ଅନ୍ତର୍ଜାତୀୟ

ଜି-୭ ସମ୍ମିଳନୀ: କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବନି ଆମେରିକା

ବିଆରିଜ୍‌,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଫ୍ରାନ୍ସ ପହଞ୍ଚିଛନ୍ତି। ସୋମବାର ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ କଶ୍ମୀର ସମସ୍ୟାକୁ ନେଇ ଆଲୋଚନା ହୋଇଛି।…

ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ, ଜାକିର ନାଇକ ବି ନୁହେଁ: ମାଲେସିଆ ଗୃହମନ୍ତ୍ରୀ

କୁଆଲାଲାମପୁର,୨୬।୮: ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିବା ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିଛିଦିନ ତଳେ ମାଲେସିଆରେ ଜାକିର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର…

‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କୁହନ୍ତି ତା’ର କିଛି ଠିକଣା ନ ଥାଏ। ସେଥିପାଇଁ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏବେ ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ଆମେରିକାର ଏକ ଓ୍ବେବସାଇଟ୍‌ରେ ଖବର…

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କଥାଟି ସତ। ଏହା ପଛରେ ଏକ ବଡ଼ କାରଣ…

ଫେଲ୍‌ ମାରିଲା ଇମ୍ରାନଙ୍କ ଆତଙ୍କି ଏଜେଣ୍ଡା: ହାଫିଜ୍‌ ସୟିଦଙ୍କ ସହ ପୋଷ୍ଟରରେ ନଜର ଆସିଲେ

ଇସ୍‌ଲାମାବାଦ,୨୬।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜକୁ ଓ ଦେଶକୁ ପବିତ୍ର କହିବା ସହ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିଛି ବୋଲି ସମଗ୍ର ବିଶ୍ୱକୁ ଭୂଆଁ ବୁଲାଉଥିବା ବେଳେ ଏବେ ତାଙ୍କର ଅସଲ ମୁଖା ଖୋଲିଯାଇଛି। ପାକିସ୍ତାନରେ ମୁମ୍ବାଇ…

ଦେବାଳିଆ ପାକିସ୍ତାନ: ମିଟିଂରେ ଚା’, ବିସ୍କୁଟ ଉପରେ ରୋକ ଲଗାଇଲେ ଇମ୍ରାନ ସରକାର

ଇସଲାମାବାଦ,୨୬।୮: ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଭାରତଠାରୁ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଏହାର ପ୍ରଭାବ ବଜାର ଦର ଉପରେ ପଡିଛି। ଏହା ଦେଖି ଇମ୍ରାନ ସରକାର ଖର୍ଚ୍ଚ କାଟ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି ସରକାରୀ…

ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସହିତ ବିଭିନ୍ନ ପାରସ୍ପରିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ…

ବୃହତ୍‌ ରକେଟ ଲଞ୍ଚର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୨୬ା୮: ଆମେରିକା ସହ ଅଣୁଅସ୍ତ୍ର କାର୍ଯ୍ୟକ୍ରମ ରୋକିବା ସମ୍ପର୍କରେ ଆଲୋଚନା ପୂର୍ବରୁ ଉତ୍ତର କୋରିଆ ଶନିିବାର ସର୍ବବୃହତ୍‌ ରକେଟ ଲଞ୍ଚର ପରୀକ୍ଷା କରିଛି। ନୂତନ ଭାବେ ବିକଶିତ ଏହି ଲଞ୍ଚରରୁ ଏକସଙ୍ଗେ ଏକାଧିକ ରକେଟ ଛଡ଼ାଯାଇପାରିବ। ବାସ୍ତବରେ ଏହା ଏକ ବଡ଼…

ଜି-୭ରେ ମୋଦି

ବିଆରିଜ୍‌,୨୬ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫ୍ରାନ୍ସର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ସେ ବାହାରିନ୍‌ରୁ ଫ୍ରାନ୍ସ ଯାଇ ସମ୍ମିଳନୀରେ ବିଶ୍ୱନେତାମାନଙ୍କୁ ଭେଟିଛନ୍ତି। ସମ୍ମିଳନୀରେ ୭ ସଦସ୍ୟ ରାଷ୍ଟ୍ର (ଫ୍ରାନ୍ସ, ଇଟାଲୀ, କାନାଡା, ଆମେରିକା, ଜାପାନ,…

ବିବାହ ସରିବା ମାତ୍ରେ ଦୁର୍ଘଟଣା: ନବଦମ୍ପତିଙ୍କ ମୃତ୍ୟୁ

ଅରେଞ୍ଜ (ଟେକ୍ସାସ),୨୬ା୮: ବିବାହର ଖୁସି ମୁହୂର୍ତ୍ତକ ମଧ୍ୟରେ ପାଣିଫୋଟକା ଭଳି ମିଳାଇଗଲା। ବିବାହ ସମ୍ପନ୍ନ ହେବାର କେଇ ମିନିଟ ପରେ ଟ୍ରାକ୍ଟର ବୋଝେଇ ଏକ ଟ୍ରେଲର ଧକ୍କାଦେଲା। ବିବାହ ସ୍ଥଳରେ ଦୁର୍ଘଟଣାରେ ନବଦମ୍ପତିଙ୍କ ଜୀବନ ଗଲା। ପଛରେ ଛିଡ଼ା ହୋଇଥିଲେ ପରିବାର ସଦସ୍ୟ…

ମହାକାଶରେ ଆକାଉଣ୍ଟ ହ୍ୟାକ୍‌

ଓ୍ବାଶିଂଟନ୍‌, ୨୬ା୮(ଏଏଫ୍‌ପି):ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’। ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ସେ ସ୍ପେସ୍‌…

ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍‌

ବିଆରିଜ୍‌,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ ସେ ପାଶ୍ଚାତ୍ୟର ସହଯୋଗୀ ରାଷ୍ଟ୍ର ନେତାମାନଙ୍କ ସହ ବୈଠକ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri