାକ୍ତରଖାନା ବେପାରକୁ ମାଧ୍ୟମ କରି କୋଟି କୋଟି ଟଙ୍କା କମାଉଛନ୍ତି। ଓଡ଼ିଶା ଏବେ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଛୋଟରୁ ଛୋଟ ସରକାରୀ କର୍ମଚାରୀଙ୍କ ଘରୁ ବିପୁଳ ଟଙ୍କା ବାହାରୁଛି। ଆମେ ଯେଉଁମାନେ ରାଜନୀତି କରୁଛୁ ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ। ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତ୍ତମାନର ବିଜେଡି ବିଧାୟକଙ୍କୁ ପଞ୍ଚାୟତକୁ ଆସିଥିବା ଅର୍ଥ ବାବଦରେ ପଚାରିଥିଲେ। ଏଥିଯୋଗୁ ବିଜେଡି ବିଧାୟକ ତାଙ୍କୁ ମାରିବା ଓ ଅପମାନିତ କରିବା ଘଟଣା ଆମ ଗଣତନ୍ତ୍ର ପ୍ରତି ଉପହାସ। ସମ୍ପ୍ରତି ନିର୍ବାଚନ ବେଳେ ଗୋଟିଏ ଗୋଟିଏ ପଞ୍ଚାୟତରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଆସୁଛି କେଉଁଠୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଗାଁ ମଜଲିସରେ ଲେଖିଥିଲେ ‘ଦୁର୍ନୀତିକୁ ନୀତି କରିଦେଲେ ଭଲ ହେବ’। ସମ୍ଭବତଃ ଏହାକୁ ବିଜେଡି ଓ ଭାଜପା ପାଳନ କରୁଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷଣ କଥା କହିଥିଲା, କିନ୍ତୁ ପାଳନ କଲା ନାହିଁ। ତେବେ କଂଗ୍ରେସ ପଛୁଆ ବର୍ଗରୁ ୪୪. ୭୮ ପ୍ରତିଶତ ପ୍ରାର୍ଥୀ ଦେଇଛି। ରାଜ୍ୟରେ ୨୨ ବର୍ଷର ବିଜେଡି ସରକାର ଓ କେନ୍ଦ୍ରରେ ୮ବର୍ଷର ଭାଜପା ସରକାର କେବଳ ଲୋକଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣା ଦେଇଛନ୍ତି। ଏଣୁ ଜନସାଧାରଣ ଉପଯୁକ୍ତ ନେତାଙ୍କୁ ଭୋଟ ଦେବା ପାଇଁ ସେ ଆହ୍ବାନ କରିଛନ୍ତି। ଅପରପକ୍ଷରେ ନିରଞ୍ଜନ ରାଜନୀତିରୁ ସନ୍ନ୍ୟାସ ନେବା ସମ୍ପର୍କରେ କହିଛନ୍ତି, ସେ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ। ତେଣୁ ହାତ ଗୋଡ଼ ଚାଲିଥିବା ଯାଏ ବିନା ପଦବୀରେ ମଧ୍ୟ ରାଜନୀତି ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।
ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ
ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…
ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍
ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…
ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍କା: ଆବେଦନ ଖାରଜ
ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…
ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?
ନୂଆଦିଲ୍ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…
ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ
ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…
ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍ ସାଙ୍ଗରେ ଏହି ID ନ ରଖିଲେ ଫସିବେ!
ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…
ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…
ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

