ଅନ୍ତର୍ଜାତୀୟ

୨୦୨୪ ସୁଦ୍ଧା ପାକିସ୍ତାନରୁ ବାହାରିବେ ୧୦ ଲକ୍ଷ ଅବୈଧ ବିଦେଶୀ ନାଗରିକ

ଇସଲାମାବାଦ,୨୩।୧୧: ଦାରିଦ୍ର୍ୟ ତଥା ଅନାହାରରେ ପୀଡିତ ପାକିସ୍ତାନ କ୍ରମାଗତ ଭାବରେ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବହିଷ୍କାର କରୁଛି। ଅକ୍ଟୋବର ୫ରେ ଡକ୍ୟୁମେଣ୍ଟ ହୋଇନଥିବା ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ପାକିସ୍ତାନ ୩୪୦,୦୦୦ରୁ ଅଧିକ ପ୍ରବାସୀଙ୍କୁ...

ଜି-୨୦: ରାଜନୈତିକ ସମ୍ପର୍କ ଖରାପ ଥିଲେ ବି ଭର୍ଚୁଆଲ ମିଟିଂରେ ସାମିଲ ହେଲେ ଜଷ୍ଟିନ ଟ୍ରୁଡୋ

ଟରଣ୍ଟୋ,୨୩।୧୧: ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କ ମୃତ୍ୟୁ ପରଠାରୁ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦରେ ଭାରତୀୟ ଗୁପ୍ତଚର...

ମୋଷ୍ଟ ଓ୍ବାଣ୍ଟେଡ ସାପ: ସହର ସାରା ପୋଷ୍ଟର ଲଗାଇ ଖୋଜୁଛି ପୋଲିସ

ଆମଷ୍ଟେରଡାମ,୨୩।୧୧: ଅପରାଧୀ ଜେଲରୁ ଫେରାର୍‌ ହୋଇଗଲେ ସହର ହେଉ କି ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଥାଏ। ଏପରିକି ପୋଲିସ ମୋଷ୍ଟ ଓ୍ବାଣ୍ଟେଡ ଭାବରେ ସବୁ ସ୍ଥାନରେ ସେମାନଙ୍କ ପୋଷ୍ଟର ଲଗାଇଥାନ୍ତି। ଜାଣି ଆଶ୍ଚଯ୍ୟ ହେବେ ନେଦରଲାଣ୍ଡର ଟିଲବର୍ଗ ସହରରେ...

ସ୍ପେସ ରେସ୍‌ରେ ଚାଇନା, ଇସ୍ରୋ ପୂର୍ବରୁ ଲଞ୍ଚ କରିବ ରକେଟ୍‌

ବେଜିଂ,୨୩।୧୧: ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା। ତେବେ...

ମାସେ ଯାଏଁ ରହିଲା ବିଅରର ହ୍ୟାଙ୍ଗଓଭର, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୩।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ, ଷ୍ଟ୍ରୋକ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ କରୁଥିବା ମଦ୍ୟପମାନେ ଏହି ସତର୍କ ବାଣୀକୁ...

ଉତ୍ତର କୋରିଆକୁ କଡ଼ା ଜବାବ ଦେବା ପାଇଁ ଦକ୍ଷିଣ କୋରିଆ ପ୍ରସ୍ତୁତ

ସିଓଲ,୨୩ା୧୧: ଦକ୍ଷିଣ କୋରିଆର ଯୁଗ୍ମ କର୍ମଚାରୀମାନେ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି, ଉତ୍ତରର ରାଜଧାନୀରୁ ଉତ୍ତର ପୂର୍ବ ସମୁଦ୍ରରେ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି କିନ୍ତୁ ଏହି ଉତ୍‌କ୍ଷେପଣ ବିଫଳ ହୋଇଛି ବୋଲି ଜଣାପଡ଼ିଛି। କେଉଁ ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ...

ହଠାତ ୨୪ ହଜାର ଫୁଟ ଉପରେ ଉଡୁଥିବା ବିମାନ ହେଲା ଦୁଇଖଣ୍ଡ, କିଭଳି ବଞ୍ଚିଲେ ୯୪ ଯାତ୍ରୀ ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୩।୧୧ : ସାଇକେଲରୁ ବିମାନକୁ ପରିବହନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ। ଏସବୁକୁ ଚଳାଇବାରେ କେବଳ ପାରଦର୍ଶିତା ଯଥେଷ୍ଟ ନୁହେଁ। ବଡ କଥା ହେଉଛି ଯଦି ଏକ ଜଟିଳ ପରିସ୍ଥିତି ଉପୁଜେ ଏବଂ ଜୀବନ ମୃତ୍ୟୁର ସ୍ଥିତିର...

ଆମେରିକା-କାନାଡା ବାଟ ବନ୍ଦ: ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଭିଡିଓ ଭାଇରାଲ…

ଓ୍ବାଶିଂଟନ,୨୩।୧୧: ଆମେରିକା ଏବଂ କାନାଡାକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଗାଡି ବିସ୍ଫୋରଣ ହେବାପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଯାତାୟାତ ସ୍ଥଗିତ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ନିୟାଗ୍ରା ଜଳପ୍ରପାତ...

ଚାଇନାରେ ପୁଣି ବ୍ୟାପିଲା ଅଜଣା ରୋଗ: ରିପୋର୍ଟ ମାଗିଲା ଡବ୍ଲୁଏଚ୍‌ଓ

ବେଜିଂ.୨୩।୧୧: ଚାଇନାରେ ପୁଣି ଏକ ଅଜଣା ରୋଗ ବ୍ୟାପିଛି। ସ୍ବାଇନ ଫ୍ଲୁ ଭଳି ରୋଗ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି। ଖବର...

ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍‌

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨୩ା୧୧: ଆମେରିକା ଓ ଜାପାନକୁ ବାରମ୍ବାର ଆକ୍ରମଣ ଧମକ ଦେଉଥିବା ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍‌ ଲଞ୍ଚ ସଫଳ ହୋଇଛି। ଏହା ହେଉଛି ଗତ ୬ ମାସ ଭିତରେ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ତୃତୀୟ ଲଞ୍ଚ ଉଦ୍ୟମ।...

ଗୁର୍‌ପତ୍‌ଓ୍ବନ୍ତଙ୍କୁ ହତ୍ୟା ଷଡ଼ଯନ୍ତ୍ର ଭଣ୍ଡୁର କରିଥିଲା ଆମେରିକା

ଓ୍ବାଶିଂଟନ୍‌,୨୩ା୧୧: ଖଲିସ୍ତାନୀ ସଙ୍ଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଆଇ) ମୁଖ୍ୟ ଗୁର୍‌ପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଆମେରିକା ଭଣ୍ଡୁର କରିଦେଇଥିଲା। ଏନେଇ ଫାଇନାନ୍ସିଆଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। କାନାଡା ଓ ଆମେରିକାର...

ଚାଇନାରେ ମସ୍‌ଜିଦ୍‌ ବନ୍ଦ କରିବା ନେଇ ଜୋର୍‌ଦାର୍‌ ଅଭିଯାନ

ବେଜିଂ,୨୨ା୧୧: ଚାଇନାରେ ମସ୍‌ଜିଦ୍‌ ବନ୍ଦ ରହିଛି। ମସଜିଦ ବନ୍ଦ୍‌ ପାଇଁ ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ୍‌ ସରକାର ଅଭିଯାନକୁ ଜୋରଦାର କରିଛନ୍ତି। ଚାଇନା ଦୀର୍ଘବର୍ଷ ଧରି ଜିନ୍‌ଜିଆଙ୍ଗରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଧିକ ଚାଇନିଜ ଦେଖାଯିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri