ଇମ୍ରାନ ଖାନଙ୍କ ଅଡୁଆ ବଢିଲା

ଇସଲାମାବାଦ୍‌,୧୩।୯: ପାକିସ୍ତାନର ଏକ ସ୍ବତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ ମାମଲାରେ ବୁଧବାର ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତଙ୍କ ଏହି ଆଦେଶ ଦ୍ୱାରା ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶା ମଉଳିଛି। ସୁରକ୍ଷା କାରଣରୁ ଜେଲରେ ଗୁପ୍ତ ଡକ୍ୟୁମେଣ୍ଟ ଲିକ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜଜ ଅବଦୁଲ ହସନତ ଜୁଲକର୍ନାଇନ ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁପ୍ତ ଡକ୍ୟୁମେଣ୍ଟ ଲିକ ମାମଲାରେ ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେଶି ମଧ୍ୟ ଜେଲରେ ଅଛନ୍ତି। ତାଙ୍କର ନ୍ୟାୟିକ ହେପାଜତ ମଧ୍ୟ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଦ୍ୱାରା ଏହି ସୂଚନା ଦିଆଯାଇଛି।
ତୋଶଖାନା ମାମଲାରେ ଗିରଫ ହୋଇ ଇମ୍ରାନ ଖାନ ପଞ୍ଜାବର ଅଟକ ଜେଲରେ ଅଗଷ୍ଟ ୫ରୁ ରହିଛନ୍ତି। ଅଗଷ୍ଟ ୨୯ରେ ଇସଲାମାବାଦ ହାଇକୋର୍ଟର ଦୁଇ ଜଣିଆ ବେଞ୍ଚ ଇମ୍ରାନ ଖାନଙ୍କ ଦଣ୍ଡକୁ ସ୍ଥଗିତ ରଖି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶ ସତ୍ତ୍ୱେ ଇମ୍ରାନ ଖାନଙ୍କୁ ମୁକ୍ତ କରାଯାଇପାରିବ ନାହିଁ କାରଣ ଗୋପନୀୟ ତଥ୍ୟ ଲିକ ମାମଲାରେ ଇମ୍ରାନ ଖାନଙ୍କୁ ଜେଲରେ ରଖିବାକୁ ଏବଂ ଅଗଷ୍ଟ ୩୦ରେ ଶୁଣାଣି ସମୟରେ ତାଙ୍କୁ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ନେଇ ତେଜିଲା ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ….କାହାକୁ କହିଲେ ଏମିତି

ନୂଆଦିଲ୍ଲୀ, ୧୧।୮: ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। ସଂସଦ ମାର୍ଚ୍ଚ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜକୁ ନେଇ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ କେନ୍ଦ୍ର…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବଡ଼ ଦୁର୍ଘଟଣାରୁ….

କୋଲକାତା,୧୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପୂର୍ବ ମେଦିନୀପୁରର କୋଲାଘାଟରେ ଜରୁରୀ ଅବତରଣ କରୁଛି । ସେ ଖୁଦିରାମ ବୋଷଙ୍କ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri