ହାଉଯାଉ ନକଲି ବ୍ରାଣ୍ଡ୍‌

ଭୁବନେଶ୍ୱର,୬ା୯(ବ୍ୟୁରୋ):ହାଟବଜାରରେ ହାଉଯାଉ ନକଲି ବ୍ରାଣ୍ଡ୍‌। ତେଲ, ଲୁଣ, ହଳଦୀ, ସସ୍‌, ଡିଟରଜେଣ୍ଟ, ଦୁଗ୍ଧ, ଘିଅ, ପନିରଠାରୁ ଆରମ୍ଭକରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଭେଜାଲ ବଜାରକୁ କବଳିତ କରିଛି। ଗତ କିଛି ବର୍ଷ ହେବ ଏଭଳି ଅପମିଶ୍ରଣ ରାଜ୍ୟରେ ବଢ଼ି ବଢ଼ି ଚାଲିଛି, ଯାହାର କୁପରିଣାମ ଖାଉଟିଙ୍କୁ ଭୋଗିବାକୁ ପଡୁଛି। ବଜାରରେ ମିଳୁଥିବା ଖାଦ୍ୟସାମଗ୍ରୀ କେତେ ସୁରକ୍ଷିତ ତାହା ଜାଣିବା ଖାଉଟିଙ୍କ ପକ୍ଷେ ମୁସ୍କିଲ। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ନକଲି ସାମଗ୍ରୀକୁ ବଜାରକୁ ଛଡ଼ାଯାଉଛି। ଏଥିରେ ଅସାଧୁ ବ୍ୟବସାୟୀଙ୍କ ସମେତ ଅପମିଶ୍ରଣକାରୀଙ୍କର ସମ୍ପୃକ୍ତି ରହୁଛି। ଆଖିକୁ ନାମୀ ବ୍ରାଣ୍ଡ୍‌ ଦେଖାଯାଉଥିଲେ ମଧ୍ୟ ପ୍ୟାକେଟରେ ବିଷ ଭରି ରହିଛି। ଅପମିଶ୍ରିତ ବ୍ରାଣ୍ଡ୍‌ ଖାଦ୍ୟସାମଗ୍ରୀ ବ୍ୟବହାର କରି ଅନେକ ସମୟରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ନିକଟରେ କଟକ ଜିଲାର ବଡ଼ମ୍ବାରେ ଘରେ ପ୍ରସ୍ତୁତ ଚାଟ୍‌ ଖାଇ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହେବା ଘଟଣା ମଧ୍ୟ ଅପମିଶ୍ରଣର କଳା ସାମ୍ରାଜ୍ୟକୁ ସୂଚାଉଛି।
ଗତ କିଛି ବର୍ଷ ଧରି ଏଭଳି ଅପମିଶ୍ରଣ ଓ ନକଲି ବ୍ରାଣ୍ଡ୍‌ର ଖାଦ୍ୟସାମଗ୍ରୀ ବଜାରକୁ ବହୁମାତ୍ରାରେ ପ୍ରବେଶ କରିଛି। ୨୦୧୯ ଜାନୁୟାରୀରେ କୋରାପୁଟର ଜୟପୁରଠାରେ ମସଲା ଅପମିଶ୍ରଣ ୟୁନିଟ୍‌ ଠାବ କରାଯାଇଥିବା ବେଳେ ସେହିବର୍ଷ ଫେବୃୟାରୀରେ ଅନୁଗୋଳରେ ଡାଲି, ଦୁଗ୍ଧ ଓ ଲଙ୍କାଗୁଣ୍ଡ ଅପମିଶ୍ରଣ ୟୁନିଟ୍‌ ଠାବ ହୋଇଥିଲା। ସେହିପରି ୨୦୨୦ ସେପ୍ଟେମ୍ବରରେ କଟକଠାରେ ଟମାଟୋ ଏବଂ ଲଙ୍କା ସସ୍‌ ନକଲି କାରଖାନା ଠାବ କରାଯାଇଥିଲା। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ପାହାଳଠାରେ ଏକ ନକଲି ଲୁଣ ଓ ଡିଟରଜେଣ୍ଟ ପାଉଡର ଫ୍ୟାକ୍ଟ୍ରି ଠାବ ହେବା ଘଟଣା ରାଜ୍ୟରେ ନକଲି ବ୍ରାଣ୍ଡ୍‌ ଓ ଅପମିଶ୍ରଣ କାରବାର ବ୍ୟାପକତାକୁ ସ୍ପଷ୍ଟ କରୁଛି।
ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ମଧ୍ୟ ଏହି ଆଇନ କାର୍ଯ୍ୟକାରୀ ହେଉଛି। ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଖାଦ୍ୟପଦାର୍ଥର ମାନ ଯାଞ୍ଚକରିବା ସହ ଅପମିଶ୍ରଣ ସାମଗ୍ରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ଜଣେ ଆଇଏଏସ୍‌ ର଼୍ୟାଙ୍କର ଅଫିସର ଫୁଡ୍‌ ସେଫ୍ଟି କମିଶନର ରହିବେ। ଏହାଛଡ଼ା ଫୁଡ୍‌ ସେଫ୍ଟି ଡାଇରେକ୍ଟର, ଆଡିଶନାଲ ଫୁଡ୍‌ ସେଫ୍ଟି କମିଶନର, ସମସ୍ତ ଜିଲାରେ ଫୁଡ୍‌ ସେଫ୍ଟି ଅଫିସର ରହିବେ। ନିୟମିତ ବ୍ୟବଧାନରେ ନମୁନା ସଂଗ୍ରହ କରାଯାଇ ଲାବୋରେଟୋରିରେ ପରୀକ୍ଷା କରାଯିବ। ଅପମିଶ୍ରଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଯାଞ୍ଚ ଠିକ୍‌ ଢଙ୍ଗରେ ହେଉ ନ ଥିବା କିମ୍ବା ଅପମିଶ୍ରଣକାରୀଙ୍କ ସହ କେତେକ ଅସାଧୁ ଅଫିସରଙ୍କର ଭିତିରିଆ ସମ୍ପର୍କ ଯୋଗୁ ଏଭଳି ବେଆଇନ କାରବାର ବଢ଼ିଚାଲିଛି। ରାଜ୍ୟରେ ନମୁନା ପରୀକ୍ଷା ଅତ୍ୟନ୍ତ ନଗଣ୍ୟ ରହିଛି। କେବଳ ସେତିକି ନୁହେଁ, ଅପମିଶ୍ରଣକାରୀଙ୍କୁ ଦଣ୍ଡିତ କରିବା ହାର ମଧ୍ୟ କମ୍‌ ରହିଛି। ଗତ ୩ ବର୍ଷରେ ରାଜ୍ୟରେ ୧୦୦ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୨୧ଟିରେ ଅପମିଶ୍ରଣ ଠାବ କରାଯାଇଛି। ଅପମିଶ୍ରଣକାରୀଙ୍କଠାରୁ ଜରିମାନା ବାବଦରେ ୨୬.୩୫ କୋଟି ଟଙ୍କା ଆଦାୟ କରାଯାଇଛି। ସେହିପରି ୨୦୧୮-୧୯ରେ ୧୨୩ ଜଣ ଅପମିଶ୍ରଣକାରୀଙ୍କ ବିରୋଧରେ ସିଭିଲ ଓ କ୍ରିମିନାଲ କେସ୍‌ କରାଯାଇଥିଲେ ମଧ୍ୟ ଜଣେ ହେଲେ ଦଣ୍ଡିତ ହୋଇନାହାନ୍ତି।
ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ କର୍ମଚାରୀ ଅଭାବରୁ ନମୁନା ସଂଗ୍ରହ ତ୍ୱରାନ୍ବିତ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଯେତିକି ନମୁନା ସଂଗ୍ରହ ହେଉଛି, ସେସବୁ ପରୀକ୍ଷା କରିବା ଏବଂ ଅପମିଶ୍ରଣକାରୀଙ୍କୁ ଦଣ୍ଡିତ କରିବା ପ୍ରକ୍ରିୟା ବିଳମ୍ବ ହେଉଛି। ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବା ସହ ଜନସଚେତନତା ସୃଷ୍ଟି କରାଗଲେ ନକଲି ପ୍ରତି ଲୋକମାନେ ଜାଗ୍ରତ ହୋଇପାରିବେ।
ଭୁବନେଶ୍ୱର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ କହିଛନ୍ତି ଯେ, ମହାନଗର ଅଞ୍ଚଳରେ ଫୁଡ୍‌ ସେଫ୍ଟି ଅଧିକାରୀ ଦୈନିକ ଖାଦ୍ୟସାମଗ୍ରୀ ଯାଞ୍ଚ କରୁଛନ୍ତି। ମାସକୁ ପ୍ରାୟ ୧୫୦ରୁ ୧୮୦ ନମୁନା ସଂଗ୍ରହ କରାଯାଇ ଷ୍ଟେଟ୍‌ ଲାବୋରେଟୋରିରେ ପରୀକ୍ଷା କରାଯାଉଛି। ନମୁନା ସଂଗ୍ରହ ହୋଇଥିବା ପ୍ରାୟ ୪୦% ସାମଗ୍ରୀର ମାନ ଠିକ୍‌ ରହୁନାହିଁ। ମାସିକ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାରବାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଫୁଡ୍‌ ଲାଇସେନ୍ସ ଏବଂ ଏହାଠାରୁ କମ୍‌ କାରବାର କରୁଥିବା ବ୍ୟବସାୟୀଙ୍କ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?