ମେଟ୍ରୋ

‘ଛୋଟପିଲା, ଗୃହପାଳିତ ପଶୁଙ୍କୁ କାର୍‌ ଭିତରେ ଏକୁଟିଆ ଛାଡ଼ନ୍ତୁ ନାହିଁ’

କଟକ, ୧୮ା୬(କାର୍ତ୍ତିକ ସାହୁ)କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ପୋଲିସ ଅଭିଭାବକମାନଙ୍କୁ ସତର୍କ କରାଇଛି। ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ କାର୍‌ ଭିତରେ ଏକୁଟିଆ ଛାଡ଼ନ୍ତୁ ନାହିଁ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟର…

ଖୋଳାପୋତାରେ ଖିନ୍‌ଭିନ୍‌ ଭୁବନେଶ୍ୱର

ଭୁବନେଶ୍ୱର, ୧୮ା୬(ଅଭିଜିତ ଦାସ) ବିକାଶ ଓ ଉନ୍ନୟନ କାମ ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଣିଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ସହରର ବିକାଶଧାରା ‘ଗୋଦରା କୋଡେ ଯେତେ ମାଡେ ସେତେ ସଦୃଶ’…

‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ତିଥି ଅନୁସାରେ ଭାରତର ବିଭିନ୍ନ ଜଗନ୍ନାଥ…

ରଥଯାତ୍ରାରେ ମୁତୟନ ହେବେ ୧୭୦ ପ୍ଲାଟୁନ ଫୋର୍ସ

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ରଥଯାତ୍ରାରେ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଏବଂ ଭିଭିଆଇପିଙ୍କ…

ସାପ କାମୁଡ଼ାରେ ୬ ବର୍ଷରେ ୬୩୫୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୮ା୬ (ବନ୍ଦନା ସେଠୀ) ଓଡ଼ିଶାରେ ପ୍ରତିବର୍ଷ ସାପ କାମୁଡାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓସ୍‌ଡମା ପରିସଂଖ୍ୟାନ ଅନୁଯାୟୀ, ୨୦୧୫ରୁ ୨୦୨୧ ମଧ୍ୟରେ ସାପ କାମୁଡ଼ାରେ ୬୩୫୧ ବ୍ୟକ୍ତିଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୦୭ ଜଣଙ୍କ…

ତଦନ୍ତ ପରେ ପଦକ୍ଷେପ: ମୁଖ୍ୟ ପ୍ରଶାସକ

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ପୁରୀ ପାଇକ ସାହିରେ ନକଲି ମହାପ୍ରସାଦ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ମୁହଁ ଖୋଲିଛନ୍ତି। ଏ ନେଇ ଅଭିଯୋଗକୁ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ…

ଦର୍ପଦଳନ ରଥରେ ଫାଟ

ପୁରୀ, ୧୮ା୬(ଅଜିତ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ଶନିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଫାଟ ଦେଖିବାକୁ ମିଳିଛି। ରଥର ସାନଉଛୁଳା ଚକ ବା ପଛୁଆଣି ଚକର ଅଖରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏହାକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶନିବାର ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ତମ ପୁରାତନ ବିଶ୍ୱବିଦ୍ୟାଳୟ। ଏହା…

୬ ଓଡ଼ିଶା ସୂଚନା ସେବା ଅଧିକାରୀ ଉପନିର୍ଦ୍ଦେଶକ ପଦକୁ ଉନ୍ନୀତ

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ସୂଚନା ଓ ଲୋକସମ୍ପର୍କ ବିଭାଗ ୬ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି। ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପତି,…

ନୂଆପଡ଼ାରେ ଟ୍ରମା କେୟାର ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେୟାର ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ…

ଖାର୍ଗେଙ୍କୁ ଅଭିଯୋଗ ଜଣାଇଲେ ତାରା

ଭୁବନେଶ୍ବର, ୧୭।୬(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦିଲ୍ଲୀ ଯାଇ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ବରିଷ୍ଠ ନେତାଙ୍କୁ ଭେଟି ଅଭିଯୋଗ କରିବାରେ ଲାଗିଛନ୍ତି। ତାରାଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା କଂଗ୍ରେସ ସଭାପତି ପଦରୁ ବିଦା କରାଯିବା…

ଷଷ୍ଠରୁ ଅଷ୍ଟମ ପାଇଁ ପ୍ରସ୍ତୁତ ହେବ ଏକକ ପ୍ରଶ୍ନପତ୍ର

ଭୁବନେଶ୍ୱର,୧୭ା୬(ଅନୁରାଧା ମହାରଣା) ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଦଶମ ବୋର୍ଡ ପରୀକ୍ଷା ପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାରେ ଏକକ ପ୍ରଶ୍ନପତ୍ର ରହିବ। ଏଥିସହ ଖାତା ମୂଲ୍ୟାୟନ ଢ଼ାଞ୍ଚା ବି ବଦଳିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri