ଅନ୍ତର୍ଜାତୀୟ

ଆଗାମୀ ସାଧାରଣ ନିର୍ବାଚନରେ ନିଜ ଆସନ ବଞ୍ଚାଇ ପାରିବେ ନାହିଁ ଋଷି ସୁନକ!

ଲଣ୍ଡନ,୩୧।୩: ବର୍ଷର ଶେଷ ଛଅ ମାସରେ ବ୍ରିଟେନରେ ସାଧାରଣ ନିର୍ବାଚନ ହୋଇପାରେ। ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହା ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ମେ’ରେ ନିର୍ବାଚନକୁ ଏଡ଼ାଇ ଦେଇଥିଲେ ଏବଂ ଚଳିତ…

କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର ହେବ ନାହିଁ ରେଡ କାର୍ପେଟ

ଇସଲାମାବାଦ,୩୧।୩: ପାକିସ୍ତାନର ଆର୍ଥିକ ସଙ୍କଟ କାହାଠାରୁ ଲୁଚି ନାହିଁ। ପ୍ରତିଦିନ ସେ ଦାରିଦ୍ର୍ୟର ଯନ୍ତ୍ରଣା ବର୍ଣ୍ଣନା କରି ଆଇଏମଏଫ ସାମ୍ନାରେ ହାତ ପାତୁଛି। ବର୍ତ୍ତମାନ ପଡୋଶୀ ଦେଶ ଏତେ ଖରାପ ସମୟରେ ପହଞ୍ଚିଛି ଯେ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହୃତ ରେଡ କାର୍ପେଟକୁ…

ଟ୍ରମ୍ପଙ୍କ ଭିଡିଓକୁ ନେଇ ବିବାଦ, ଭର୍ତ୍ସନା କଲେ ବାଇଡେନ

ଓ୍ବାଶିଂଟନ,୩୧ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେୟାର କରିଥିବା ଏକ ଭିଡିଓକୁ ନେଇ ଏବେ ବିବାଦ ଦେଖାଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଫଟୋ କରିଥିବା ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ…

କାର୍‌ ବୋମା ବିସ୍ଫୋରଣ: ୮ ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ

ଦାମସକସ୍‌,୩୧ା୩: ଉତ୍ତର ସିରିଆର ଏକ ବଜାରରେ ରବିବାର ସକାଳେ ଉତ୍ତର ସିରିଆର ଏକକାର୍‌ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଲେପ୍ପୋ ପ୍ରଦେଶର ଆଜାଜର ଏକ…

‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ

ନୂଆଦିଲ୍ଲୀ,୩୧।୩: ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ। ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ। ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି…

ମହାକାଶରେ ଭାରତ ଯାହା କରୁଛି ତାହା ଚମକାଇବା ଭଳି, ଇସ୍ରୋକୁ ପ୍ରଶଂସା କଲା ୟୁରୋପୀୟ ମହାକାଶ ଏଜେନ୍ସି

ପ୍ୟାରିସ,୩୦।୩: ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ)ର ମହାନିର୍ଦ୍ଦେଶକ ଜୋସେଫ ଐସବ୍ୟାକର୍‌ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ପ୍ରଶଂସା କରିଛନ୍ତି। ସମ୍ପ୍ରତି ସଫଳ ପ୍ରକ୍ଷେପଣ ପାଇଁ ସେ ଇସ୍ରୋକୁ ପ୍ରଶଂସା କରିଥିଲେ। ଐସବ୍ୟାକର କହିଛନ୍ତି ଯେ ମହାକାଶରେ ଏବଂ ବିଶେଷ…

ଏବେ ଆମକୁ କେହି ଅଟକାଇ ପାରିବେ ନାହିଁ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ପ୍ରଥମ ମସଜିଦ

ଢାକା,୩୦।୩: ପବିତ୍ର ରମଜାନ ମାସରେ ବାଂଲାଦେଶର ଢାକାରେ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏକ ମସଜିଦ ଖୋଲାଯାଇଛି। ବ୍ରହ୍ମପୁତ୍ର ନଦୀରେ ମ୍ୟାମନସିଂହ ନିକଟରେ ସରକାରଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଉପରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏହା ପ୍ରତିଷ୍ଠା…

ଘର ଛାଡିବା ପରେ ଦ୍ୱିତୀୟ ଥର ପାଇଁ ପିତାଙ୍କୁ ଭେଟିବାକୁ ଆସିବେ ରାଜକୁମାର ହ୍ୟାରି

ଲଣ୍ଡନ,୩୦।୩: ବ୍ରିଟିଶ ରାଜ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ରାଜକୁମାରୀ କେଟ ମିଡଲେଟନ କହିଛନ୍ତି ଯେ ତାଙ୍କର କର୍କଟ ରୋଗ ହୋଇଥିବାବେଳେ ପ୍ରିନ୍ସ ଚାଲର୍‌ସ ମଧ୍ୟ କର୍କଟ ରୋଗ ସହ ଲଢୁଛନ୍ତି। ଏହି ସମୟରେ, ଖବର ଆସିଛି ଯେ ପ୍ରିନ୍ସ…

ଭାରତୀୟ ନାବିକଙ୍କୁ ନେଇ ବର୍ଣ୍ଣବିଦ୍ୱେଷୀ କାର୍ଟୁନ

ବଲ୍ଟିମୋର,୩୦।୩: ଆମେରିକାର ମେରିଲାଣ୍ଡସ୍ଥିତ ବଲ୍ଟିମୋରରେ ମଙ୍ଗଳବାର ମଧ୍ୟରାତ୍ରରେ କଣ୍ଟେନର ବୋଝେଇ ଜାହାଜ ‘ଡାଲି’ ଧକ୍କା ଦେବାରୁ ଫ୍ରାନ୍ସିସ୍‌ ସ୍କଟ୍‌ କି ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍‌ ଉପରେ ମରାମତି କରୁଥିବା ୬ ନିର୍ମାଣ ଶ୍ରମିକ ପାଟାପ୍‌ସ୍କେ ନଦୀକୁ ଖସି ପ୍ରାଣ…

ବ୍ୟଭିଚାରିଣୀଙ୍କୁ ପଥର ଫିଙ୍ଗି ମାରିଦିଆଯିବ: ତାଲିବାନ୍‌

କାବୁଲ,୩୦।୩: ଆଫଗାନିସ୍ତାନୀ ଯୁବତୀମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପରେ ତାଲିବାନ ଏବେ ବ୍ୟଭିଚାରରେ ସମ୍ପୃକ୍ତ ମହିଳାଙ୍କ ପାଇଁ କଠୋର ଦଣ୍ଡ ଘୋଷଣା କରିଛି। ବ୍ୟଭିଚାରିଣୀଙ୍କୁ ସର୍ବସମ୍ମୁଖରେ ଚାବୁକ ମାଡ଼ କରାଯିବା ସହ ପଥର ଫିଙ୍ଗି ମାରିଦିଆଯିବ ବୋଲି ତାଲିବାନ ସୁପ୍ରିମୋ ମୁଲ୍ଲା ହିବାତୁଲ୍ଲା…

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଲା ଜାତିସଂଘ: ଆଶା କରୁଛୁ…

ଜାତିସଂଘ,୨୯।୩: ଭାରତରେ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣାକୁ ନେଇ ଭାରତରେ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଏହା ଉପରେ ପ୍ରତିକ୍ରିୟା…

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ ସମୟ ଶୁକ୍ରବାର ସକାଳ ୯.୧୨ରେ ପ୍ରାଇଗୋସର ୫୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri