ଅନ୍ତର୍ଜାତୀୟ

ସୋମାଲିଆ କାର୍‌ ବୋମା ବିସ୍ଫୋରଣ: ୭୬ ମୃତ

ମୋଗାଡିସୁ,୨୮।୧୨: ସୋମାଲିଆର ରାଜଧାନୀ ମୋଗାଡିସୁରେ ଶନିବାର ହୋଇଥିବା କ୍ରମାଗତ କାର୍‌ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସରକାରୀ ପ୍ରବକ୍ତା ଇସ୍‌ମାଇଲ ମୁଖ୍‌ତାର କହିଛନ୍ତି, ମୋଗାଡିସୁର ଆଫଗୋଇ ରୋଡରେ ଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ କାର୍‌ ମଧ୍ୟରେ…

ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ

ଜେନେଭା,୨୮।୧୨: ମ୍ୟାନ୍‌ମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ ସମର୍ଥନ ମିଳିଛି। ୯ ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବାବେଳେ ୨୮ ଦେଶ ମତଦାନରୁ…

ମୁଶରଫଙ୍କ ଆବେଦନକୁ ଫେରାଇ ଦେଲେ କୋର୍ଟ

ଇସ୍‌ଲାମାବାଦ,୨୮।୧୨: ପାକିସ୍ତାନର ପୂର୍ବତନ ସେନା ଶାସକ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଆବେଦନକୁ ଲାହୋର ହାଇକୋର୍ଟ ଶନିବାର ଫେରାଇ ଦେଇଥିବା ଜଣାପଡିଛି। ଦେଶଦ୍ରୋହ ମାମଲାରେ ପାକିସ୍ତାନର ସ୍ପେଶାଲ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ସେ ଏହାକୁ ନେଇ ହାଇକୋର୍ଟର…

ମାଇନସ୍‌ ୫୨ ଡିଗ୍ରୀରେ ଦୌଡିଲେ ମାରାଥନ ଧାବକ: ଚେହେରାରେ ଜମିଗଲା ବରଫ

ବେଜିଂ,୨୮।୧୨: ଉତ୍ତର ଚାଇନାର ମଙ୍ଗୋଲିଆ ନିକଟରେ ଥିବା ଜେନେ ସହରରେ ୨୦୧୯ର ଚାଇନା ପୋଲ ଅଫ୍‌ କୋଲ୍ଡ ମାରାଥନର ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୧୫ଶହ ପ୍ରତିଯୋଗୀ ଦୌଡିଥିଲେ। ବୁଧବାର ଆୟୋଜିତ ଏହି ପ୍ରତିଯୋଗୀତା ସମୟରେ ସେଠାକାର ତାପମାତ୍ରା ଥିଲା ମାଇନସ୍‌…

ଭାଇରସ୍‌ ଚିହ୍ନିବ ଭାଇରିୟନ

ନ୍ୟୁୟର୍କ: ପ୍ରାଣୀମାନଙ୍କ ଦେହରେ ୧୬.୭ ଲକ୍ଷରୁ ଊର୍ଦ୍ଧ୍ୱ ଅଜଣା ଭାଇରସ୍‌ ରହିଥାନ୍ତି, ଯାହାଦ୍ୱାରା ଅନେକ ସମୟରେ ଲୋକମାନେ ସଂକ୍ରମିତ ହୋଇ ଭୟଙ୍କର ରୋଗର ଶିକାର ହୋଇଥାନ୍ତି। ଏଚ୍‌୫ଏନ୍‌୧, ଜିକା ଓ ଇବୋଲା ଭଳି ଭାଇରସ୍‌ ସଂସ୍ପର୍ଶରେ ଆସି ବହୁ ଲୋକଙ୍କ ମୃତ୍ୟୁ…

ରୁଷିଆ ସୈନ୍ୟବାହିନୀରେ ସାମିଲ୍‌ ହେଲା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର: ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି

ମସ୍କୋ,୨୮।୧୨: ରୁଷିଆ ଏହାର ସୈନ୍ୟବାହିନୀର ଶକ୍ତି ବୃଦ୍ଧି କରିଛି। ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି କରୁଥିବା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ରକୁ ସୈନ୍ୟବାହିନୀରେ ସାମିଲ୍‌ କରାଯାଇଥିବା ନେଇ ରାଷ୍ଟ୍ରପତି ବ୍ଲଡିମୀର ପୁଟିନ୍‌ ଘୋଷଣା କରିଛନ୍ତି। ଏହାର ଲକ୍ଷ୍ୟ ଭେଦ କ୍ଷମତା…

୧୧ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକଲା ଆଇଏସ୍‌

କାନୋ,୨୮ା୧୨: ଉତ୍ତର-ପୂର୍ବ ନାଇଜେରିଆରେ ଆଇଏସ୍‌ ଆତଙ୍କବାଦୀମାନେ ୧୧ ଜଣ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିଛନ୍ତି। ଆଖିରେ କଳାପଟି ବନ୍ଧାଯାଇଥିବା ଏହି ଖ୍ରୀଷ୍ଟିଆନ୍‌ମାନଙ୍କୁ ଏକ ଅଜଣା ଜାଗାକୁ ନେଇ ଜେହାଦୀମାନେ ଛୁରାମାଡ଼ ଓ ଗୁଳିମାଡ଼ କରି ହତ୍ୟା କରିଛନ୍ତି। ଏ ସମ୍ପର୍କରେ ଏକ ଭିଡିଓ…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ମୁଶରଫ

ଇସ୍‌ଲାମାବାଦ,୨୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ଶାସକ ପରଭେଜ ମୁଶରଫ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଶଦ୍ରୋହ ମାମଲାରେ ତାଙ୍କୁ ଏକ ସ୍ପେଶାଲ କୋର୍ଟ ଡିସେମ୍ବର ୧୭ରେ ଦୋଷୀ କହିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଚ କରି…

ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯେକୌଣସି ରୋଗ ବଢିବାର ମୁଖ୍ୟ କାରଣ ହେଲା ଏହାର ସଚେତନତାର ଅଭାବ। ତେଣୁ ରୋହିଙ୍ଗ୍ୟା…

ଭାରତ, ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି: ପିଏଲ୍‌ଏ

ବେଜିଂ, ୨୭।୧୨: ଭାରତ ଏବଂ ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗ୍‌ଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଚାଇନାର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ପକ୍ଷରୁ କୁହାଯାଇଛି। ଏହି ଦୁଇ…

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ବିମାନଟି ଉଡାଣ ଭରୁଥିବାବେଳେ ଏକ ଦୁଇ ମହଲା କୋଠାରେ ବାଜି ଏଭଳି…

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା ଯୋଗୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି। ଭୂସ୍ଖଳନ ଓ ଜଳବନ୍ଦୀ ଯୋଗୁ ଲୋକମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri