ଆମେରିକାର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ମିଳିଲା ୨୩ହଜାର ପୁରୁଣା ମଣିଷ ପାଦଚିହ୍ନ
ଓ୍ବାଶିଂଟନ୍,୭।୧୦: ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ୨୩ହଜାର ପୁରୁଣା ମଣିଷ ପାଦ ଚିହ୍ନ ମିଳିଛି। ଏକ ଅଧ୍ୟୟନରେ କୁହାଯାଇଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ପୁରାତନ ମଣିଷର ଅଂଶବିଶେଷ ମଧ୍ୟରୁ ଏହା ଅନ୍ୟତମ। ଏହି ପାଦଚିହ୍ନଗୁଡିକ...
ପାକିସ୍ତାନରେ ପୋଲିଓର ୯୦ ପ୍ରତିଶତ ମାମଲା ଆଫଗାନିସ୍ତାନରୁ ଆସୁଛି: ନଦୀମ ଜାନ
ଇସଲାମାବାଦ,୭।୧୦: ପାକିସ୍ତାନର ମଧ୍ୟବର୍ତ୍ତୀ କାଳିନ ସ୍ବାସ୍ଥ୍ୟମନ୍ତ୍ରୀ ନଦୀମ ଜାନ କହିଛନ୍ତି କି ପାକିସ୍ତାନରେ ପୋଲିଓର ୯୦ ପ୍ରତିଶତ ମାମଲା ଆଫଗାନିସ୍ତାନରୁ ଆସୁଛି। ଡନର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଡନ ହେଉଛି ପାକିସ୍ତାନର ଏକ ଇଂରାଜି ଖବର...
ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସାକ୍ଷାତ କରିପାରନ୍ତି ଜୋ ବାଇଡେନ
ଓ୍ବାଶିଂଟନ୍,୭।୧୦: ସାନ ଫ୍ରାନ୍ସିସ୍କୋରେ ହେବାକୁ ଥିବା ଏସିଆ ପାସିଫିକ ଇକୋନୋମିକ କର୍ପୋରେଶନ (ଏପିଇସି) ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଯୋଗଦେବେ। ନଭେମ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗକୁ ସାକ୍ଷାତ କରିପାରନ୍ତି।...
କାନାଡାର ଯାଞ୍ଚକୁ ଭାରତ ସମର୍ଥନ କରିବା ଉଚିତ୍: ଆମେରିକା
ଓ୍ବାଶିଂଟନ,୭।୧୦: ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଜାରି ରହିଛି। ଏପରିକି ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଏଥି ସହିତ...
କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ
ଓଟାଓ୍ବା,୭।୧୦: କାନାଡାର ବ୍ରିଟିଶ କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିଲିୱାକ ସହରରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପାଇଲଟଙ୍କ ସମେତ ବିମାନରେ ଥିବା ସମସ୍ତ ତିନିଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଇଞ୍ଜିନର...
ଏକ୍ସର ପୋଷ୍ଟରେ ଲୁଚାଇ ହେବ ଲାଇକ, ରିପ୍ଲାଇ, ରିଟୁଇଟ
ନ୍ୟୁୟର୍କ,୭।୧୦: ଗତ ବର୍ଷ ଅକ୍ଟୋବରରେ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟୁଇଟର) ର କମାଣ୍ଡ ନେଇଥିଲେ, ଯାହା ପରେ ଏହି ପ୍ଲାଟଫର୍ମରେ କ୍ରମାଗତ ଭାବରେ ଅନେକ ପରିବର୍ତ୍ତନ କରାଯାଇଥିଲା। ପ୍ରଥମେ ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସକୁ...
ପ୍ରତିଶୋଧ ନେତା ନେଲା ଆମେରିକା, ୨ ରୁଷିଆ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ
ଓ୍ବାଶିଂଟନ,୭।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଉଛି। ୱାଶିଂଟନ ବର୍ତ୍ତମାନ ଦୁଇ ରୁଷିଆର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହାପୂର୍ବରୁ ମସ୍କୋ ଦୁଇ ଜଣ ଆମେରିକୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ...
ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ବିମାନ ଦୁର୍ଘଟଣା, ୩ ଶିଶୁ ସମେତ ପାଇଲଟ ମୃତ
ସିଡନୀ,୭।୧୦: ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଏକ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୁରୁଷ ପାଇଲଟ ଏବଂ ତିନି ଜଣ ଶିଶୁଙ୍କ ମତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଏହି ସୂଚନା ଦେଇଛି। ସାଇରସ...
ମର୍ମନ୍ତୁଦ ଦୁର୍ଘଟଣା: ୧୮ ମୃତ, ୨୯ ଆହତ
ମେକ୍ସିକୋ ସିଟି,୭।୧୦: ମେକ୍ସିକୋରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭେନେଜୁଏଲା ଏବଂ ହୈତିର ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଏବଂ ତିନି ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ...
ଭାରତୀୟ ବଂଶୋଦ୍ଭବ ଦମ୍ପତି, ୨ ପିଲାଙ୍କ ସନ୍ଦେହଜନକ ମୃତ୍ୟୁ
ନ୍ୟୁୟର୍କ,୬ା୧୦: ଆମେରିକାର ନ୍ୟୁଜର୍ସିିସ୍ଥିତ ଘରୁ ଭାରତୀୟ ବଂଶୋଦ୍ଭବ ଦମ୍ପତି ଓ ସେମାନଙ୍କ ଦୁଇ ପିଲାଙ୍କ ମୃତଦେହ ମିଳିଛି। ହତ୍ୟା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ବୁଧବାର ଅପରାହ୍ନ ୪ଟା ୩୦ରେ ତେଜପ୍ରତାପ ସିଂ (୪୩) ଓ ସୋନାଲ...
କରୋନା ଆତଙ୍କ: ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୨ହଜାରରୁ ଅଧିକ ଲୋକ
ସିଙ୍ଗାପୁର,୬।୧୦: କରୋନାର କରାଳ ରୂପ ଏପର୍ଯ୍ୟନ୍ତ ଥମି ନାହିଁ। କରୋନା ପୁଣି ଥରେ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଛ। ପ୍ରତିଦିନ ଏଠାରେ ୨୦୦୦ମାମଲା ସାମ୍ନାକୁ ଆସୁଛି। ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ ଶୁକ୍ରବାର ଚେତାବନୀ ଦେଇଛନ୍ତି, ଦେଶ କୋଭିଡ-୧୯ର...
ଅକ୍ଟୋବର ୨୧ରେ ପାକିସ୍ତାନ ଫେରିବେ ନଓ୍ବାଜ
ଇସଲାମାବାଦ,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦଳ ଅନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅକ୍ଟୋବର ୨୧ରେ ଲଣ୍ଡନରେ ଆତ୍ମନିର୍ବାସନରୁ ତାଙ୍କ ଯୋଜନାବଦ୍ଧ ପ୍ରତ୍ୟାବର୍ତ୍ତନକୁ ବିଳମ୍ବ କରିପାରନ୍ତି। ଜାନୁୟାରୀରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନରେ ପାକିସ୍ତାନୀ ମୁସଲିମ...
Archives


