ବିୟୁଟି କୁଇନଙ୍କୁ ଆରିରେ କାଟି, ବ୍ଲେଣ୍ଡରରେ ପେଶି ସ୍ବାମୀ ବନାଇଲେ ‘ପ୍ୟୁରି’

ଡି ଜୁରେ,୧୩।୯: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକସିମୋଭିକଙ୍କ ହତ୍ୟାକାଣ୍ଡ ୁପରୁ ପରଦା ଉଠିଛି। ଯିଏ ଏହି ଭୟଙ୍କର ଘଟଣା ଶୁଣିଛି କିମ୍ବା ପଢିଛି ସେ ଭୟଭୀତ ହୋଇପଡିଛି । ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟଙ୍କୁ ତାଙ୍କ ସ୍ବାମୀ ହିଁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ତାଙ୍କ ଶରୀରକୁ ଏକ ବ୍ଲେଣ୍ଡରରେ ପକାଇ ପେସି ଦେଇଥିଲେ। ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକ୍ସିମୋଭିକଙ୍କ ଙ୍କ ମୃତ ଶରୀରକୁ ତାଙ୍କ ସ୍ବାମୀ ଆରି ଏବଂ କଇଞ୍ଚି ସାହାଯ୍ୟରେ କାଟି ଶରୀରକୁ ଲୁଚାଇବା ପାଇଁ ଏହାକୁ ବ୍ଲେଣ୍ଡ କରି ଏକ ଦ୍ରବଣ ତିଆରି କରିଥିଲେ। ପରେ ଏହି ଦ୍ରବଣରେ ଏସିଡ ମିଶ୍ରଣ କରିଥିଲେ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, କ୍ରୀଷ୍ଟିନା ଜୋକସିମୋଭକଙ୍କ ଶରୀରକୁ ତାଙ୍କ ଲଣ୍ଡ୍ରି ରୁମରେ ଏକ ଆରି, ଛୁରୀ ଏବଂ ବଗିଚା କଟାଯାଉଥିବା କଇଁଚି ବ୍ୟବହାର କରାଯାଇ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା। ତାଙ୍କ ମୃତଦେହକୁ ହ୍ୟାଣ୍ଡ ବ୍ଲେଣ୍ଡର ସାହାଯ୍ୟରେ କାଟି ଦିଆଯାଇଥିଲା ବୋଲି ସ୍ଥାନୀୟ ଆଉଟଲେଟ ବ୍ଲିକ ରିପୋର୍ଟ କରିଛି। ପରେ ଏହା ରାସାୟନିକ ଦ୍ରବଣରେ ଦ୍ରବୀଭୂତ କରାଯାଇଥିଲା। ୩୮ ବର୍ଷୀୟ କ୍ୟାଟୱାକ କୋଚ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ଘରେ ମୃତ ଅବସ୍‌ଥାରେ ମିଳିଥିଲେ। ତାଙ୍କ ସ୍ବାମୀ ଥୋମାସ ଏହି ହତ୍ୟାକୁ ସ୍ବୀକାର କରି ଆତ୍ମରକ୍ଷା ଦାବି କରି କହିଥିଲେ ଯେ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋଜାନରେ ଫେଡେରାଲ କୋର୍ଟ ଦ୍ୱାରା ଥୋମାସଙ୍କ ମୁକ୍ତି ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ଥୋମାସ ଦାବି କରିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ଆତ୍ମରକ୍ଷା ପାଇଁ ହତ୍ୟା କରିଥିଲେ କାରଣ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ହତ୍ୟାକାଣ୍ଡ ପରେ ସେ ନର୍ଭସ ହୋଇଯାଇଥିଲେ, ତେଣୁ ସେ ତାଙ୍କ ପତ୍ନୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ। ତେବେ, ସ୍ବିସ ଆଉଟଲେଟ FM1 ଟୁଡେ ଅନୁଯାୟୀ ଏକ ମେଡିକାଲ-ଫରେନସିକ ରିପୋର୍ଟ ‘ଆତ୍ମରକ୍ଷାର ବିବରଣୀକୁ ଖଣ୍ଡନ କରୁଛି।’
ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ମଡେଲଙ୍କ ଶରୀରକୁ କିପରି ଖଣ୍ଡ ଖଣ୍ଡ କରାଯାଇଛି। ସ୍ବାମୀ ମୃତଦେହକୁ ଗାଧୋଇବା କୋଠରୀକୁ ନେଇଗଲେ, ଯେଉଁଠାରେ ସେ ଏକ କରତ, ଛୁରୀ ଏବଂ ବଗିଚା କାଟିବା କଇଁଚି ସହିତ ଏହି ଘୃଣ୍ୟ କାର୍ଯ୍ୟ କରିଥିଲେ।
ସ୍ଥାନୀୟ ଆଉଟଲେଟ ବ୍ଲିକର ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ ପରେ ଶରୀରକୁ ଏକ ହ୍ୟାଣ୍ଡ ବ୍ଲେଣ୍ଡରରେ ରଖି ଶରୀରର ଅଙ୍ଗଗୁଡ଼ିକୁ ‘ପ୍ୟୁରି’ କରି ରାସାୟନିକ ଦ୍ରବଣରେ ଦ୍ରବିଭୂତ କରିଥିଲେ। ଅନୁସନ୍ଧାନକାରୀ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ଏବଂ ମୃତ୍ୟୁକୁ ଲୁଚାଇବାକୁ ଚେଷ୍ଟା କରିବା ପରେ ସ୍ବାମୀ ଥୋମାସ ର୍ନିଦ୍ଦୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri