ଅନ୍ତର୍ଜାତୀୟ

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି। ଆମେରିକା କହିଛି ଯେ ରୁଷିଆ ୟୁକ୍ରେନ ସେନା…

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ ସେମାନଙ୍କର ଆକ୍ରୋଶ ଜାହିର କରୁଛନ୍ତି। ଅଟା ଏବଂ ରୁଟି ଏତେ ମହଙ୍ଗା ଯେ ସାଧାରଣ…

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ହାମିଲଟନ ହଲ୍‌ରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଜବରଦସ୍ତ ପଶି ପାଲେଷ୍ଟାଇନ୍‌ ସମର୍ଥିତ ବ୍ୟାନର…

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମିଳିଥିବା ସୂଚନା ଅନୁଯାୟୀ ଅନ୍ତର୍ଜାତୀୟ ଅପରାଧିକ…

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି, ଭାରତ ଆଜି ଏକ ମହାଶକ୍ତି ହେବାକୁ ଯାଉଛି, ଆମେ ଭିକ ମାଗୁଛୁ ଏବଂ ଦେବାଳିଆ…

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି ନାହିଁ। ଗାଲୱେ ଡ୍ରାଇଭରେ ଥିବା ଏକ ବାସଭବନରେ ଏହି ଘଟଣା ଘଟିଛି। ଅଧିକାରୀଙ୍କ କହିବାନୁସାରେ,…

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସମ୍ବୋଧନ କରୁଥିବା ସମୟରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ କେତେ…

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି। ଟିକା ଚର୍ମ କର୍କଟ ବିପଦ ଆଶଙ୍କା ୪୯ ପ୍ରତିଶତ ହ୍ରାସ କରୁଥିବା…

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର ରିପୋର୍ଟ କରିଥିଲା। ଏହି ଆଫ୍ରିକୀୟ ଦେଶରେ ବନ୍ୟା ପରିସ୍ଥିତି ସାଧାରଣ ଜନ ଜୀବନକୁ ବାଧା…

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼ ହେବ। କେବଳ ଏତିକି ନୁହେଁ ଏଥିରେ ପାଞ୍ଚଟି ରନୱେର…

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି। ଡାଉନଡିଟେକ୍ଟର ମଧ୍ୟ ଏକ୍ସର ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ସୋମବାର ଅର୍ଥାତ୍‌…

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି। ଇସ୍ରାଏଲ ଏବଂ ହମାସ ଉପରେ ଏକ ଚୁକ୍ତି ହେବା ପାଇଁ ଚାପ ବଢ଼ୁଛି। ଯାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri