ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ରାମାଫୋସାଙ୍କ ଉଦ୍ୟମ
କେପ୍ଟାଉନ,୧୮ା୫: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଙ୍ଗଳବାର କହିଛନ୍ତି ଯେ ତାଙ୍କ ରୁଷୀୟ ଓ ୟୁକ୍ରେନୀୟ ପ୍ରତିପକ୍ଷ ଏକ ଆଫ୍ରିକୀୟ ପ୍ରତିନିଧି ଦଳ ସହ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି। ୟୁକ୍ରେନ୍-ରୁଷିଆ ଯୁଦ୍ଧର ପରିସମାପ୍ତି ଦିଗରେ ପ୍ରତିନିଧି ଦଳ…
ଅନାହାରରେ ୮,୭୫,୦୦୦ ଆଫ୍ଗାନ୍ ଶିଶୁ
କାବୁଲ, ୧୮।୫: ତାଲିବାନୀ ଶାସକ କାବୁଲକୁ ବଳପୂର୍ବକ ଦଖଲ କରିବା ପରେ ଆଫଗାନିସ୍ତାନବାସୀ ନାନାଦି ସମସ୍ୟା ଭିତର ଦେଇ ଗତି କରୁଥିବାବେଳେ ଖାଦ୍ୟାଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦେଶରେ ୮,୭୫,୦୦୦ ଶିଶୁ ଅନାହାରରେ ଥିବା ଏନ୍ଜିଓ ହ୍ୟୁମାନ ରାଇଟ୍ସ…
ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷଙ୍କ ପରଲୋକ
ଲଣ୍ଡନ,୧୮।୫: ଲଣ୍ଡନରେ ବୁଧବାର ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜାଙ୍କ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ୪ ଭାଇଙ୍କ ମଧ୍ୟରେ ଶ୍ରୀଚାନ୍ଦ ସବା ବଡ଼ ହୋଇଥିବାବେଳେ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଭାରତରେ ଜନ୍ମିତ…
୨୧ ସୁଦ୍ଧା ଡେଟ୍ ସିଲିଂ ଡିଲ୍
ଓ୍ବାଶିଂଟନ୍,୧୮ା୫: ଆମେରିକାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସିଲିଂ ଡିଲ୍ ଚୂଡ଼ାନ୍ତ ନ ହେଲେ ଦେଶ ଦେବାଳିଆ ଅବସ୍ଥାକୁ ଚାଲିଯିବ। ଫଳରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ଅସମ୍ଭବ…
୨୦୨୩-୨୭ ହେବ ସବୁଠୁ ଉତ୍ତପ୍ତ: ଜାତିସଂଘ
ଜେନେଭା, ୧୮।୫: ଆହୁରି ବଢ଼ିବ ବୈଶ୍ୱିକ ତାପମାତ୍ରା। ସବୁଜ ଗୃହ ଗ୍ୟାସ୍, ଏଲ୍ ନିନୋ ପ୍ରଭାବରେ ଆସନ୍ତା ୫ ବର୍ଷ ସବୁଠୁ ଉତ୍ତପ୍ତ ଅବଧି ହେବ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ଅର୍ଗାନାଇଜେଶନ୍ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ସତର୍କ କରାଯାଇଛି। ୨୦୨୩ରୁ ୨୭…
ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ଚାଇନା
ବେଜିଂ,୧୭ା୫: ଚାଇନାର ଏକ ମାଛଧରା ବୋଟ୍ ଭାରତ ମହାସାଗରରେ ବୁଡ଼ିଯାଇଛି। ସେଥିରେ ଥିବା ୩୯ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଚାଇନା କ୍ରିଉ ମେମ୍ବର, ୧୭ ଇଣ୍ଡୋନେସିଆ ନାଗରିକ ଓ ୫ ଜଣ ଫିଲିପାଇନ୍ସର ଥିଲେ। ନିଖୋଜଙ୍କୁ ଉଦ୍ଧାର କରିବା…
ଇମ୍ରାନଙ୍କୁ ଆଶ୍ୱସ୍ତି, ଗିରଫ ଉପରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୧୭ା୫: ତେହେରିକ୍-ଇ-ଇନ୍ସାଫ୍ ପାର୍ଟି ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଶ୍ୱସ୍ତି ମିଳିଛି। ଇମ୍ରାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ପାକିସ୍ତାନର ଏକ ଅଦାଲତ ତାଙ୍କ ଗିରଫଦାରୀରେ ବୁଧବାର ପ୍ରତିବନ୍ଧକ ଲଗାଇ ଏହାକୁ ମେ’ ୩୧…
ସ୍ବିଡେନରେ ହିନ୍ଦୀ କହିଲେ ଏସ୍. ଜୟଶଙ୍କର, କାରଣ ଥିଲା…
ଷ୍ଟକ୍ହୋମ୍,୧୭ା୫: ଭାରତୀୟ ସଂସ୍କୃତିର ଜଗତୀକରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନ୍ଦୀର ଏକ ଲୋକପ୍ରିୟ ବାକ୍ୟାଂଶ ‘ଆପକେ ମୁହ୍ଁ ମୈ ଘି–ଶକ୍କର’ ବୋଲି କହିଛନ୍ତି। ଯାହାକି ଉପସ୍ଥିତ ଲୋକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଭାରତରେ ଚାଲିଥିବା…
ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ି ୩୯ ନିଖୋଜ
ବେଜିଂ,୧୭ା୫: ଚାଇନାର ଏକ ଡଙ୍ଗା ଭାରତ ମହାସାଗରରେ ମାଛ ଧରିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଏକ ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ି ଯିବାରୁ ଏଥିରେ ଥିବା ୩୯ଜଣ ନିଖୋଜ ଅଛନ୍ତି। ଏହା ମଙ୍ଗଳବାର ଅପରାହ୍ନରେ ଘଟିଥିବା…
ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାର୍ଡ ସମ୍ମିଳନୀ ରଦ୍ଦ
କାନବେରା,୧୭।୫: ଅଷ୍ଟ୍ରେଲିଆରେ ମେ’୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଡ ବୈଠକକୁ ରଦ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ବୈଠକରେ ଯୋଗ ଦେଇପାରିବେନି ବୋଲି ଏଭଳି ନିଷ୍ପତ୍ତି ନିଆଯାିଥିବା…
ଗୋଷ୍ଠୀ ସଂଘର୍ଷ: ୩୦ ମୃତ, ଅନେକ ଆହତ
ଆବୁଜା,୧୭।୫: କେନ୍ଦ୍ରୀୟ ନାଇଜେରିଆରେ ମଙ୍ଗଳବାର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନାଇଜେରିଆରେ ଅଧିକାଂଶ ମୁସଲମାନ ଉତ୍ତର ଅଞ୍ଚଳରେ ରହୁଥିବାବେଳେ ଖ୍ରୀଷ୍ଟିଆନମାନେ ଦକ୍ଷିଣରେ ରୁହନ୍ତି। ବିଭାଜନକୁ…
ବାଇଡେନଙ୍କ ଅଷ୍ଟ୍ରେଲିଆ ଗସ୍ତ ବାତିଲ, କେବଳ ଜି-୭ ଶିଖର ସମ୍ମିଳନୀରେ ହେବେ ସାମିଲ
ଓ୍ବାଶିଂଟନ,୧୭।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲିଆ ଏବଂ ପପୁଆ ନ୍ୟୁ ଗିନି ଗସ୍ତକୁ ବାତିଲ କରିଦେଇଛନ୍ତି। ତେବେ ବାଇଡେନ ଏହି ସପ୍ତାହରେ ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡିଛି। ପୂର୍ବରୁ ଏକ ଖବର ଥିଲା…
Archives


