ଚାଇନା କମ୍ପାନୀର ୮୧ ଶହ କୋଟିର ନିବେଶକୁ ମନା କଲେ ଭାରତ ସରକାର…

ନୂଆଦିଲ୍ଲୀ/ବେଜିଂ,୨୩।୭ : ଭାରତରେ କାରବାର ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ଚାଇନା ଇଲେକ୍ଟ୍ରିକ କାର୍‌ କମ୍ପାନୀ ବିଓ୍ବାଇଡି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରକୃତରେ, ଏହି ଚାଇନିଜ କମ୍ପାନୀ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ସହଯୋଗରେ ଏକ ଇଲେକ୍ଟ୍ରିକ କାର୍‌ (ଇଭି) ଉତ୍ପାଦନ କାରଖାନା ଖୋଲିବାକୁ ଚାହୁଁଥିଲା। ତେବେ ଭାରତ ସରକାର ୧ ବିଲିୟନ ଡଲାର (ପ୍ରାୟ ୮୧ ବିଲିୟନ ଟଙ୍କା ଅବା ୮୧ ଶହ କୋଟି ) ବିନିଯୋଗ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାରଣ ଚାଇନ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ସରକାର ଚିନ୍ତା କରୁଛନ୍ତି।

ଖବର ଅନୁଯାୟୀ, ଉଭୟ ଭାରତୀୟ ଏବଂ ଚାଇନା କମ୍ପାନୀ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ରେ ଆବେଦନ କରିଥିଲେ। ଏହି ଆବେଦନରେ ହାଇଦ୍ରାବାଦରେ ଏକ ଇଲେକ୍ଟ୍ରିକ ଯାନ କାରଖାନା ଖୋଲିବାକୁ କମ୍ପାନୀ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଚାଇନାର କମ୍ପାନୀ ବିଓ୍ବାଇଡି ଭାରତରେ ୧ ବିଲିୟନ ଡଲାର ବିନିଯୋଗ କରିବାକୁ ଚାହୁଁଥିଲା। ଉଭୟ କମ୍ପାନୀର ଆବେଦନ ଉପରେ, ଡିପିଆଇଆଇଟି ଅନ୍ୟ ବିଭାଗରୁ ସେମାନଙ୍କ ମତାମତ ଲୋଡିଥିଲା। ଗଣମାଧ୍ୟମ ରିପୋର୍ଟରେ ଜଣେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାରତରେ ଚାଇନାର କମ୍ପାନୀର ପୁଞ୍ଜି ବିନିଯୋଗ ସମ୍ପର୍କରେ ସୁରକ୍ଷା କାରଣ ଉପରେ ଆଲୋଚନା କରାଯାଇଥିଲା। ଅଧିକାରୀମାନେ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥି ସହିତ ଅନ୍ୟ ଜଣେ ଅଧିକାରୀ କହିଥିଲେ ବିଦେଶୀ ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ ନିୟମ ଏହିପରି ଅନୁମତି ଦିଏ ନାହିଁ।

ଚାଇନାର ବୈଦ୍ୟୁତିକ ଯାନ କମ୍ପାନୀ ଡିପିଆଇଆଇଟି ଏବଂ ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ମିଳିତ ଭାବରେ ବାର୍ଷିକ ୧୦ ହଜାରରୁ ୧୫ ହଜାର ବୈଦ୍ୟୁତିକ କାର ଉତ୍ପାଦନ କରିବାକୁ ଯୋଜନା କରିଥିଲେ। ଏଥିରେ ମୁଖ୍ୟ ନିବେଶକ ଥିଲେ ମେଗା ଇଞ୍ଜିନିୟରିଂ। ଏଥି ସହିତ, ବିଓ୍ବାଇଡି ଏହାର ଟେକ୍ନୋଲୋଜି ସହିତ ଭାରତୀୟ କାର ବଜାରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?