ମେଟ୍ରୋ

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗରି, ରାୟଗଡ଼ା, ପୁରୀ, ଜଗତ୍‌ସିଂହପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ...

ଦଲାଲ ଠକିନେଲେ ୪୦ ଲକ୍ଷ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଅଧିକ ଲାଭ ଆଶାରେ ସେ ଶେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣେ ଦଲାଲଙ୍କୁ ୪୦ଲକ୍ଷ ଟଙ୍କା ଦେଇଥିଲେ। ତେବେ ଠକେଇର ଶିକାର ହେବାରୁ ଏହି ଟଙ୍କା ହରାଇଛନ୍ତି। ଫଳରେ ତାଙ୍କ ଆଶା ଧୁଳିସାତ୍‌...

ବ୍ରାଉନସୁଗାର କାରବାରରେ ମହିଳା

ପୁରୀ ଅଫିସ, ୧୧। ୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ କିଛିଦିନ ହେବ ବ୍ରାଉନସୁଗାର କାରବାର ବଢିଛି। ବାହାରୁ ଚୋରାରେ ବ୍ରାଉନସୁଗାର ଆସୁଥିବାବେଳେ ଏଠାରେ ଏହି କାରବାର ଅପରେଟ୍‌ କରୁଛନ୍ତି ମହିଳା...

ବିସ୍ଫୋରଣ ସ୍ଥଳକୁ ଦେଖି ଥରିଲେ ଆହତ କର୍ମଚାରୀ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ରବିବାର ୫ଦିନ ବିତିଛି। ହେଲେ ବିସ୍ଫୋରଣକୁ ସାମ୍ନା କରିଥିବା ଲୋକ, ପେଟ୍ରୋଲ ପମ୍ପ କର୍ମଚାରୀ ଓ ଅନ୍ୟମାନଙ୍କ ମନରେ ଏବେବି ଭୟ ଯାଇନି। ସାମାନ୍ୟ ଆହତ...

ପାନ୍ଥନିବାସ ଘରୋଇକରଣ ବନ୍ଦ ନ ହେଲେ ଆତ୍ମାହୁତି ଦେବେ କର୍ମଚାରୀ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): କରୋନା ଯୋଗୁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ରାଜ୍ୟର ୫ ପାନ୍ଥନିବାସକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଛି। ଏଭଳି ଅଭିଯୋଗ ନେଇ ଉତ୍କଳ ପର୍ଯ୍ୟଟନ...

ଅଫ୍‌ଲାଇନ୍‌ରେ ଡିଏଲ୍‌ଏଡ୍‌ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରୁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଏଡ୍‌) ପ୍ରଥମ ଓ ଶେଷବର୍ଷ ପରୀକ୍ଷା ଆରମ୍ଭ ହେବ। ରାଜ୍ୟର ପ୍ରାୟ ୧୩,୫୦୦ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏହି ପରୀକ୍ଷାକୁ ଅଫ୍‌ଲାଇନରେ କରିବା ପାଇଁ...

୨ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ୱର,୧୧। ୧୦ (ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବିରୋଧରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶନିବାର ଶ୍ରୀଜଗନ୍ନାଥ ସେନାର...

ଫେକ୍‌ ନ୍ୟୁଜ ଜାଲରେ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ଓଡ଼ିଶାର ଗଞ୍ଜାମ ଜିଲା ଏବଂ ମୁମ୍ବାଇର ଧରାବୀ ବସ୍ତିର କୋଭିଡ୍‌-୧୯ ମୁକାବିଲାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଶଂସା କରିଥିବା ନେଇ ଗତ ୮ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ଏହାକୁ...

ଆଜି ରାଜ୍ୟରୁ ଆଉ ୧୬ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲାରୁ...

ରାଜ୍ୟରେ ଆଜି ୨୫୪୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୨୫୪୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୫୦୪...

ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୮୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୪୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୨୫, ପୁରୀରୁ ୧୯୩, ଝାରସୁଗୁଡାରୁ ୧୫୯, ବାଲେଶ୍ୱରରୁ ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁରରୁ ୧୨୬, କେନ୍ଦୁଝରରୁ...

ଭୁବନେଶ୍ୱରରୁ ଆଜି ୩୨୧ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩୮

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri