ଅନ୍ତର୍ଜାତୀୟ

ଦୂତାବାସ ଅଧିକାରୀଙ୍କୁ ଇରାନର ସମନ

ତେହେରାନ,୨ା୧(ପି.ଟି.): ପଡୋଶୀ ଇରାକରେ ଆମେରିକା ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଥିବାରୁ ଇରାନରେ ଏହାର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବିସ୍‌ ଦୂତାବାସର ଅଧିକାରୀଙ୍କୁ ତେହେରାନ ସମନ କରିଛି। ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ଆମେରିକା ଧମକ ଉପରେ ତୀବ୍ର ପ୍ରତିକ୍ରିୟା ଦୂତାବାସ ଅଧିକାରୀଙ୍କୁ…

ବର୍ଷ ଆରମ୍ଭରୁ ମୁହଁ।ମୁହିଁ

ଓ୍ବାଶିଂଟନ,୨ା୧(ପି.ଟି.): ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା ଆମେରିକା। ଏହାକୁ ନେଇ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ସେମାନଙ୍କୁ ଘଉଡାଇବା ପାଇଁ ଆମେରିକୀୟ ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ।…

ଟିକ୍‌ଟକ୍‌କୁ ବ୍ୟାନ୍‌ କଲା ଆମେରିକା ସେନା

ଓ୍ବାଶିଂଟନ୍‌,୧ା୧: ପପୁଲାର ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଏଣିକି ଆମେରିକା ସେନା ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି…

ନୂଆବର୍ଷରେ ଜନ୍ମ ନେଲେ ୪ ଲକ୍ଷ ନବଜାତକ: ଭାରତରେ ସର୍ବାଧିକ ୬୭ ହଜାର

ଓ୍ବାଶିଂଟନ,୧।୧: ନୂଆବର୍ଷ ପହିଲି ଦିନରେ ପୃଥିବୀରେ ମୋଟ ୩ ଲକ୍ଷ ୯୨ ହଜାର ୭୮ ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୬୭ ହଜାର ୩ ଶହ ୮୫ ଜଣ ଶିଶୁଙ୍କ ଜନ୍ମ ହୋଇଥିବା ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି।…

ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି

ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି। ଏନେଇ ନିକଟରେ ଆମେରିକାର ଓ୍ବେରମାଣ୍ଟ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହାର ରିପୋର୍ଟ…

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୨ ମୃତ

ସିଡ୍‌ନୀ,୧ା୧: ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ବେଲ୍‌ସସ୍ଥିତ କୋବାର୍ଗୋ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ଅନେକ ନିଖୋଜ ଥିବା ଜଣାପଡ଼ିଛି। ମୃତକ ଦ୍ୱୟ ବାପା-ପୁଅ ବୋଲି ସନ୍ଦେହ କରାଯାଉଥିବାବେଳେ ନିଜ ଘରକୁ ନିଆଁ ଦାଉରୁ ରକ୍ଷାକରିବାକୁ…

ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଦର୍ଶାଯାଇଛି। ଫଳରେ ସୀମାରେ ଥିବା ୩୨ ଜିଲାର ୧୦ ନିୟୁତ ମୋବାଇଲ ଉପଭୋକ୍ତା…

ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀ ମୃତ

ଶୋରାବକ,୩୧।୧୨: ଦକ୍ଷିଣ ପୂର୍ବ ଆଫଗାନିସ୍ତାନର କାନ୍ଦାହାରରେ ଥିବା ଶୋରାବକ ଜିଲାରେ ହୋଇଥିବା ପୃଥକ ପୃଥକ ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଆଫଗାନ ପ୍ରତିରକ୍ଷା…

ନୂଆବର୍ଷ ପାଇଁ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କଲା ଗୁଗୁଲ

ଓ୍ବାଶିଂଟନ,୩୧।୧୨: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଗୁଗୁଲ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କରିଛି। ନ୍ୟୁ ଇୟର ଇଭ ନାଁରେ ଏହି ଡୁଡୁଲ ପ୍ରସ୍ତୁତ କରାଯାଇଛି। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ନୂଆବର୍ଷ ପାଳନ କରାଯାଉଥିବା ବେଳେ ଏବେ ସମସ୍ତେ…

ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫ ମିଟର ଲମ୍ବ ବ୍ରିଜ୍‌ କାଓଡୁ ନଦୀର ୩୩୨ ମିଟର ଉପରେ ନିର୍ମିତ ହୋଇଛି। ଏହାର…

ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ

ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍‌ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ହ୍ବାଇଟ୍‌ ସେଟଲମେଣ୍ଟରେ ଥିବା ଫ୍ରିଓ୍ବେ ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବାବେଳେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ।…

ଭାରତ ଛାଡ଼ି ପଳାଉଥିବା ୩୫୦ ବାଂଲାଦେଶୀ ଗିରଫ

ଢ଼ାକା,୩୦।୧୨: ସିଏଏ ଲାଗୁ ହେବା ପରେ ଭାରତ-ବାଂଲାଦେଶ ସୀମାରେ ବାସ କରୁଥିବା କେତେକ ଲୋକ ଭୟରେ ବାସ ସ୍ଥାନ ଛାଡ଼ିଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଅନୁପ୍ରବେଶ କରୁଥିବା ୩୫୦ ଜଣଙ୍କୁ ଗିରଫ କରାଯାଇଛି। ଏସମ୍ପର୍କରେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri