ଫ୍ରାନ୍ସରେ ପେନସନ ସଂଶୋଧନକୁ ବିରୋଧ, ବସ-ରେଳ ଚଳାଚଳ ଠପ୍…
ପ୍ୟାରିସ,୨୮।୩ : ଫ୍ରାନ୍ସରେ କର୍ମଚାରୀମାନେ ପେନସନ ସଂଶୋଧନକୁ ବିରୋଧ କରି ଧର୍ମଘଟ କରିଛନ୍ତି। ମଙ୍ଗଳବାର ଦିନ ପ୍ୟାରିସ ଷ୍ଟେଶନକୁ ଯାଉଥିବା ଟ୍ରେନ ଲାଇନ ଏବଂ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ବସ ଏବଂ ରେଳ ଚଳାଚଳ ଠପ୍ ହୋଇଯାଇଥିଲା। ପତାକା ଓ…
କାନାଡ଼ାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ପୁଣି ଭଙ୍ଗାରୁଜା: ନିନ୍ଦା କଲା ଭାରତୀୟ ଦୂତାବାସ…
ଟରଣ୍ଟୋ,୨୮।୩ : ମହାତ୍ମା ଗାନ୍ଧୀଙ୍କ ଆଉ ଏକ ପ୍ରତିମୂର୍ତ୍ତି କାନାଡାର ବର୍ନାବିସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରାଯାଇଥିଲା। ଭାନକୋଭରରେ ଥିବା ଭାରତୀୟ ଦୂତାବାସ ମଙ୍ଗଳବାର ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ପ୍ରତିମୂର୍ତ୍ତିକୁ ସାଇମନ ଫ୍ରେଜର ବିଶ୍ୱବିଦ୍ୟାଳୟର ବର୍ନାବି…
ଜାପାନରେ ୬.୧ ତୀବ୍ରତାର ଭୂକମ୍ପ
ଟୋକିଓ, ୨୮।୩: ଉତ୍ତର-ପୂର୍ବ ଏସୀୟ ଦେଶ ଜାପାନର ହୋକ୍କାଇଡୋ ଦ୍ୱୀପରେ ମଙ୍ଗଳବାର ଅପରାହ୍ନ ୧୪.୪୮ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏହି…
କୁଆଡେ ଗଲା ୬୫୩ ରାଉଣ୍ଡ ଗୁଳି ? ସହରରେ ଲକଡାଉନ ଲଗାଇଲେ କିମ୍, ୨ ଲକ୍ଷରୁ ଅଧିକ ଲୋକ ଗୃହବନ୍ଦୀ…
ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏକ ସହରରେ ଲକଡାଉନ ଘୋଷଣା କରିଛନ୍ତି। କାରଣ ଏହି ସହରର ଜଣେ ସୈନିକଙ୍କ ନିକଟରୁ ୬୫୩ ରାଉଣ୍ଡ ବନ୍ଧୁକ ଗୁଳି ହଜି…
ଦୀକ୍ଷାନ୍ତ ସମାରୋହରେ ଜେଲେନେସ୍କିଙ୍କ ଭଳି ପୋଷାକ ପିନ୍ଧି ପହଞ୍ଚିଲେ ଛାତ୍ର…
ଟୋକିଓ,୨୮।୩ : ଜାପାନର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଷ୍ଟାଇଲରେ ସ୍ନାତକ ଦୀକ୍ଷାନ୍ତ ସମାରୋହରେ ପହଞ୍ଚିଛନ୍ତି। ପୋଷାକଠାରୁ ଆରମ୍ଭ କରି ଦାଢ଼ି ପର୍ଯ୍ୟନ୍ତ, ତାଙ୍କର ସମସ୍ତ ବେଶଭୁଷା ଜେଲେନସ୍କି ଭଳି ସମାନ ଥିଲା। ଖବର ଅନୁଯାୟୀ,…
ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବଢ଼ାଇବେ କିମ୍…
ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଉଛି। ଅଧିକାରୀମାନେ ବିଶ୍ୱାସ…
