ନବୀନଙ୍କ ଉପରେ ନଜର
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବୁଧବାର ବିଭିନ୍ନ ରାଜ୍ୟର ରିଟର୍ନିଂ ଅଫିସରମାନେ ବିଜ୍ଞପ୍ତି ପ୍ରକାଶ କରିବେ। ଜୁନ୍ ୨୯ରେ ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ୩୦ରେ ଯାଞ୍ଚ ଓ…
କଳାଭୂମିରେ ରଜ ମହୋତ୍ସବ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପକ୍ଷରୁ ମଙ୍ଗଳବାରଠାରୁ ଦୁଇଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ଶିଳ୍ପକଳା ପ୍ରଦର୍ଶନୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର, କାଗଜ ମୁଖା ଓ ନଡ଼ା କାରୁକାର୍ଯ୍ୟ, ପାରମ୍ପରିକ ପିଠା, ଫୁଡ କୋର୍ଟ ଆୟୋଜନ ସହ…
ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ବିଶେଷ ଟ୍ରେନ୍ ସେବା ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ୦୫୮୭୦-୦୫୮୬୯ ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ଟ୍ରେନ୍ ସେବାକୁ ରଙ୍ଗପଡ଼ା ନର୍ଥଠାରୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ପୁରୀଠାରୁ ଏହାର ସେବାକୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।…
ଗ୍ରାମାଞ୍ଚଳ ବେଆଇନ ନିର୍ମାଣ ଉପରେ ଅଙ୍କୁଶ
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ବାସଗୃହ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଥିବା ବିଲ୍ଡର୍ସ/ଡେଭେଲପର୍ସମାନଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)ରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ମନଇଚ୍ଛା ବେଆଇନ ପ୍ରକଳ୍ପ ନିର୍ମାଣ ଉପରେ ଅଙ୍କୁଶ ଲଗାଇବାକୁ…
ପହିଲି ରଜରେ ୪୦ ଡିଗ୍ରୀ ଉପରେ ୧୩ ସହର
ଭୁବନେଶ୍ୱର,୧୪ା୬(ବ୍ୟୁରୋ)- ସାରା ରାଜ୍ୟରେ ରଜ ପର୍ବକୁ ନେଇ ଧୁମ୍ ଚାଲିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ…
ସ୍ନାନ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହି ପବିତ୍ର ଅବସରରେ…
ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶାର ଗଣପର୍ବ ରଜ। ଆଜି ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି…
ଚାର୍ଜଶିଟ୍ ଦାଖଲ କଲା ପୋଲିସ
ଭୁବନେଶ୍ୱର,୧୪।୬(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ମହିଳା ଥାନା ପୋଲିସ ସୋମବାର ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଚାର୍ଜଶିଟ୍ ଦାଖଲ…
କାରିଗର, ବୁଣାକାରଙ୍କ ପାଇଁ ‘ନୀଳାଚଳ ହାଟ’ ଉତ୍ସର୍ଗୀକୃତ
ଭୁବନେଶ୍ୱର, ୧୪।୬(ବ୍ୟୁରୋ):ପୁରୀରେ ଥିବା ନୀଳାଚଳ ହାଟକୁ କାରିଗର ଓ ବୁଣାକାରଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି। ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ହାଟକୁ ସୋମବାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଲୋକାର୍ପିତ କରିଛନ୍ତି। ଭୁବନେଶ୍ୱରରେ ଥିବା ଏକାମ୍ର…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୧୪।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ…
ଗୋଟିଏ କ୍ଲିକ୍ରେ ରଜପାନ
ଭୁବନେଶ୍ୱର, ୧୪।୬(ବ୍ୟୁରୋ) : ରଜରେ ପାନର ଭିନ୍ନ ଏକ ସ୍ବତନ୍ତ୍ରତା ରହିଛି। ପୋଡ଼ପିଠା ବିନା ଯେପରି ରଜ ଅଧୁରା, ପାନ ବିନା ସେପରି ଫିକା । ବର୍ଷସାରା ପାନ ଠାରୁ ଯେତେ ଦୂରେଇ ରହିଲେ ବି ରଜ ତିନିଦିନ ପାଇଁ ସବୁ…
ଓଟିଡିିସି ପକ୍ଷରୁ ‘ପିଠା ଅନ୍ ହ୍ବିଲ’ ସାଙ୍ଗକୁ ଦୋଳିର ମଜା
ଭୁବନେଶ୍ୱର, ୧୪।୬(ବ୍ୟୁରୋ) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏଥର ମଧ୍ୟ ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ କରାଯିବ। କରୋନା କଟକଣା ଉଠିବା ପରେ ଏଥର ଧୁମ୍ଧାମ୍ରେ ରଜ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ପାନ୍ଥନିବାସ ଠାରେ…

