ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି। ଦକ୍ଷିଣ ଆଫ୍ରିକାର ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଉଛି। ବସ୍‌ରେ ମୋଟ ୪୬ ଜଣ ଯାତ୍ରୀ ଥିଲେ।
ଏହି ବସ ବୋତ୍ସବାନା ଠାରୁ ଉତ୍ତର ଲିମ୍ପୋପୋ ପ୍ରଦେଶର ମୋରିଆ ଅଭିମୁଖେ ଯାତ୍ରା କରୁଥିଲା। ଲୋକପ୍ରିୟ ଇଷ୍ଟର ପର୍ବ ଏଠାରେ ପାଳନ କରାଯାଏ, ଏହି ବର୍ଷ ଇଷ୍ଟର ରବିବାର ୩୧ ମାର୍ଚ୍ଚରେ ପଡୁଛି। ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଜୋହାନ୍ସବର୍ଗର ୩୦୦ କିଲୋମିଟର ଉତ୍ତରରେ ଥିବା ମମତାଲାକାଲା ନିକଟ ଏକ ପାର୍ବତ୍ୟ ଅଞ୍ଚଳରେ ନିର୍ମିତ ଏକ ବ୍ରିଜ ଉପରେ ଏହି ବସ ବାଡ ଭାଙ୍ଗି ୧୬୪ ଫୁଟ ତଳେ ଥିବା କାଲରେ ଖସିପଡିଥିଲା। ତଳେ ପଡ଼ିଯିବା ପରେ ବସରେ ନିଆଁ ଲଗାିଯାଇଥିଲା। ଦୁର୍ଘଟଣାର ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଠକ ମାଫିଆଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବ

ନୂଆଦିଲ୍ଲୀ,୨୪।୭: କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେପର ଲିକ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ବିପଦର ମୁକାବିଲା ପାଇଁ…

ବାଂଲାଦେଶକୁ ବଡ଼ ଝଟକା, ଇସ୍ତଫା ଦେଲେ ରାଷ୍ଟ୍ରପତି

ଢାକା,୨୪।୭: ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୨୪ ଜୁଲାଇ, ୨୦୨୬ରେ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ସଂସଦର ବାଚସ୍ପତିଙ୍କୁ ଏକ…

ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସି ପଡ଼ିଲା ମାଟି ଅତଡ଼ା, ୧୩ ମୃତ

ପାଙ୍ଗି,୨୪।୭: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। କିଛି ଅଞ୍ଚଳ ଏବେ ବି ବର୍ଷା ଅପେକ୍ଷାରେ ଥିବା ବେଳେ, ପାହାଡ଼ି ରାଜ୍ୟ ସମେତ ଅନ୍ୟାନ୍ୟ ଅନେକ…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଗୁଜରାଟରେ ବର୍ଷା ତାଣ୍ଡବ, ପାଣି ଘେରରେ ସୁରତ

ଅହମଦାବାଦ,୨୪ା୭: ଗୁଜରାଟର ଦକ୍ଷିଣ ଭାଗ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ଅନଶନରେ ଯୋଗଦେବା ପାଇଁ ଅଭିନେତାମାନଙ୍କୁ ଟଙ୍କା ଦିଆଯାଉଛି? ହଇଚଇ ସୃଷ୍ଟି କରିଛି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୭: ଛାତ୍ର ଆନ୍ଦୋଳନ ମଧ୍ୟରେ ‘ବିଗ ବସ ଓଟିଟି’ ଫେମ ଆକାଂକ୍ଷା ପୁରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ‘ବିଘ୍ନହର୍ତା ଗଣେଶ’ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri