ଆମେରିକାରେ ବୋଇଙ୍ଗ ଜେଟ୍‌ରେ ଲାଗିଲା ନିଆଁ, ସ୍ଲାଇଡ୍ ଦେଇ ବାହାରିଲେ ଆତଙ୍କିତ ଯାତ୍ରୀ

ନୂଆଦିଲ୍ଲୀ,୨୭।୭: ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍‌ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍‌ଅଫ୍ ବାତିଲ ହେବା ପରେ ନିଆଁ ଲାଗି ଧୂଆଁ ବାହାରିଥିଲା। ଏହି ଘଟଣାରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ରନୱେରେ ଇନଫ୍ଲାଟେବଲ ଇମରଜେନ୍ସି ସ୍ଲାଇଡ୍ ଜରିଆରେ ନିରାପଦେ ବାହାର କରାଯାଇଥିଲା। ଏହି ବିମାନ ଫ୍ଲାଇଟ ଭାବେ ମିଆମି ଅଭିମୁଖେ ଯାଉଥିଲା।

ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଅନୁଯାୟୀ, ବିମାନଟି ଟେକ୍‌ଅଫ୍ ସମୟରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେବା କାରଣରୁ ଉଡ଼ାଣ ବାତିଲ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଅନୁଯାୟୀ ଲାଇଭ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଡିଓରେ ନିୟନ୍ତ୍ରଣ କକ୍ଷରୁ ପାଇଲଟଙ୍କୁ ଚେତାବନୀ ଦିଆଯାଇଥିବା ଶୁଣାଯାଇଛି: “ଫ୍ଲାଇଟ ୨୦୨୩, ଆପଣଙ୍କ ବିମାନରୁ ପ୍ରଚୁର ଧୂଆଁ ବାହାରୁଛି। କିଛି ନିଆଁ ଦେଖାଯାଉଛି। ତେବେ କିଛି ଧୂଆଁ କମୁଛି।” କିଛି ମୁହୂର୍ତ୍ତ ପରେ ନିୟନ୍ତ୍ରଣ କକ୍ଷ ନିଶ୍ଚିତ କରିଥିଲା, “ଆପଣଙ୍କ ବିମାନରେ ନିଆଁ ଲାଗିଛି।”


ଘଟଣାସ୍ଥଳରୁ ପ୍ରାପ୍ତ ଭିଡିଓ ଫୁଟେଜରେ ଦେଖାଯାଇଛି ଯେ ବିମାନର ବାମ ପଛପଟୁ ଘନ ଧୂଆଁ ବାହାରୁଛି ଏବଂ ଯାତ୍ରୀମାନେ ଇମରଜେନ୍ସି ସ୍ଲାଇଡ୍ ଦେଇ ଦ୍ରୁତ ବାହାରୁଛନ୍ତି। ଡେନଭର ଫାୟାର ଡିପାର୍ଟମେଣ୍ଟ ସନ୍ଧ୍ୟା ୫:୧୦ରେ ସୋସିଆଲ ମିଡିଆରେ ଜଣାଇଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ଆମେରିକାନ ଏୟାରଲାଇନ୍ସ ଏକ ବିବୃତିରେ କହିଛି, “ଟେକ୍‌ଅଫ୍ ସମୟରେ ବିମାନର ଏକ ଟାୟାରରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ସମସ୍ତ ଯାତ୍ରୀ ଓ କ୍ରୁ ସୁରକ୍ଷିତ ଭାବେ ବାହାରିଛନ୍ତି, ଏବଂ ବିମାନକୁ ପରୀକ୍ଷା ପାଇଁ ଆମର ମେଣ୍ଟେନାନ୍ସ ଦଳକୁ ହସ୍ତାନ୍ତର କରାଯାଇଛି।” ଏୟାରଲାଇନ୍ସ ଆହୁରି କହିଛି ଯେ ଯାତ୍ରୀମାନେ ଏକ ବିକଳ୍ପ ବିମାନରେ ମିଆମି ଯାତ୍ରା ଜାରି ରଖିବେ।

ଘଟଣାସ୍ଥଳରେ ଏମରଜେନ୍ସି ମେଡିକାଲ ଟିମ୍ ୫ ଜଣଙ୍କୁ ପରୀକ୍ଷା କରିଥିଲେ, ଏବଂ ଜଣେ ଯାତ୍ରୀଙ୍କୁ ଗେଟ୍‌ରେ ପରୀକ୍ଷା ପରେ ମାମୁଲି ଆଘାତ ସହ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଯାତ୍ରୀମାନଙ୍କୁ ରନୱେରୁ ବସ୍ ଯୋଗେ ଟର୍ମିନାଲକୁ ନିଆଯାଇଥିଲା।ଆମେରିକାନ ଏୟାରଲାଇନ୍ସ ଏହି ବୋଇଙ୍ଗ ବିମାନର ପରୀକ୍ଷା ଚାଲୁ ରହିଛି ବୋଲି ନିଶ୍ଚିତ କରିଛି। ଏଫଏଏ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

୧୮୬ ବର୍ଷ ପରେ ନିଜ ଦେଶକୁ ଫେରିଲା ଆଜ୍‌ଟେକ୍‌ ସାମ୍ରାଜ୍ୟର ଦୁର୍ଲଭ ପାଣ୍ଡୁଲିପି

ମେକ୍ସିକୋ ସିଟି,୧୯ା୯: ଦୀର୍ଘ ୧୮୬ ବର୍ଷ ପରେ ପୁଣିଥରେ ମେକ୍ସିକୋକୁ ଫେରିଛି ତା’ର ଐତିହାସିକ ଗୌରବ। ୧୬ଶ ଶତାବ୍ଦୀର ଦୁର୍ଲଭ ପାଣ୍ଡୁଲିପି ‘ଆଜାକ୍‌ଟିଟ୍ଲାନ କୋଡେକ୍ସ’ ପ୍ରଥମ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?