ଦିଲ୍ଲୀରେ ଯାତ୍ରୀ, ଭୁବନେଶ୍ୱରରେ ବେଗ୍‌

ଭୁବନେଶ୍ବର,୬ା୯(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କାର ମିଳିଛି। ଏହି ଉତ୍ସବରେ ଯୋଗଦେବାକୁ ବିଜେଡିର ବହୁ ଆଗ ଧାଡ଼ିର ଯୁବ ଓ ଛାତ୍ର ନେତାମାନେ ଦିଲ୍ଲୀ ଯାଇଥିଲେ। ସେଠାରେ କାର୍ଯ୍ୟକ୍ରମ ସରିବା ପରେ କେତେକ ଯୁବ, ଛାତ୍ର ନେତା ତଥା ବିଧାୟକଙ୍କୁ ମିଶାଇ ମୋଟ ୧୬ ଜଣ ରବିବାର ସାରେ ଭୁବନେଶ୍ୱର ଫେରୁଥିଲେ। ଦିଲ୍ଲୀ ବିମାନବନ୍ଦରରେ ସେହି ନେତାମାନେ ପହଞ୍ଚି ନିଜ ବେଗ୍‌ବସ୍ତାନିଗୁଡିକ ଚେକିଂ କରି ବିମାନ ଭିତରକୁ ଛାଡ଼ି ଦେଇଥିଲେ। ସେମାନେ ସା ୮ଟା ୨୦ ମିନିଟ୍‌ରେ ଇଣ୍ଡିଗୋ ଏ୩୨୦ ବିମାନରେ ଫେରିବାର ଥିଲା। ବିମାନ ଛାଡ଼ିବାକୁ କିଛି ସମୟ ବିଳମ୍ବ ଥିବା ଜାଣି ସେମାନେ ସେଠାରେ ଥିବା ଏକ ମଦ ବାର୍‌ ଭିତରକୁ ପଶିଯାଇଥିଲେ।
ଧରିତ୍ରୀକୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଖୁସିରେ ଉକ୍ତ ନେତାମାନେ ଆବଶ୍ୟକତାଠାରୁ ଅଧିକ ମଦ୍ୟପାନ କରିଦେଇଥିଲେ। ସେତେବେଳକୁ ସେମାନଙ୍କ ବେଗ୍‌ ଯାଇ ବିମାନ ଭିତରେ ରହିସାରିଥିଲା। ଅତ୍ୟଧିକ ମଦ୍ୟପାନ କରି ଯେତେବେଳେ ନେତାମାନେ ବିମାନକୁ ଯିବାକୁ ଚାହିଁଲେ ସେଠାରେ ସେମାନଙ୍କୁ ଚେକିଂ କରି ଅଟକାଯାଇଥିଲା। ସେମାନଙ୍କୁ ଆଉ ବିମାନ ଭିତରକୁ ଯିବାକୁ ଦିଆଗଲା ନାହିଁ। ଫଳରେ ବିମାନବନ୍ଦର ଭିତରେ ନିଶାସକ୍ତ ଅବସ୍ଥାରେ ସେହି ନେତାମାନେ ଏୟାରପୋର୍ଟର କେତେଜଣ ଅଧିକାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ। ବିମାନରେ ଥିବା ଅଧିକାରୀ କିନ୍ତୁ ସେମାନଙ୍କୁ ନେବାକୁ ସିଧାସଲଖ ମନା କରିଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ଯୁବ ବିଧାୟକ କିନ୍ତୁ ସମସ୍ତଙ୍କୁ ନେଇଯିବା ଲାଗି ଅଧିକାରୀଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ, ହେଲେ ତାହାର କିଛି ସୁଫଳ ମିଳିଲା ନାହିଁ। ଏପରିକି ସେମାନଙ୍କ ବିରୋଧରେ ମାମଲା ରୁଜୁହେବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ହେଲେ ଦିଲ୍ଲୀରେ ରହୁଥିବା କେତେଜଣ ବଡ଼ ନେତା ଏହି କଥାକୁ ଚାପିବା ଲାଗି ଉଦ୍ୟମ ଆରମ୍ଭ କରିଦେଇଥିଲେ। ହେଲେ ବିମାନରେ ସେହି ସମସ୍ତ ନେତା ଫେରିପାରି ନ ଥିଲେ। ଟିକେଟ ଥାଇ ସୁଦ୍ଧା ବିମାନଟି ୧୬ଟି ଖାଲି ସିଟ୍‌ ସହ ଭୁବନେଶ୍ୱର ଫେରିଥିଲା। ନେତାମାନେ ସିନା ଆସିପାରି ନ ଥିଲେ ହେଲେ ସେମାନଙ୍କ ବେଗ୍‌ କିନ୍ତୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ଫେରିପାରି ନ ଥିବା ନେତା ସୋମବାର ଭିନ୍ନ ଭିନ୍ନ ସମୟରେ ଫେରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri