ମହାକାଶରେ ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ଓ୍ବାକ୍‌

ଓ୍ବାଶିଂଟନ, ୧୩ା୯:ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନକୁ ଗୁରୁବାର ସଫଳତା ମିଳିଛି। ପ୍ରଥମ ନନ୍‌ପ୍ରଫେଶ୍‌ନାଲ ଆଷ୍ଟ୍ରନଟ୍‌ ଭାବେ ସ୍ପେସ୍‌ଓ୍ବାକ୍‌ କରି ଆମେରିକୀୟ ଉଦ୍ୟୋଗୀ ତଥା କ୍ରେଡିଟ୍‌ କାର୍ଡ ପ୍ରସେସିଂ କମ୍ପାନୀ ‘ସିଫ୍ଟସ୍‌ ଫର୍‌ ପେମେଣ୍ଟସ୍‌’ର ପ୍ରତିଷ୍ଠାତା ଜରେଡ୍‌ ଇସାକ୍‌ମ୍ୟାନ(୪୧) ଇତିହାସ ରଚିଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ବ୍ୟକ୍ତି ଭାବେ ସେ ମହାକାଶର ସର୍ବାଧିକ ଉଚ୍ଚତାରେ ସ୍ପେସ୍‌ଓ୍ବାକ୍‌ କରିଛନ୍ତି। ଏପରି କରିପାରିଥିବା ଅଳ୍ପ କେତେଜଣ ପେସାଦାର ମହାକାଶଚାରୀଙ୍କ ତାଲିକାରେ ମଧ୍ୟ ଆଇସେକ୍‌ମ୍ୟାନ ସାମିଲ ହୋଇଛନ୍ତି।
ଗୁରୁବାର ଡ୍ରାଗନ କ୍ୟାପ୍‌ସୁଲ୍‌ର ହ୍ୟାଚ୍‌ ଖୋଲିବା ପରେ ଇସାକ୍‌ମ୍ୟାନଙ୍କର ଏହି ଐତିହାସିକ ସ୍ପେସ୍‌ ଯାତ୍ରା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସେ କ୍ୟାପ୍‌ସୁଲର ଚାପ କମ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଯୋଜନା ମୁତାବକ ପ୍ରଥମେ ଇସାକ୍‌ମ୍ୟାନ କ୍ୟାପ୍‌ସୁଲରୁ ବାହାରକୁ ଆସିଥିଲେ। ସ୍ପେସ୍‌ଓ୍ବାକ୍‌ କରୁଥିବା ସମୟରେ ସେ ପିନ୍ଧିଥିବା ନୂତନ ସ୍ପେସ୍‌ ସୁଟ୍‌ ଠିକ୍‌ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ପୂରା ସମୟ ତାଙ୍କୁ ତାଙ୍କ ହାତ କିମ୍ବା ଗୋଡ଼କୁ କ୍ୟାପ୍‌ସୁଲ ସହ ସଂଲଗ୍ନ ରଖିବାକୁ ପଡ଼ିଥିଲା। ୨ ଘଣ୍ଟା ଧରି ତାଙ୍କର ଏହି ସ୍ପେସ୍‌ଓ୍ବାକ୍‌ ଚାଲିଥିଲା। ଇସାକ୍‌ମ୍ୟାନ ସ୍ପେସ୍‌ଓ୍ବାକ୍‌ ଆରମ୍ଭ କରିବାର ୧୫ ମିନିଟ୍‌ ପରେ ସ୍ପେସ୍‌ଏକ୍ସ’ର ସ୍ପେସ୍‌ ଅପରେଶନ ଇଞ୍ଜିନିୟର ତଥା ‘ପୋଲାରିସ୍‌ ଡନ୍‌’ ମିଶନର ଅନ୍ୟତମ କ୍ରୁ ସଦସ୍ୟ ସାରାହ ଗିଲ୍‌ସ କ୍ୟାପଶୁଲରୁ ବାହାରି ଇସାକ୍‌ମ୍ୟାନଙ୍କୁ ଅନୁସରଣ କରିଥିଲେ। ମଙ୍ଗଳବାର ନାସାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ‘ପୋଲାରିସ୍‌ ଡନ୍‌’ ମିଶନକୁ ଲଞ୍ଚ କରାଯାଇଥିଲା। ଏହାପରେ ‘ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପ୍‌ସୁଲ ୪ ଜଣ
ନନ୍‌ ପ୍ରଫେଶନାଲ ମହାକାଶଚାରୀଙ୍କୁ ପୃଥିବୀଠାରୁ ୧୪୦୦ କିଲୋମିଟର ଉଚ୍ଚତାରେ ପହଞ୍ଚାଇଥିଲା। ସ୍ପେସ୍‌ଏକ୍ସ’ର ୪ କ୍ରିଉ ସଦସ୍ୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ର ୩ ଗୁଣା ଉଚ୍ଚରେ ରବିବାର ପର୍ଯ୍ୟନ୍ତ ଅତିବାହିତ କରିବେ। ଇସାକ୍‌ମ୍ୟାନ ସ୍ପେସ୍‌ଓ୍ବାକ୍‌ କରିବା ପୂର୍ବରୁ ମିଶନରେ ଥିବା ସମସ୍ତ ୪ କ୍ରିଉ ସଦସ୍ୟ ମହାକାଶର ଶୂନ୍ୟତାରୁ ରକ୍ଷା ପାଇବା ପାଇଁ ଉଦ୍ଦିଷ୍ଟ ସ୍ପେସ୍‌ଓ୍ବାକିଂ ସୁଟ୍‌ ପିନ୍ଧିଥିଲେ। ଯେତେବେଳେ ଇସାକ୍‌ମ୍ୟାନ ଓ ସାରାହ ସ୍ପେସ୍‌ଓ୍ବାକ୍‌ କରୁଥିଲେ, ସେତେବେଳେ ମିଶନର ଅନ୍ୟ ୨ କ୍ରିଉ ସଦସ୍ୟ ପାଇଲଟ ସ୍କଟ୍‌ ପୋଟିଟ୍‌ ଏବଂ ସ୍ପେସ୍‌ଏକ୍ସ ଇଞ୍ଜିନିୟର ଅନ୍ନା ମେନନ୍‌ କ୍ୟାପ୍‌ସୁଲ ମଧ୍ୟରେ ନିଜ ଆସନରେ ବସି ରହିଥିଲେ। ଉଭୟେ ଇସାକ୍‌ମ୍ୟାନ ଏବଂ ସାରାହଙ୍କ ଉପରେ ନଜର ରଖିଥିଲେ। ଏହି ମିଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ୪ କ୍ରିଉ ସଦସ୍ୟଙ୍କୁ ସ୍ପେସ୍‌ ଏକ୍ସ ପକ୍ଷରୁ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥିଲା। ତେବେ ଇସାକ୍‌ମ୍ୟାନଙ୍କୁ ସଫଳତା ମିଳିବା ପରେ ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ ମସ୍କ ‘ପୋଲାରିସ୍‌ ଡନ୍‌’ ମିଶନକୁ ପ୍ରଶଂସା କରିଛନ୍ତି। ବ୍ରହ୍ନାଣ୍ଡର ବିଭିନ୍ନ ରହସ୍ୟ ଉନ୍ମୋଚନ କରିବା ପାଇଁ ଏହି ମିଶନର ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?