ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପସନ୍ଦ ସ୍ଥାନ: ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର,୬ା୯(ବ୍ୟୁରୋ):ପୁଞ୍ଜିନିବେଶ, ଶିଳ୍ପ ପାଇଁ ଓଡ଼ିଶା ହେଉଛି ଏକ ପସନ୍ଦ ସ୍ଥାନ। ଉତ୍ସାହର ସହ ଯୁବ ଗୋଷ୍ଠୀ ଉଦ୍ୟୋଗୀ ହେବାକୁ ଆଗେଇ ଆସିବାକୁ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆହ୍ବାନ ଦେଇଛନ୍ତି। ଷ୍ଟାର୍ଟଅପ୍ ଓଡ଼ିଶାର ଫଣ୍ଡଷ୍ଟାକ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଏଥର ବି ଦେଲେନି ରାଜ୍ୟ ଶିକ୍ଷକ ପୁରସ୍କାର
ଭୁବନେଶ୍ୱର, ୬ା୯(ବ୍ୟୁରୋ):ପ୍ରୋତ୍ସାହନ ବଦଳରେ ପ୍ରହସନ କରୁଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥର ବି ଗୁରୁଦିବସରେ ଦିଆଗଲାନି ରାଜ୍ୟ ଶିକ୍ଷକ ପୁରସ୍କାର। ୫ ବର୍ଷ ହେବ ଏହି ପୁରସ୍କାର ବନ୍ଦ ରହିଥିବାବେଳେ ଚଳିତ ବର୍ଷ ପୁରସ୍କାର ଦିଆଯିବ ଓ ଏଥିପାଇଁ…
୭ହଜାର ଶିକ୍ଷକ ପଦବୀ ପୂରଣ ହେବ
ଭୁବନେଶ୍ୱର, ୬ା୯(ବ୍ୟୁରୋ): ରାଜ୍ୟରେ ଖୁବ୍ଶୀଘ୍ର ପୂରଣ ହେବ ଆଉ ୭ହଜାର ଶିକ୍ଷକ ପଦବୀ। ଆସନ୍ତା ମାସରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି,…
ସ୍ବତଃ ତାଲିକା ବ୍ୟବସ୍ଥା ଲାଗୁ କର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୬ା୯: ଓଡ଼ିଶା ହାଇକୋର୍ଟରେ ମାମଲାଗୁଡ଼ିକର ସ୍ବତଃ ତାଲିକାଭୁକ୍ତ(ଅଟୋ ଲିଷ୍ଟିଂ) ପଦ୍ଧତି ଆପଣାଇବାକୁ ସୁପ୍ରିମକୋର୍ଟ ସୋମବାର ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଏମ୍.ଆର୍. ଶାହା ଏବଂ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାମଲାର ତାଲିକା(ଲିଷ୍ଟିଂ) ବ୍ୟବସ୍ଥାକୁ ତ୍ୱରିତ…
ଦିଲ୍ଲୀରେ ଯାତ୍ରୀ, ଭୁବନେଶ୍ୱରରେ ବେଗ୍
ଭୁବନେଶ୍ବର,୬ା୯(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କାର ମିଳିଛି। ଏହି ଉତ୍ସବରେ ଯୋଗଦେବାକୁ ବିଜେଡିର ବହୁ ଆଗ ଧାଡ଼ିର ଯୁବ ଓ ଛାତ୍ର ନେତାମାନେ ଦିଲ୍ଲୀ ଯାଇଥିଲେ। ସେଠାରେ କାର୍ଯ୍ୟକ୍ରମ…
ହାଉଯାଉ ନକଲି ବ୍ରାଣ୍ଡ୍
ଭୁବନେଶ୍ୱର,୬ା୯(ବ୍ୟୁରୋ):ହାଟବଜାରରେ ହାଉଯାଉ ନକଲି ବ୍ରାଣ୍ଡ୍। ତେଲ, ଲୁଣ, ହଳଦୀ, ସସ୍, ଡିଟରଜେଣ୍ଟ, ଦୁଗ୍ଧ, ଘିଅ, ପନିରଠାରୁ ଆରମ୍ଭକରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଭେଜାଲ ବଜାରକୁ କବଳିତ କରିଛି। ଗତ କିଛି ବର୍ଷ ହେବ ଏଭଳି ଅପମିଶ୍ରଣ ରାଜ୍ୟରେ ବଢ଼ି ବଢ଼ି ଚାଲିଛି,…
ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ: ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି
ଭୁବନେଶ୍ବର,୫।୯(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭାଜପା ପ୍ରଭାରୀ ସୁନୀଲ ବଂଶଲ। ସୋମବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଗସ୍ତ ସମୟରେ ବଂଶଲ ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରଥମ ରଣନୀତି…
ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ: ସମ୍ବର୍ଦ୍ଧନା ପାଇଁ ସମାଗମ ହୋଇପାରନ୍ତି ୫୦ ହଜାର ଲୋକ
ଭୁବନେଶ୍ୱର,୫।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଓଡ଼ିଶା ଫେରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହୋଇପାରନ୍ତି। ଏଥିପାଇଁ କମିଶନର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍ ଫୋର୍ସ…
୪୮ଘଣ୍ଟା ମଧ୍ୟରେ ଲଘୁଚାପ !
ଭୁବନେଶ୍ୱର,୫।୯(ବ୍ୟୁରୋ): ଆସନ୍ତା ୭ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…
ଆଜି ଆସୁଛନ୍ତି ଭାଜପା ପ୍ରଭାରୀ ବଂଶଲ
ଭୁବନେଶ୍ବର,୫ା୯(ବ୍ୟୁରୋ):ଓଡ଼ିଶାର ନବନିଯୁକ୍ତ ଭାଜପା ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ସୋମବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏଥିଲାଗି ସମସ୍ତ ଭାଜପା ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ମିଳିଥିବା…
ନୂଆ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ସାମିଲକୁ ଗୁରୁତ୍ୱ
ଭୁବନେଶ୍ୱର,୫।୯(ବ୍ୟୁରୋ):ସାମ୍ପ୍ରତିକ ସମୟରେ ବିଶ୍ୱ ଅନେକ ପରିବେଶ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହେଉଛି। ଏହା କେବଳ ମାନବ ଜାତି ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିପାଇଁ କେବଳ ମନୁଷ୍ୟ ହିଁ ଦାୟୀ। ନିଜର ସ୍ବାର୍ଥ…
ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଡର
ଭୁବନେଶ୍ୱର,୫।୯ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ପ୍ରାର୍ଦୁଭାବ ବଢି ଚାଲିଛି। ଡେଙ୍ଗୁ ନଁା ଶୁଣିଲେ ଡର ଲାଗୁଛି। ରାଜ୍ୟରୁ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହେଉଥିବାବେଳେ ଭୁବନେଶ୍ୱର ଆଗରେ ରହିଛି। ୩ ତାରିଖ ସୁଦ୍ଧା ରାଜ୍ୟରେ…
Archives


