ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହା
ଭୁବନେଶ୍ୱର,୮।୮(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସୋମବାର ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେ ମନ୍ଦିର ଭିତରେ ପ୍ରାୟ ୨୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ…
କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୬୫୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ସୋମବାର ରାଜ୍ୟରୁ ୬୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୯,୫୨୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ…
ରାଖୀରେ ପରିବେଶ ସୁରକ୍ଷା
ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ କିଭଳି ସନ୍ତୁଳନ ରହିବ, ତାକୁ ନେଇ ବକୁଳ ଫାଉଣ୍ଡେଶନ ପକ୍ଷରୁ ଗ୍ରୀନରାଖୀ କ୍ୟାମ୍ପେନ୍ ଆରମ୍ଭ…
ନିର୍ଯାତନା ସହି ନ ପାରି ନବବଧୂ ଜୀବନ ହାରିବା ଘଟଣା: ସ୍ତ୍ରୀ ମୃତଦେହ ଦେଖିବାକୁ ଆସିଲେନି ସ୍ବାମୀ
ଭୁବନେଶ୍ୱର,୮ା୮(ବ୍ୟୁରୋ): ସାତ ଜନ୍ମର ସାଥୀ ହୋଇ ସାରା ଜୀବନ ହସଖୁସିରେ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀଙ୍କ ହାତ ଧରିଥିଲେ। ହେଲେ ବିବାହର କେଇ ଦିନ ପରେ ସ୍ତ୍ରୀଙ୍କ ଦାନ୍ତ ରୋଗକୁ କ୍ୟାନସର ଭାବି ନିର୍ଯାତନା ଦେବା ସହ ହାତ…
ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼
ଭୁବନେଶ୍ୱର,୮ା୮(ବ୍ୟୁରୋ): ଆଜି ହେଉଛି ଶ୍ରାବଣର ଶେଷ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ, କଟକର ବାବା ଧବଳେଶ୍ୱର, ଢେଙ୍କାନାଳର କପିଳାସ, ପୁରୀର ଲୋକନାଥ, ନୟାଗଡ଼ର ଲଡୁବାବାଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ…
କର୍ନାଟକ ଜ୍ଞାନ କୌଶଳ ଆପଣେଇବ ବିଏମ୍ସି
ଭୁବନେଶ୍ୱର,୮।୮(ବ୍ୟୁରୋ): ବିଏମ୍ସି ଟିମ୍ ରବିବାର ଦୁଇଦିନିଆ କର୍ନାଟକ ଗସ୍ତରୁ ଫେରିଛନ୍ତି। କର୍ନାଟକରେ ଥିବା ମାରାଗୋଣ୍ଡାନାହାଲ୍ଲି ହ୍ରଦ, ହୁସ୍କୁର୍ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଜଳଉତ୍ସଗୁଡିକୁ ବୁଲି ଦେଖିବା ସହିତ ତା’ର ପୁନରୁଦ୍ଧାର ପଦ୍ଧତି ସମ୍ପର୍କରେ ଅବଗତ ହୋଇଛନ୍ତି। କର୍ନାଟକରେ ଥିବା…
ଭୁବନେଶ୍ୱରରେ ଅମିତ ଶାହା
ଭୁବନେଶ୍ବର,୮।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ ନେତା ଓ କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ…
ହାଇକୋର୍ଟରେ ହାତୀ ଶିକାର ଓ ମୃତ୍ୟୁ ମାମଲା: ତଥ୍ୟ ଲୁଚାଇଲେ ପିସିସିଏଫ୍
ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ ହାତୀ ଶିକାର ଓ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ୍ ଶଶୀ ପଲ ଗତ ୬ ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ୫ ବର୍ଷର ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା…
୪୮ଘଣ୍ଟାରେ ଅବପାତ: ସାରା ରାଜ୍ୟରେ ବର୍ଷା
ଭୁବନେଶ୍ୱର,୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ଆମ୍ସାର୍ ଆଇନ ସଂଶୋଧନ କର
ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଉଭୟ କାରିଗରୀ ଓ ଆଇନଗତ ଢାଞ୍ଚାରେ ଏଭଳି ଏତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ତଥା ସୁରକ୍ଷା ବ୍ୟବସ୍ଥା…
ଆଜି ଯୁକ୍ତ ୨ କଳା ପରୀକ୍ଷାଫଳ
ଭୁବନେଶ୍ୱର,୮।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ। www.odisharesults.nic.in ୱେବସାଇଟ୍ରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଫଳ ଦେଖିପାରିବେ।…
ବିଦ୍ୟୁତ୍ ଟାଓ୍ବାରରେ ପିଟିହେଲା କାର୍
ଭୁବନେଶ୍ୱର,୭ା୮(ବ୍ୟୁରୋ): ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ୪୨ ହଜାର କେଭି ବିଦ୍ୟୁତ୍ ଟାଓ୍ବାରରେ ପିଟି ହୋଇଯାଇଛି। ଫଳରେ ଦୁର୍ଘଟଣାରେ ଦୁଇ ଗୁରୁତର…
Archives