ଚାକିରି ଛାଡ଼ିଥିବା ଏଚ-୧-ବି ଭିଜା କର୍ମଚାରୀଙ୍କୁ ଛାଡ଼ିବାକୁ ପଡ଼ିବନି ଆମେରିକା…
ଓ୍ବାଶିଂଟନ,୨୮।୩ : ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ( ୟୁଏସସିଆଇଏସ) କହିଛି ଯେ ଏଚ-୧-ବି ଭିଜା ଥିବା କର୍ମଚାରୀଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡିବ ବୋଲି ବିଶ୍ୱାସ କରିବା ଭୁଲ ଅଟେ। ଏହି ମନ୍ତବ୍ୟ ଆମେରିକାର ବୈଷୟିକ କ୍ଷେତ୍ରରେ…
ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା
ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ ଅଦାଲତରେ…
ନେପାଳରେ ବି ୱାଣ୍ଟେଡ ଘୋଷିତ ହେଲେ ଅମୃତପାଲ ସିଂ
କାଠମାଣ୍ଡୁ,୨୮ ।୩: ନେପାଳ ସରକାର ପଳାତକ ଅମୃତପାଲ ସିଂଙ୍କୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି । ଏହାପରେ ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ…
ନ୍ୟୁୟର୍କରେ ଭାରତ ବିରୋଧୀ ସ୍ଲୋଗାନ
ନ୍ୟୁୟର୍କ,୨୮ା୩ : ଖଲିସ୍ତାନୀ ନେତା ଅମ୍ରିତ୍ପାଲ ସିଂଙ୍କ ସମର୍ଥନରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସେମାନେ ରିଚ୍ମଣ୍ଡ ହିଲ୍ରେ ଥିବା ବାବା ମାଖନ ଶାହା ଲୁବାନା ଶିଖ୍ ସେଣ୍ଟରରୁ କାର…
ଜର୍ମାନୀରେ ଶ୍ରମିକ ଧର୍ମଘଟ, ରେଲୱେ ବିମାନ ସେବା ଠପ
ବର୍ଲିନ,୨୮ ।୩: ଜର୍ମାନୀରେ ସୋମବାର କର୍ମଚାରୀମାନେ ସାମୁହିକ ଧର୍ମଘଟ କରିବାରୁ ଟ୍ରେନ, ବିମାନ ଓ ସାର୍ବଜନିକ ପରିବହନ ବ୍ୟବସ୍ଥା ଠପ ହୋଇଯାଇଛି । ସୂଚନାଯୋଗ୍ୟ, ମୁଦ୍ରାସ୍ଫିତିର ଦର ବଢିବାରୁ ଏହାର ପ୍ରଭାବ ବେତନ ଓ ମହଙ୍ଗା ମାଡ ଉପରେ ପଡୁଛି ।…
ମଙ୍ଗୋଲୀୟ ବାଳକଙ୍କୁ ତୃତୀୟ ଧର୍ମଗୁରୁ ମାନ୍ୟତା
ତିବ୍ବତ:୨୮।୩: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା(୮୭) ଜଣେ ୮ ବର୍ଷୀୟ ବାଳକଙ୍କୁ ଜଣେ ଆଧ୍ୟାତ୍ମିକ ନେତାଙ୍କ ଅବତାର ମାନ୍ୟତା ପ୍ରଦାନ କରିଛନ୍ତି। ଆମେରିକାରେ ଜନ୍ମିତ ମଙ୍ଗୋଲୀୟ ବାଳକଙ୍କୁ ତୃତୀୟ ଗୁରୁତ୍ୱପୂର୍ଣ୍ଣ ତିବ୍ବତୀୟ ନେତା (୧୦ମ ଖାଲଖା ଜେଟ୍ସନ୍ ଧମ୍ପ ରିନ୍ପୋଚେ) ଭାବେ…
Archives


