ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି ଇମ୍ରାନ୍, ପିଟିଆଇ ମୁଖ୍ୟ ଓକିଲଙ୍କ ଦାବି
ଇସଲାମାବାଦ,୮।୮: ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଓକିଲ ନାଇମ ହାଇଦର ପଞ୍ଜୋଥା ଦାବି କରିଛନ୍ତି ଯେ, ଇମ୍ରାନ୍ଙ୍କୁ ଜେଲରେ ସି-ଗ୍ରେଡ ସୁବିଧା ଦିଆଯାଇଛି ଏବଂ ତାଙ୍କୁ ଅତ୍ୟନ୍ତ ଖରାପ ଅବସ୍ଥାରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ ପଞ୍ଜୋଥା…
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷିଆ: ୮ ମୃତ, ୩୧ ଆହତ
ମସ୍କୋ,୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଦେଉନାହିଁ। ଉଭୟ ପାର୍ଶ୍ୱରୁ ଭୟଙ୍କର ଆକ୍ରମଣ ହୋଇଛି। ନିକଟରେ ରୁଷିଆର ରାଜଧାନୀ ମସ୍କୋ ଆଖପାଖ ଅଞ୍ଚଳକୁ ୟୁକ୍ରେନ ଟାର୍ଗେଟ କରିଛି, ଯେଉଁ କାରଣରୁ ରୁଷିଆ କ୍ରୋଧିତ ହୋଇଛି। ଏଭଳି…
ଭାରତର ଆଉ ଏକ କଫ ସିରପକୁ ନେଇ ଆଲର୍ଟ ଜାରି କଲା ଡବ୍ଲୁଏଚଓ
ଜେନେଭା,୮।୮: ଭାରତରେ ପ୍ରସ୍ତୁତ ହେଉଥିବା ନକଲି ଔଷଧ ଓ କଫ ସିରପକୁ ନେଇ କିଛିଦିନ ହେବା ଲଗାତାର ପ୍ରଶ୍ନ ଉଠିଛି। ଏହି ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଏବ୍ଲୁଏଚଓ) ଅନ୍ୟ ଏକ ଭାରତୀୟ କଫ ସିରପ ସମ୍ପର୍କରେ ସତର୍କ ସୂଚନା ଜାରି…
ୟୁକ୍ରେନକୁ ସହଯୋଗର ହାତ ବଢାଇଲା ଆମରିକା,୨୦୦ ମିଲିୟନ ଡଲାର ସେନା ସହାୟତା ଦେବାକୁ ଘୋଷଣା
ଓ୍ବାଶିଂଟନ,୮।୮: ଆମେରିକା ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି କି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ମଙ୍ଗଳବାର ଖୁବଶୀଘ୍ର ୟୁକ୍ରେନ ପାଇଁ ୨୦୦ ମିଲିୟନ ଡଲାରର ନୂଆ ସେନା ସହାୟତା ଘୋଷଣା କରିବ। ଦୁଇ ଆମେରିକୀୟ ଅଧିକାରୀ ସୋମବାର ଏହି ସୂଚନା…
ସ୍ବାଧିନତା ଦିବସରେ ଲାଲ କିଲାରେ ମୋଦିଙ୍କ ହୁଙ୍କାର ଶୁଣିବେ ଆମେରିକା ସାଂସଦ
ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ବାଧିନତା ଦିବସରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ବାଧୀନତା ଦିବସ ଅବସରରେ ଆମେରିକୀୟଙ୍କ ଏକ ଦ୍ୱିଦଳ ଗ୍ରୁପ ଭାରତ ଗସ୍ତ କରୁଛନ୍ତି। ଦ୍ୱିଦଳୀୟ ସଂସଦୀୟ…
ମୂଳ ଭାରତୀୟ ଆମେରିକୀୟ ବାସିନ୍ଦା ଯୁବତୀ ଓଡ଼ିଶା ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏକାଠି କଲେ ୧୦,୦୦୦ ଡଲାର, ପିଏମ କେୟାର୍ସ ଫଣ୍ଡକୁ ଯିବ ଅର୍ଥ
ନ୍ୟୁୟର୍କ,୮।୮: ଆମେରିକାରେ ରହୁଥିବା ମୂଳ ଭାରତୀୟ ବାସିନ୍ଦା ତନିଷ୍କା ଧାରିଓ୍ବାଲ ଓଡ଼ିଶାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ୧୦,୦୦୦ଡଲାର ଧନରାଶି ଏକାଠି କରିଛନ୍ତି। ଏହି ଅର୍ଥ ପିଏମ କେୟାର୍ସ ଫଣ୍ଡକୁ ଯିବ। ତନିଷ୍କା ସମସ୍ତ…
