ମେଘୁଆ ରହିବ ପାଗ
ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ତାତିର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଆସନ୍ତା ୪ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା…
ଅପରାଜିତା-ପିନାକୀ କଥା କଟାକଟି
ଭୁବନେଶ୍ୱର,୩।୪(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଗୁରୁବାର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଲୋକ ସଭାରେ ଉଦ୍ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଏହାର ଜବାବ ଦେବାକୁ ଯାଇ ବିଜେଡି ଏମ୍ପି ପିନାକୀ ମିଶ୍ର କହିଥିଲେ,…
୨ସପ୍ତାହ ହେଲା ବଢୁଛି ତେଲ ଦର
ଭୁବନେଶ୍ୱର,୩।୪(ବ୍ୟୁରୋ): ଦିନକର ବିରତି ପରେ ପୁଣି ଥରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏପରିକି ଗତ ୨ ସପ୍ତାହ ହେବ ଭାରତ ବଜାରରେ ତେଲ ଦର ଉଚ୍ଚ ପରିମାଣରେ ବଢ଼ିଚାଲିଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳ…
ଓଡ଼ିଶାର ବ୍ୟବସାୟିକ ପରିବେଶ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩।୪(ବ୍ୟୁରୋ): ଓଡ଼ିଶାର ବ୍ୟବସାୟିକ ପରିବେଶ ବ୍ୟବସ୍ଥା ଭାରତରେ ସର୍ବୋତ୍ତମ। ଆମ ରାଜ୍ୟରେ ଚାକିରି ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ ଜାରି ରଖିବୁ। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ଭୁବନେଶ୍ୱରସ୍ଥିତ ସ୍ବସ୍ତି…
କ୍ରାଇମବ୍ରାଞ୍ଚକୁ ମିଳିଲା ଶର୍ମିଷ୍ଠାଙ୍କ ଫୋନ୍, ବାହାରିବ ଆଉ କିଛି ସତ
ଭୁବନେଶ୍ୱର,୨ା୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣାରେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶନିବାର ରିମାଣ୍ଡର ପଞ୍ଚମ ଦିନରେ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ କିଛି ନୂଆ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି।…
ଶେଷ ହେଲା ‘ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍’; ପୁରସ୍କୃତ ହେଲେ ଓଡ଼ିଶାର ୩୯ ପ୍ରତିଷ୍ଠିତ ବ୍ୟବସାୟୀ
ଭୁବନେଶ୍ୱର,୨।୪(ବ୍ୟୁରୋ): ଶେଷ ହୋଇଛି ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୨’। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଦେଇଥିଲେ। ସେ କାର୍ଯ୍ୟକ୍ରମରେ…
ଆରମ୍ଭ ହେଲା‘ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡସ୍’: ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୪(ବ୍ୟୁରୋ): ଆରମ୍ଭ ହେଲା ବିଜିନେସ୍ ଏମିନେନ୍ସ ଆଓ୍ବାଡର୍ସ-୨୦୨୨। ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ହେବାକୁ…
ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୨
ଭୁବନେଶ୍ୱର,୨।୪(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ଶନିବାର ଆରମ୍ଭ ହେଉଛି ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡସ୍। ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ…
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨।୪(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଲୋକାଲ୍ କେସ୍…
ମାନସ ସ୍ବାଇଁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କ ସରୁଛି ରିମାଣ୍ଡ ଅବଧି
ଭୁବନେଶ୍ୱର,୨।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ସହିତ ଝୁନା, ନିରଞ୍ଜନ ଓ ରଞ୍ଜନ ରିମାଣ୍ଡର ଆଜି ଶେଷ ଦିନ । ଏହି ୫…
ଆଜିଠୁ ସକାଳୁଆ ସ୍କୁଲ୍ ଯିବେ ପିଲା
ଭୁବନେଶ୍ୱର,୨।୪(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ପାଠପଢ଼ା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ…
ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ସାହିତ୍ୟ ଏକାଡେମୀ ଦିଗ୍ଦର୍ଶକ
ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଆ ଭାଷାକୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ବର୍ତ୍ତମାନ ତା’ର ପ୍ରୟାସକୁ ତୀବ୍ରତର କରିଛି। ଏହାକୁ ସମୃଦ୍ଧ କରିବାରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ସାହିତ୍ୟ ଏକାଡେମୀ ଦିଗ୍ଦର୍ଶକ ସାଜିଛି ବୋଲି ପର୍ଯ୍ୟଟନ, ଓଡ଼ିଆ…
Archives


