ମେଟ୍ରୋ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ସଂଖ୍ୟା ଦ୍ୱିଗୁଣୀତ ହୋଇଛି। ପୂର୍ବରୁ ୧୭ଟି କ୍ଷେତ୍ରରେ ପୁରସ୍କାର ଦିଆଯାଉଥିବାବେଳେ ଏବେ ଏହା ୩୪କୁ ବୃଦ୍ଧି କରାଯାଇଛି। ପ୍ରଥମକରି ନୃତ୍ୟ, ସଙ୍ଗୀତ,…

ନୂଆ ରୂପ ପାଇବ ଓଡ଼ିଶାର ୨୫ ରେଳଷ୍ଟେଶନ

ଭୁବନେଶ୍ୱର,୫।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ନବୀକରଣ ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶର ୧୩୦୯ ଷ୍ଟେଶନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ରେଳ ଷ୍ଟେଶନର ନବୀକରଣ…

ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଭୁବନେଶ୍ୱର,୫।୮(ଅଭିଜିତ ଦାସ): ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣରେ ଥିବା ସ୍ବାସ୍ଥ୍ୟ ବିଭାଗ କହୁଥିବାବେଳେ ବାସ୍ତବ ସଂଖ୍ୟା କିନ୍ତୁ ଭିନ୍ନ ରହୁଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି।…

ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିଲେ ସ୍ଥାୟୀ ଦୋକାନୀ

ଭୁବନେଶ୍ୱର, ୫।୮ (ବନ୍ଦନା ସେଠୀ): ଦୀର୍ଘ ୧୮ଦିନ ପରେ ଗୁରୁବାର ଅପରାହ୍ନରୁ ୟୁନିଟ୍‌-୨ରେ ଥିବା ରାଜ୍ୟର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ ଶୁକ୍ରବାରଠାରୁ ଠିକ୍‌ ଭାବେ ବେପାର ଆରମ୍ଭ ହୋଇଥିଲା। ତେବେ ମାର୍କେଟ ଖୋଲିବାର ମଧ୍ୟାହ୍ନ ୧୨ଟା ବେଳକୁ…

ନାରୀ ସଶକ୍ତୀକରଣର ମୂର୍ତ୍ତିମନ୍ତ ପ୍ରତୀକ ନନ୍ଦିନୀ

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଛାତ୍ରୀ ଜୀବନରୁ କମ୍ୟୁନିଷ୍ଟ ଚିନ୍ତାଧାରାରେ ପ୍ରଭାବିତ ହୋଇ ରେଭେନ୍‌ଶା କଲେଜରେ ଛାତ୍ର ଆନ୍ଦୋଳନରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନ୍ତରଙ୍ଗ ସହଯୋଗୀ ପାଲଟିଯାଇଥିଲେ। ରାଜ୍ୟ…

ଝାରସୁଗୁଡ଼ା-ବାରକୋଟ୍‌ ରେଳଲାଇନ ଡିପିଆର୍‌ ପ୍ରସ୍ତୁତିକୁ ମଞ୍ଜୁରୀ

ଭୁବନେଶ୍ବର/ଦେବଗଡ଼,୫ା୮(ସୁନିତ୍‌ ମିଶ୍ର/ଶଶାଙ୍କ ଶେଖର ଝାଙ୍କର): ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡ଼ାରୁ ଦେବଗଡ଼ ଜିଲାର ବାରକୋଟ୍‌ ସହ ସଂଯୋଗ ହେବ ନୂଆ ରେଳଲାଇନ। ୧୬୦ କି.ମି. ବିଶିଷ୍ଟ ଏହି ରେଳଲାଇନ ଲାଗି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ଲାଗି ଫାଇନାଲ ଲୋକେଶନ…

ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି: ଶରତ

ଭୁବନେଶ୍ବର, ୫ା୮(ସୁନିତ୍‌ ମିଶ୍ର): ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ମାନହାନି ମକଦ୍ଦମାର ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କଂଗ୍ରେସ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।…

ମନମୋହନଙ୍କ ନୂଆ ଟିମ୍‌

ଭୁବନେଶ୍ବର, ୫ା୮(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାର ୪ ମାସ ପରେ ମନମୋହନ ସାମଲ ଦଳର ନୂଆ ଟିମ୍‌ ଗଠନ କରିଛନ୍ତି। ବହୁ ମାନସମନ୍ଥନ କରି ସେ ଏହି ନୂଆ ଟିମ୍‌ ଗଠନ କରିଥିବା ଶୁଣିବାକୁ ମିଳିଛି।…

୪.୧୧ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୫ା୮(ଅନିଲ ଦାସ): ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିରେ ୨୧ ଜିଲାର ମୋଟ ୧୩୬ ବ୍ଲକର ୧,୮୮୯ ଗଁା, ୨୬ ପୌରାଞ୍ଚଳ ଅଧୀନ ୧୦୧ ୱାର୍ଡର ମୋଟ ୪ ଲକ୍ଷ ୧୧ ହଜାର ୩୩୮…

ସୁବ୍ରତୋ ବାଗ୍‌ଚୀ ଅନୁଷ୍ଠାନ ଦକ୍ଷତା ବୃଦ୍ଧି ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର,୪ା୮(ଅନିଲ ଦାସ): ସୁବ୍ରତୋ ବାଗ୍‌ଚୀଙ୍କୁ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଦକ୍ଷତା ବୃଦ୍ଧି(ଇନ୍‌ଷ୍ଟିଚ୍ୟୁଶନାଲ କାପାସିଟି ବିଲ୍‌ଡିଂ)ର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ପରେ ବାଗ୍‌ଚୀଙ୍କୁ କ୍ୟାବିନେଟ ପାହ୍ୟା…

ଜୁଲାଇ ସୁଦ୍ଧା ଖର୍ଚ୍ଚ, ରାଜସ୍ବ ଆଦାୟ ବଢ଼ିଛି

ଭୁବନେଶ୍ୱର,୪ା୮(ଅନିଲ ଦାସ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ସୁଦ୍ଧା ବଜେଟ ଅନୁମୋଦନ ଅର୍ଥର ପ୍ରାୟ ୪ ପ୍ରତିଶତ ଅଧିକ ଖର୍ଚ୍ଚ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ…

ଖୋର୍ଦ୍ଧାରେ ୬୪୫ ଡେଙ୍ଗୁ ଆକ୍ରାନ୍ତ ମଧ୍ୟରୁ ରାଜଧାନୀରେ ୬୦୫

ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଭୟ ଘାରିଛି। ପ୍ରତି ୧୦୦ ନମୁନାରୁ ୧୦ ନମୁନା ପଜିଟିଭ ଚିହ୍ନଟ ହେଉଥିବାବେଳେ ଆକ୍ରାନ୍ତଙ୍କ ହାର ଦିନକୁ ଦିନ ବଢିବାରେ ଲାଗିଛି। ଜୁଲାଇ ଦ୍ବିତୀୟ ସପ୍ତାହରେ ସହରରୁ ଦୈନିକ ୭ରୁ ୧୦ ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?