୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ
ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ରବିବାର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୦.୮ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି…
ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନ ନେଇ ବିବାଦ
ପୁରୀ ଅଫିସ,୨୮।୩: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍ ଅଧୀନ ଏକଘରିଆ ଗ୍ରାମର ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନକୁ ନେଇ ବିବାଦ ଦେଖାଦେଇଛି। ପୁରୀରୁ କେତେଜଣ ସେବାୟତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବନଯାଗ ଯାତ୍ରା ଭଳି ଗୁପ୍ତନୀତି ଏବଂ ଅବଢ଼ା ବିକ୍ରି ବିଜ୍ଞାପନ ସୋସିଆଲ…
ଆଜିଠୁ ଜାତୀୟ ତୋଷାଳି ମେଳା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ସୋମବାର ୨୮ ତାରିଖରୁ ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଆରମ୍ଭ ହେବ। ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ…
ଖରାପ ପ୍ରଦର୍ଶନ କରିଛନ୍ତି ଏକାଧିକ ଟାଣୁଆ ନେତା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଙ୍କକଷା ସାଙ୍ଗକୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କାଉନ୍ସିଲର, ପୌରାଧ୍ୟକ୍ଷ, କର୍ପୋରେଟର ଏବଂ ମେୟର ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି। ତେବେ ବିଜେଡି କାଉନ୍ସିଲର ଏବଂ ପୌରାଧ୍ୟକ୍ଷ ଭୋଟରେ…
ଆଇଏଏସ୍ ଅଫିସର ବିଜୟ ଆରୋରାଙ୍କ ସ୍ବେଚ୍ଛାକୃତ ଅବସର
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବିଜୟ ଆରୋରାଙ୍କ ସ୍ବେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଭାବେ କାର୍ଯ୍ୟରତ ଅଛନ୍ତି। ମାର୍ଚ୍ଚ…
୨୦୨୪ ଯାଏ ବଢ଼ିବ ‘କାଳିଆ’ ଅବଧି
ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଚାଷୀ ଓ ଚାଷକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ସରକାର ୨୦୧୯ରେ ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ରେ ଏହାର ଅବଧି ଶେଷ ହେଉଥିବାବେଳେ ରବିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଏହାକୁ…
୪ ମାସ ପାଇଁ ୧.୦୪ ଲକ୍ଷ କୋଟିର ବଜେଟ
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ତେବେ ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୪ ହଜାର କୋଟି ଟଙ୍କାର କାମଚଳା ବଜେଟ ରାଜ୍ୟ…
ଭୋଟ ହାରରେ ବିଜେଡି ଆଗରେ
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଆସିବା ପରେ ସହରାଞ୍ଚଳ ବାସିନ୍ଦା ମଧ୍ୟ ଅଧିକ ମାତ୍ରାରେ ବିଜେଡି ସପକ୍ଷରେ ରହିଥିବା ସ୍ପଷ୍ଟ ହୋଇଯାଇଛି। କାଉନ୍ସିଲର ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେଡି ଭୋଟ ହାର ତୁଳନାରେ ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ବହୁ…
ଆଜିଠୁ ୨ ଦିନିଆ ଭାରତ ବନ୍ଦ: ସ୍ଥିତି ଦେଖି ନିଷ୍ପତ୍ତି
ଭୁବନେଶ୍ୱର, ୨୮।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଏକପାଖିଆ ନିଷ୍ପତ୍ତି ସାଙ୍ଗକୁ ଅନେକ ଜନବିରୋଧୀ ଆଇନ ଓ ଦରବୃଦ୍ଧିକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ସୋମବାରଠାରୁ ୨ଦିନିଆ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଘ ଓ ଆସୋସିଏଶନ ମଧ୍ୟ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୭,୭୯୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ଅଧିକାରୀ। ରବିବାର ନବୀନ ନିବାସକୁ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ…
ମାନସ ସ୍ବାଇଁ ହତ୍ୟା ଘଟଣା: ସିଲ୍ ହେଲା ‘ଦୟାଲ’ ବୃଦ୍ଧାଶ୍ରମ
ଭୁବନେଶ୍ୱର,୨୭ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ରବିବାର ଭୁବନେଶ୍ୱରସ୍ଥିତ ‘ଦୟାଲ’ ବୃଦ୍ଧାଶ୍ରମକୁ ସିଲ୍ କରିଛି। ଏହି ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି। ଆଶ୍ରମରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି।…
Archives


