ମେଟ୍ରୋ

ହକି ଟିକେଟ ବ୍ଲାକ୍‌: ଆଉ ୪ ଗିରଫ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ଟିକେଟ ମିଳୁ ନ ଥିବାରୁ ଅନେକ ନିରାଶ ହୋଇଛନ୍ତି। ଏପରି ସ୍ଥିତିରେ ଦଲାଲଙ୍କ ହାତରେ ପୁଳାପୁଳା ଟିକେଟ ଦେଖିବାକୁ ମିଳୁଛି। ସେମାନେ ଟିକେଟ ବ୍ଲାକ୍‌ରେ…

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଶନିବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ପଞ୍ଚାୟତିରାଜ, ଉଚ୍ଚଶିକ୍ଷା,…

ଇଡିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସେ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ତେବେ ଏନେଇ…

ଅର୍ଚ୍ଚନାଙ୍କ ପାଇଁ ହେବ ସ୍ବତନ୍ତ୍ର ପରୀକ୍ଷା ଗୃହ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବେ । ଏ ନେଇ ସେ ଜେଲ୍‌ ଭିତରେ ଫର୍ମ ଫିଲଅପ୍‌ କରିଛନ୍ତି। ଫର୍ମକୁ କ୍ୟାପିଟାଲ ଲ’ କଲେଜରେ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଦାଖଲ କରିଛନ୍ତି । ଛାତ୍ରୀଛାତ୍ର ଅର୍ଚ୍ଚନାଙ୍କ ସହ…

ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଚାହୁଁ ଚାହୁଁ ରାସ୍ତାରେ ଜଳିଗଲା ବୁଲେଟ୍‌ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ସିରିପୁର ଅଞ୍ଚଳରେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏଯାବତ୍‌ ବୁଲେଟ୍‌ରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ…

ତାମିଲନାଡ଼ୁ କ୍ରୀଡ଼ାମନ୍ତ୍ରୀ ବୁଲିଲେ ଭୁବନେଶ୍ୱର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହକି ବିଶ୍ୱକପ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ ଓଡ଼ିିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୁରୁବାର ମ୍ୟାଚ ଦେଖିଥିଲେ…

ସାଧାରଣତନ୍ତ୍ର ଦିବସରେ ୨୦ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ: କିଏ କେଉଁଠି …

ଭୁବନେଶ୍ୱର,୨୦।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାରୁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ପରେଡ ଆୟୋଜିତ ହେବାକୁ ଥିବାବେଳେ ୨୦ ଜିଲାରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ଏ ନେଇ ଶୁକ୍ରବାର ଏକ ତାଲିକା ପ୍ରକାଶ ପାଇଛି । ତେବେ…

ରାସ୍ତାରେ ଅଳିଆ ପଡ଼ିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ସୁଧୁରିବାର ନାଁ ଧରୁନି। କାନ୍ଥବାଡ଼ରେ ଯେତେ ରଙ୍ଗ ବୋଳି ସୌନ୍ଦର୍ଯ୍ୟକରଣ କରାଗଲେ ବି ସହରର ବିଭିନ୍ନ ସ୍ଥାନରେ ଏବେ ବି ଅଳିଆ ଆବର୍ଜନା ପଡ଼ିରହୁଛି। ଗଳିକନ୍ଦି ଏପରିକି କେତେକ ମୁଖ୍ୟରାସ୍ତାରେ ମଧ୍ୟ ସମାନ…

୫-ଟି ରୂପାନ୍ତରଣ ହେବ ସବୁ ଡିଏଚ୍‌ଏଚ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫-ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ। ତେବେ ଏହି ପର୍ଯ୍ୟାୟରେ କେଉଁ ହସ୍ପିଟାଲଗୁଡ଼ିକ ରୂପାନ୍ତରଣ…

ଏଥର ହୋଇପାରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଆସନ୍ତା ମାଘସପ୍ତମୀଠାରୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ ବାରଭୁଜା ପୀଠରେ ଏବଂ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହେବ। ତେବେ ହକି…

ବେଦାନ୍ତର ନିକ୍ଷୟ ମିତ୍ର ଅଭିଯାନ

ଭୁବନେଶ୍ୱର,୨୦।୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିକ୍ଷୟ ମିତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ‘ନିକ୍ଷୟ ମିତ୍ର’କୁ କମ୍ପାନୀ ଦୃଢ଼ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛି। ସେହିଭଳି ୨୦୨୫ ଶେଷ ସୁଦ୍ଧା…

କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍‌କୋ ବସ୍ତିରେ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିବା ଘଟଣାରେ ଗୁରୁବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି। ସେ ହେଲେ ଏଠାରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?