ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ଏହି ଆଲୋଚନା ମଧ୍ୟରେ ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ଏକ ପ୍ରମୁଖ ଆଲୋଚନା ମଧ୍ୟ ହୋଇଥିଲା। ଆଜିର ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଥଟ୍ଟା କରି କହିଛନ୍ତି, ଭାରତର ପିଲାମାନେ ଏତେ ଆଡଭାନ୍ସ ଯେ, ସେମାନେ ସେମାନଙ୍କର ପ୍ରଥମ ଶବ୍ଦ ‘AI’ କହିବା ଆରମ୍ଭ କରିଛନ୍ତି। ‘ଭାରତରେ ଆମେ ଅଧିକାଂଶ ରାଜ୍ୟରେ ମାଆଙ୍କୁ ‘ଏଆଇ’ବୋଲି କହୁଛୁ ଏବଂ ବର୍ତ୍ତମାନ କେତେକ ଉନ୍ନତ ପିଲା ଏଆଇକୁ ସେମାନଙ୍କର ପ୍ରଥମ ଶବ୍ଦ ଭାବରେ ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏଆଇ ସୁନ୍ଦର ଭାବରେ ଦେଶରେ ପ୍ରବେଶ କରିଛି, ସାଧାରଣ ଲୋକ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ। ସେ କହିଛନ୍ତି, ‘ଜି -୨୦ ଶିଖର ସମ୍ମିଳନୀରେ ମୁଁ ଭାଷା ବ୍ୟାଖ୍ୟା ପାଇଁ ଏଆଇ ବ୍ୟବହାର କରିଥିଲି। ଜି-୨୦ ଶିଖର ସମ୍ମିଳନୀରେ ମୋର ସମସ୍ତ ଡ୍ରାଇଭର ଏକ ଏଆଇ ଆପ୍‌ ଡାଉନଲୋଡ କରିଥିଲେ। ଯାହା ମାଧ୍ୟମରେ ସେମାନେ ବିଭିନ୍ନ ବିଦେଶୀ ଅତିଥିଙ୍କ ସହ ଯୋଗାଯୋଗ କରିଥିଲେ। ଯେଉଁମାନେ ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ କୋଶଳ ସଂଗ୍ରାମୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଜି ସମ୍ବଲପୁରୀ ଦିନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ ନାଚଗୀତ, ସଭା, ସମିତି…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri