ମେଟ୍ରୋ

ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା। ପବିତ୍ର ଗୃହର…

ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ମାଲକାନଗିରି ଜିଲା ସୀମାନ୍ତରେ ବସ୍‌ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏନେଇ ନବୀନ ଟୁଇଟ୍‌ କରି…

ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି। ଏହି ସ୍ବତନ୍ତ୍ର ଅଧିବେଶନରେ ବିକ୍ରମ କେଶରୀ ଆରୁଖ ୨୪ତମ ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ପୂର୍ବାହ୍ନରେ ବିଧାନସଭାର…

ଖସିଲା କରୋନା ଗ୍ରାଫ୍‌, ଆଜି ୧୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୬୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା…

ଫ୍ଲାଟ୍‌ ଦେବା ନାଁରେ ୧୭ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଫ୍ଲାଟ୍‌ ଦେବାକୁ କହି ୧୭ ଲକ୍ଷ ୬୦ ହଜାର ଟଙ୍କା ନେଲେ। ହେଲେ ଫ୍ଲାଟ୍‌ ଦେଲେ ନାହିଁ। ଯେତେବେଳେ ଟଙ୍କା ଫେରାଇବାକୁ କହିଲେ, ବିଭିନ୍ନ ପ୍ରକାର ବାହାନାକରି ଦିନ ଗଡାଇବା ସହ ଧମକ ଦେଲେ। ଶେଷରେ ଠକାମିର ଶିକାର ହୋଇଥିବା…

ରଜ ପାଇଁ ସବୁଠି ଉତ୍ସାହ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦିନକ ପରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ରଜ ପର୍ବ। ଓଡ଼ିଆ ଘରର ଏହି ମହାନ ପର୍ବକୁ ଏଥର ଧୁମ୍‌ଧାମ୍‌ରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ। କରୋନା ମହାମାରୀ ପାଇଁ ୨ବର୍ଷ ହେବ ଫିକା…

ଆଜି ଇମାମି-କିସ୍‌ ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ବାଲେଶ୍ୱର ଜିଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ଆରମଳାଠାରେ ନିର୍ମିତ କିସ୍‌ର ନୂତନ ଶାଖା ଇମାମି-କିସ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ତାରିଖ ସୋମବାର ଉଦ୍‌ଘାଟନ କରିବେ। ୧ଲକ୍ଷ ୨୦ହଜାର ବର୍ଗଫୁଟ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ବିଦ୍ୟାଳୟ ପାଇଁ…

୨୦୨୫ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ ରାଜ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଓଡ଼ିଶାକୁ ୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ରବିବାର ବିଶ୍ୱ ଶିଶୁ…

ମୌସୁମୀ ଅଧିବେଶନରେ ନବୀନଙ୍କ ଭର୍ଚୁଆଲ ଉପସ୍ଥିତିକୁ ନେଇ ଟୁଇଟ୍‌ ରାଜନୀତି

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଏବଂ ଶାସକ ଦଳ ନେତାଙ୍କ ମଧ୍ୟରେ ସମାଲୋଚନା ଆରମ୍ଭ ହୋଇଯାଇଛି। ଟୁଇଟ୍‌ରେ ଏହି କଳି ଏବେ ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ଆସନ୍ତା ମୌସୁମୀ ଅଧିବେଶନରେ ଭର୍ଚୁଆଲରେ ଯୋଗଦେବାର…

ଆଜି କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି(ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ)ରେ ହାଜର ହେବା କଥାକୁ କଂଗ୍ରେସ ନେତା ଓ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣାକୁ ନେଇ…

ବାଚସ୍ପତି ନିର୍ବାଚନ ଲାଗି ଆଜି ସ୍ବତନ୍ତ୍ର ବୈଠକ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରେ ବିଧାନସଭାର ସ୍ବତନ୍ତ୍ର ବୈଠକ ଲାଗି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ସମନ କରାଯାଇଛି। ଅର୍ଥାତ୍‌ ୧୧ଟାରେ ବାଚସ୍ପତି ଭୋଟ୍‌ ଅନୁଷ୍ଠିତ ହେବ। ଏହି…

ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ଗାଙ୍ଗୁଲି ମ୍ୟାଚ୍‌ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ହକି ଇଣ୍ଡିଆର ଜର୍ସି ଦେଇ ଗାଙ୍ଗୁଲିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?