ଭାରତର ସ୍ବାଧୀନତା ଦିବସକୁ ଆମେରିକାରେ ବି ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯିବ
ଓ୍ବାଶିଂଟନ,୮।୮: ଭାରତର ସ୍ବାଧୀନତା ଦିବସ ଖୁବ ଶୀଘ୍ର ଆମେରିକାରେ ଏକ ଜାତୀୟ ଦିବସ ଭାବେ ପାଳନ କରାଯାଇପାରେ। ସାଂସଦ ଶ୍ରୀ ଥାନେଦରଙ୍କ ନେତୃତ୍ୱରେ ଏକ ଭାରତୀୟ-ଆମେରିକୀୟ ସାଂସଦ ଆମେରିକାର ସଂସଦର ନିମ୍ନ ଗୃହରେ ଲୋକ ସଭାରେ ଭାରତର ସ୍ବାଧୀନତା ଦିବସକୁ ବିଶ୍ୱର…
ପିଏମ୍ଏଲ୍-ଏନ୍ ଜିତିଲେ ନଓ୍ବାଜ ଶରିଫ ପ୍ରଧାନମନ୍ତ୍ରୀ ହେବେ
ଲାହୋର,୮ା୮: ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନରେ ଯଦି ଶାସକ ପିଏମ୍ଏଲ୍-ଏନ୍ କ୍ଷମତାକୁ ଫେରେ ତେବେ ନଓ୍ବାଜ ଶରିଫ୍ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ତାଙ୍କ ଭାଇ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ କହିଛନ୍ତି। ଲାହୋରଠାରୁ ୫୦…
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ୍ ଖାନଙ୍କ ଦଳ
ଇସଲାମାବାଦ, ୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମୁକ୍ତି ପାଇଁ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ସୋମବାର ଏକ ଆଇନଗତ ଲଢେଇ ଆରମ୍ଭ କରିଛି। ତୋଶାଖାନା ମାମଲାର ଦଳ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ପୁନର୍ବିଚାର ପାଇଁ ଦାବି କରିଛି। ଇମ୍ରାନ୍…
କମ୍ବୋଡିଆର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ହୁନ ମାନେଟ
ଫନୋମ ପେନ (କମ୍ବୋଡିଆ),୭।୮: କମ୍ବୋଡିଆର ରାଜା ନୋରୋଡମ ସିହମୋଣି ଦେଶର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ପୁଅ ହୁନ ମାନେଟଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଗତ ମାସରେ ଅନୁଷ୍ଠିତ ନିର୍ବାଚନରେ ହୁନ ସେନଙ୍କ ଦଳ ବିଜୟ…
ବାୟୁସେନାର ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ୨ ସେନା କର୍ମଚାରୀଙ୍କ ମୃତ୍ୟୁ
କଲମ୍ବୋ,୭।୮: ଶ୍ରୀଲଙ୍କା ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଏବଂ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କା ବାୟୁସେନା କମାଣ୍ଡର ଏୟାର ମାର୍ଶଲ ଉର୍ଡନୀ ରାଜପକ୍ଷ କହିଛନ୍ତି ଯେ, ପାଇଲଟମାନଙ୍କୁ…
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ପଡୁଛି ଶିଶୁଙ୍କ ଉପରେ
ଓ୍ବାଶିଂଟନ,୭।୮: ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢିବା ସହିତ ଦକ୍ଷିଣ ଏସିଆର ପ୍ରାୟ ୪୬୦ନିୟୁତ ଶିଶୁ ବିପଜ୍ଜନକ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଭଳି ଦେଶ ଅନ୍ତର୍ଭୁକ୍ତ।…
Archives


