ରାସ୍ତାରେ ଅଳିଆ ପଡ଼ିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ସୁଧୁରିବାର ନାଁ ଧରୁନି। କାନ୍ଥବାଡ଼ରେ ଯେତେ ରଙ୍ଗ ବୋଳି ସୌନ୍ଦର୍ଯ୍ୟକରଣ କରାଗଲେ ବି ସହରର ବିଭିନ୍ନ ସ୍ଥାନରେ ଏବେ ବି ଅଳିଆ ଆବର୍ଜନା ପଡ଼ିରହୁଛି। ଗଳିକନ୍ଦି ଏପରିକି କେତେକ ମୁଖ୍ୟରାସ୍ତାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏବେ ବିଶ୍ୱକପ୍‌ ହକି ଚାଲୁଥିବାବେଳେ ବିଭିନ୍ନ ଦେଶରୁ ଖେଳାଳୀ ଏବଂ ସେମାନଙ୍କ ପ୍ରଶଂସକମାନେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ସେମାନେ ଯିବାବେଳେ ଯେପରି ସହରର ନିର୍ମଳ ଛବି ନେଇ ଫେରିବେ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରୁଛି ବିଏମ୍‌ସି। ବାରମ୍ବାର ବୈଠକ କରି ଅଧିକାରୀମାନଙ୍କୁ ତାଗିଦା କରାଯାଉଛି। ମାତ୍ର ଏତେ ପରେ ବି ଅଧିକାଂଶ ରାସ୍ତାକଡ଼ରୁ ଆବର୍ଜନା ଉଠିପାରୁନାହିଁ। ଯାହାକୁ ନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦା କରିଛନ୍ତି। ଏଣିକି ଯେଉଁ ଓ୍ବାର୍ଡରେ ରାସ୍ତାକଡ଼ରେ ଆବର୍ଜନା ଏବଂ ଖୋଲା ଡ୍ରେନ୍‌ ଦେଖିବାକୁ ମିଳିବ, ସମ୍ପୃକ୍ତ ଓ୍ବାର୍ଡ ଅଫିସର ଏବଂ ସାନିଟେଶନ୍‌ ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।
କମିଶନରଙ୍କ ଅଧ୍ୟକ୍ଷତାରେ ବୁଧବାର ଓ୍ବାର୍ଡ ଅଫିସର, ଏସ୍‌ଆଇ ଏବଂ ନିୟୋଜିତ ସଫେଇ ସଂସ୍ଥାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଫେଇ ସଂସ୍ଥାଠାରୁ ଆରମ୍ଭ କରି ଓ୍ବାର୍ଡ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ରୋଷର ଶିକାର ହୋଇଥିଲେ। ରାସ୍ତାକଡ଼ରେ ଯେପରି ଆବର୍ଜନା ଗଦା ନ ହେବ ସେଥିପାଇଁ ଓ୍ବାର୍ଡ ଅଫିସରମାନେ ଧ୍ୟାନ ଦେବେ। ବାହାରେ ଅଳିଆ ପଡ଼ିିଥିଲେ ତୁରନ୍ତ ସେଠାରୁ ଆବର୍ଜନା ଉଠାଯିବ। ଏଥିସହ ଯେଉଁ ବ୍ୟକ୍ତି ନିଜ ଘର ଆଗ କିମ୍ବା ଅନ୍ୟ କୌଣସି ସ୍ଥାନରେ ଭଙ୍ଗାରୁଜା ଆବର୍ଜନା ଗଦା କରିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପରିମଳ ସହିତ ରାସ୍ତାଘାଟ ଓ ଖୋଲା ଡ୍ରେନ୍‌ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କିଛିଦିନ ତଳେ ଖୋଲା ଡ୍ରେନ୍‌ରେ ପଡ଼ି ଜଣେ ବିଦେଶୀ ଫଟୋଗ୍ରାଫର ଆହତ ହେବା ପରେ ଏହାକୁ ଗୁରୁତ୍ୱର ସହିତ ନେଇଛି ବିଏମ୍‌ସି। ସହରର କୌଣସି ଡ୍ରେନ୍‌ ଯେପରି ମୁକୁଳା ନ ରୁହେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ମୁକୁଳା ଡ୍ରେନ୍‌ ସମ୍ପର୍କରେ ଅବଗତ କରାଇବା ସହିତ ଖରାପ ରାସ୍ତା ଥିଲେ ଇଞ୍ଜିନିୟରଙ୍କୁ ସୂଚନା ଦେବା ପାଇଁ ଓ୍ବାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଥାଶୀଘ୍ର ଏହି କାର୍ଯ୍ୟ ସାରିବାକୁ କମିଶନର କହିିଛନ୍ତି। ଏଥିସହ ଓ୍ବାର୍ଡ ଗସ୍ତ ସମୟରେ ଏଭଳି କିଛି ସମସ୍ୟା ଦେଖିଲେ ସମ୍ପୃକ୍ତ ଓ୍ବାର୍ଡର ଓ୍ବାର୍ଡ ଅଫସର ଏବଂ ଏସ୍‌ଆଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଚେତାବନୀ ଦେଇଛନ୍ତି। ଏବେ ଡଟ୍‌ ଫେଷ୍ଟ ଏବଂ ବିଶ୍ୱକପ୍‌ ହକି ଚାଲିଥିବାରୁ ସେମାନଙ୍କ ଉପରେ ପ୍ରବଳ ଚାପ ରହିଥିବାବେଳେ କମିଶନରଙ୍କ ନୂଆ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରିବେ ସେନେଇ ଓ୍ବାର୍ଡ ଅଫସର ଏବଂ ସାନିଟେଶନ ଇନ୍ସପେକ୍ଟରମାନେ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri