ପାକିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣିଥିରେ ଜାଫର ଏକ୍ସପ୍ରେସ! ବିସ୍ଫୋରଣରେ ୩ ବଗି ଲାଇନ ଚ୍ୟୁତ
ଇସଲାମାବାଦ,୨୯।୭: ପାକିସ୍ତାନର ଦକ୍ଷିଣ-ପୂର୍ବ ପ୍ରଦେଶ ସିନ୍ଧରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ବିସ୍ଫୋରଣ ଯୋଗୁ ଜାଫର ଏକ୍ସପ୍ରେସ ଟ୍ରେନର ତିନୋଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ପାକିସ୍ତାନ ରେଲଓ୍ବେ ଏବଂ ସ୍ଥାନୀୟ ପ୍ରଶାସନ ଏହି…
ଆମେରିକାର ସାଂଘାତିକ ଖୁଲାସା! ଯୁଦ୍ଧବେଳେ ଭାରତ ଲୁଚାଛପାରେ କରିଛି…
ଓ୍ବାଶିଂଟନ୍,୨୯।୭: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଭାରତ ଏବଂ ଚାଇନାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଆମେରିକୀୟ ସମାଚାର ଏଜେନ୍ସି ରଏଟର୍ସର ଏକ ରିପୋର୍ଟରେ ଦାବି…
ପୁଟିନଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ: ୨ ସପ୍ତାହ ମଧ୍ୟରେ ବନ୍ଦ କର, ନଚେତ୍…
ଓ୍ବାଶିଂଟନ୍,୨୯।୭: ସ୍କଟଲାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁଇ ସପ୍ତାହରୁ କମ ସମୟ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ଉଚିତ, ନଚେତ୍ ନୂତନ…
ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼: ଜଣେ ପୋଲିସ ଅଫିସରଙ୍କ ସମେତ ୫ ମୃତ
ନ୍ୟୁୟର୍କ,୨୯ା୭: ଆମେରିକାର ନ୍ୟୁୟର୍କ ସହରର ମିଡଟାଉନ୍ ମାନହାଟନ୍ରେ ମଙ୍ଗଳବାର ଏକ ଭୟଙ୍କର ଗୁଳିମାଡ଼ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମମ…
ଟ୍ରମ୍ପଙ୍କ ଘୋଷଣା: ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ହେବ
ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯେଉଁ ଦେଶମାନଙ୍କ ସହ ଆମେରିକାର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନାହିଁ, ସେମାନଙ୍କ ପାଇଁ ଏକ ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ମଧ୍ୟରେ ନିର୍ଦ୍ଧାରଣ କରାଯିବ। ଟ୍ରମ୍ପ ନିଜର ଟ୍ରୁଥ…
ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ ରାଷ୍ଟ୍ରପତି ନ ହୋଇଥିଲେ ବିଶ୍ୱରେ ଭାରତ-ପାକିସ୍ତାନ ସମେତ ୬ଟି ବଡ଼ ଯୁଦ୍ଧ ହୋଇଥାନ୍ତା। ଟ୍ରମ୍ପ…
ମାତ୍ର ୩୬ ମିନିଟ୍ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ଆମେରିକା: ସବୁଠୁ ବିପଦପୂର୍ଣ୍ଣ ମିଶାଇଲ୍ ଆଣିଲା ଇରାନ
ତେହେରାନ,୨୮।୭: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଯୁଦ୍ଧବିରତି ପାଇଁ ଦିଆଯାଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଆକ୍ରମଣ କରିବାର କ୍ଷମତାସମ୍ପନ୍ନ ଏକ ମିଶାଇଲ୍ ତିଆରି କରିଛି। ଖୋରମଶହର-୫ ନାମକ ଏହି ମିଶାଇଲ ଇରାନର ରାଜଧାନୀ ତେହେରାନରୁ ସହଜରେ ଆମେରିକା ଉପରେ ଆକ୍ରମଣ କରିପାରିବ।…
ବିମାନ ବନ୍ଦରରେ ପହଞ୍ଚିଥିବା ସୁନ୍ଦରୀ ମହିଳାଙ୍କ ଅନ୍ତବସ୍ତ୍ରରୁ ମିଳିଲା ଏମିତି ଜିନିଷ ସମସ୍ତେ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୮।୭: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଫ୍ଲୋରିଡାର ଜଣେ ମହିଳା ଖୁବ ସୁନ୍ଦର ପୋଷାକ ପିନ୍ଧି ବିମାନବନ୍ଦରରେ ପହଞ୍ଚିଥିଲେ। ଯେତେବେଳେ ସେ ଯାଞ୍ଚ ପ୍ରକ୍ରିୟା ଦେଇ ଯାଉଥିଲେ, କର୍ମଚାରୀମାନେ…
ଆମେରିକାରେ ବୋଇଙ୍ଗ ଜେଟ୍ରେ ଲାଗିଲା ନିଆଁ, ସ୍ଲାଇଡ୍ ଦେଇ ବାହାରିଲେ ଆତଙ୍କିତ ଯାତ୍ରୀ
ନୂଆଦିଲ୍ଲୀ,୨୭।୭: ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍ଅଫ୍ ବାତିଲ ହେବା ପରେ ନିଆଁ ଲାଗି ଧୂଆଁ ବାହାରିଥିଲା। ଏହି ଘଟଣାରେ ୧୭୩ ଜଣ ଯାତ୍ରୀ…
କୋର୍ଟରେ ଗୁଳି ସହ ଗ୍ରେନେଡ ମାଡ, ୯ ମୃତ, ରହିଛି ପାକିସ୍ତାନ କନେକ୍ସନ
ଦୁବଇ,୨୬।୭: ଅଜ୍ଞାତ ଆକ୍ରମଣକାରୀମାନେ ଇରାନର ଏକ କୋର୍ଟ କୋଠାରେ ଗୁଳିଚାଳନା ଏବଂ ଗ୍ରେନେଡ ସହିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସିସ୍ତାନ ଏବଂ ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ ଜାହେଦାନରେ ହୋଇଥିଲା। ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୯ ଜଣଙ୍କର ମୃତ୍ୟୁ…
ପାକିସ୍ତାନକୁ ଧନ୍ୟବାଦ ଦେଲା ଆମେରିକା: ପହଲଗାମ ଆତଙ୍କବାଦୀ ଆକ୍ରମଣର ୩ ମାସ ପରେ କାହିଁକି ଏମିତି କହିଲା, ଜାଣନ୍ତୁ
ୱାଶିଂଟନ,୨୬।୭: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ୱାଶିଂଟନରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କୁ ଭେଟିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜାରି…
ମନ ପରିବର୍ତ୍ତନ ନା ଚାଇନାର ଧୋକା, କାହିଁକି ୨୦ ମାସରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ମାଳଦ୍ୱୀପ? ଜାଣନ୍ତୁ ଏହା ପଛର ରହସ୍ୟ
ମାଲେ/ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଗସ୍ତରେ ଅଛନ୍ତି। ଶୁକ୍ରବାର ମାଳଦ୍ୱୀପର ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା…
Archives


