ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର ବ୍ୟବସ୍ଥା କରାଯାଇଥାଏ। ଏଭଳି ବୋଟ୍‌ ସ୍କୁଲ ଏଠାରେ ୨୦୧୨ଠାରୁ ଆରମ୍ଭ ହୋଇଛି। ଏଠାରେ ୫୦୦ରୁ ଅଧିକ ବୋଟ୍‌ ସ୍କୁଲଥିବାବେଳେ ଏଥିରେ ୧୪ ହଜାରରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ିଥାନ୍ତି। ବୋଟ୍‌ ସ୍କୁଲରେ କେବଳ ଶିକ୍ଷୟତ୍ରୀଙ୍କୁ ପାଠପଢ଼ା ପାଇଁ ନିଯୁକ୍ତ କରାଯାଇଥାଏ। ସେମାନେ ଛାତ୍ରୀଛାତ୍ରଙ୍କ ସମସ୍ତ ପ୍ରକାର ସମସ୍ୟା ବୁଝିଥାନ୍ତି। ଗତ ୮ ବର୍ଷ ମଧ୍ୟରେ ୮୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଭଳି ସ୍କୁଲରେ ପାଠପଢ଼ି ସାରିଥିବା ସ୍ଥାନୀୟ ପ୍ରଶାସନ କୁହନ୍ତି। ଗାଁରେ ଅଭିଭାବକଙ୍କ ସାକ୍ଷରତା ହାର ଏକ ପ୍ରତିଶତରୁ କମ ଥିବାବେଳେ ଶତ ପ୍ରତିଶତ ପିଲା ପାଠପଢ଼ିବା ପାଇଁ ବୋଟ୍‌ ସ୍କୁଲକୁ ଯାଇଥାନ୍ତି। ଦିନରେ ପାଠ ପଢ଼ିବାକୁ ଆସିପାରୁ ନ ଥିବା ଛାତ୍ରୀଛାତ୍ରଙ୍କୁ ରାତିରେ ମଧ୍ୟ ପାଠ ପଢ଼ାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri